ରାଜନୀତି

କିଏ ହେ‌େବ କ˚ଗ୍ରେସର ବ୍ରହ୍ମପୁର ସା˚ସଦ ପ୍ରାର୍ଥୀ? – Kalinga News

[ad_1]

ଏଥର ପୁରୁଣା ନା ନୂଆ

ବ୍ରହ୍ମପୁର: ଗୁରୁତ୍ବପୂର୍ଣ୍ଣ ବ୍ରହ୍ମପୁର ଲୋକସଭା ଆସନରୁ କିଏ ସାଂସଦ ପ୍ରାର୍ଥୀ ହେବେ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଏକଦା ଏହି ଆସନ କଂଗ୍ରେସର ଗଡ଼ ଥିଲା। ୨୦୦୦ ମସିହା ପୂର୍ବରୁ ଲଗାତାର ଭାବେ କ˚ଗ୍ରେସ ଏଠାରୁ ବିଜୟୀ ହୋଇଆସୁଥିଲା। ବିଜେଡି ଓ ବିଜେପିର ମେଣ୍ଟ ପରେ ପ୍ରଥମଥର ପାଇଁ ଏହି ଆସନଟି ବିଜେପି ହାତକୁ ଯାଇ ଦୀର୍ଘ ୫୦ବର୍ଷର ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲା। ବିଜେପି ନେତା ତଥା ପୂର୍ବତନ ପୁଲିସ ପ୍ରଶାସନ ଅନାଦି ସାହୁ ପ୍ରଥମଥର ପାଇଁ ଏହି ଆସନରେ ବିଜୟୀ ହୋଇଥିଲେ। ୨୦୦୦ ମସିହାରେ ଏହି ଆସନଟି ବିଜେପି ହାତକୁ ଯାଇଥିବା ବେଳେ ୨୦୦୪ରେ ପୁଣି କଂଗ୍ରେସ ନିଜ ଗଡ଼କୁ ରକ୍ଷା କରି ନିଜ ସପକ୍ଷରେ ନେଇଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଉକ୍ତ ଆସନଟିକୁ ହାତେଇବାରେ ସକ୍ଷମ ହୋଇଥିଲା। ୨୦୧୪ରେ ବିଜେଡି ଏଠାରୁ ବାଜିମାତ୍ କରିଥିବା ବେଳେ କଂଗ୍ରେସ୍‌ ପୁଣି ଦ୍ବିତୀୟ ସ୍ଥାନରେ ରହିଥିଲା। ୨୦୧୯ରେ କଂଗ୍ରେସର ସ୍ଥିତି ଖରାପ ହୋଇଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରେ ବ୍ରହ୍ମପୁର ଆସନକୁ କାହାକୁ ପ୍ରାର୍ଥୀ କରିବ ଦଳ ଚିନ୍ତାରେ ପଡ଼ିଥିଲା। ରାଜ୍ୟ ବାହାର ଜଣେ ବ୍ୟବସାୟୀ ଭି. ଚନ୍ଦ୍ରଶେଖର ନାଇଡ଼ୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ତେବେ ଏହି ନିର୍ବାଚନରେ ଦଳ ତଳକୁ ଖସିଯାଇଥିଲା।

ଗତ କିଛି ମାସ ହେବ ପୁଣି କଂଗ୍ରେସ ଶିବିର ସକ୍ରିୟ ହୋଇଉଠିଛି। ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବା ପାଇଁ ପୂର୍ବତନ ପ୍ରାର୍ଥୀ ଶ୍ରୀ ନାଇଡୁଙ୍କ ସମେତ ୧୧ଜଣ ନୂଆମୁହଁ ଆବେଦନ କରିଥିବା ଜଣାଯାଇଛି। ନୂଆମୁହଁ ମଧ୍ୟରେ ଗ˚ଜାମ ଜିଲ୍ଲା (ପୂର୍ବ)ଜୋନ୍‌ର ସଭାପତି ଦୀପକ ପଟ୍ଟନାୟକ, ପିସିସି ମୁଖପାତ୍ର ପୀତବାସ ପଣ୍ତା, ପିସିସି ସ˚ପାଦକ ପ୍ରମୋଦ କୁମାର ଜେନା ଓ ଦଳର ବରିଷ୍ଠ ନେତା ରଶ୍ମିର˚ଜନ ପଟ୍ଟନାୟକ ପ୍ରମୁଖ ରହିଛନ୍ତି। ନୂଆମୁହଁମାନେ ‘ମାଟିପୁଅ’ର ସ୍ଲୋଗାନ୍‌ ଆରମ୍ଭ କରିଦେଇଛନ୍ତି। ତେବେ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଦଳୀୟ ନେତୃତ୍ବ ତର୍ଜମା କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିବେ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button