ଲୋକସଭା ନିର୍ବାଚନକୁ ନେଇ ବିଜେପିର କୋର କମିଟି ବୈଠକ ଆଜି – Kalinga News

[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟିର କୋର କମିଟିର ବୈଠକ ଆଜି ଦିଲ୍ଲୀରେ ଡକାଯାଇଛି। ଏହି ବୈଠକରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ବି ସାମିଲ୍ ହେବେ।

Sambad is now on WhatsApp
Join and get latest news updates delivered to you via WhatsApp
ଏମାନଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହେବେ । ଆଜିର ବୈଠକରେ ଓଡ଼ିଶା, ଉତରପ୍ରଦେଶ, ପଶ୍ଚିମବଂଗ ଲୋକସଭା ଆସନ ନେଇ ଆଲୋଚନା ହେବ । ଏହା ସହ ଆଉ କିଛି ରାଜ୍ୟର ଆସନ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।
ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ପାଇଁ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିଲା । ତେଣୁ ଆଜିର ବୈଠକ ଉପରେ ନଜର ରହିଛି । ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ କମିଟି ବୈଠକ ବସିଥିଲେ । ଏଥିରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଇଛି । ଗତକାଲି ମଧ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାମାନେ ବସି ଆଲୋଚନା କରିଥିଲେ । ଏହା ପରେ କୋର କମିଟିର ସଦସ୍ୟ ପ୍ରତାପ ଷଡଙ୍ଗୀ କହିଥିଲେ, ଚୂଡାନ୍ତ ତାଲିକା ଉପରେ କେନ୍ଦ୍ରୀୟ ସଂସଦୀୟ କମିଟିର ମୋହର ବାଜିବା ପରେ ପ୍ରାର୍ଥୀ ଘୋଷଣା ହେବ । ତେଣୁ ତୃତୀୟ ତାଲିକାରେ ଓଡ଼ିଶାର ନାଁ ଆସିପାରେ ବୋଲି କୁହାଯାଉଛି ।
[ad_2]