ଅପରାଧ

ବର ଯୌତୁକରେ ମାଗିଲା କାର ତ କନିଆଁ କଲା କିଛି ଏମିତି କାମ କି କାନ୍ଦିବାକୁ ଲାଗିଲା ବର…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ଦିନ ବର କାର ଦାବି କରିବାରୁ କନ୍ୟା ଯାହା କରିଲେ ତାହା କେହି ସ୍ଵପ୍ନରେ ଭାବିନଥିଲେ । ଏହି ଘଟଣା ଟି ହେଉଛି ଗୁଜୁରାଟର ଅହମଦାବାଦ ର । ଏଠାରେ ଦୁଇ ପରିବାର ମଧ୍ୟରେ ପୁଅ ଝିଅ ଙ୍କୁ ନେଇ ବିବାହ ଠିକ ହେଲା । କିଛି ଦିନ ପରେ ଉଭୟ ଙ୍କ ନିର୍ବନ୍ଧ ମଧ୍ୟ ହୋଇଗଲା । ଝିଅ ଜଣଙ୍କ ବହୁତ ଭଲ ଲେଖାପଢା ମଧ୍ୟ କରିଥିଲେ । ନିର୍ବନ୍ଧ ପରେ ପ୍ରାୟ ଗୋଟିଏ ବର୍ଷ ବୀତିଗଲା ।

ଏହା ପରେ ବିବାହ ଦିନ ମଧ୍ୟ ପାଖେଇ ଆସିଲା । ଯେତେବେଳେ ପୁଅବାଲା ଝିଅ ଘରକୁ ବରଯାତ୍ରୀ ନେଇ ପହଞ୍ଚିଲେ, ସେତେବେଳେ ଝିଅ ବାଲା ସାନଦାର ସ୍ଵାଗତ କରିଥିଲେ । ମାତ୍ର ବିବାହ କରିବା ପୂର୍ବରୁ ପୁଅ ଗୋଟିଏ କାର ମାଗିନେଲେ । ଏହା ଶୁଣି ପୁଅ ର ବାପା ଏବଂ ତାଙ୍କର ସଂପୂର୍ଣ୍ଣ ଘର ଲୋକ ବହୁତ ଚିନ୍ତିତ ହୋଇଗଲେ । ଯେତେବେଳେ ଝିଅ କୁ ଏହି ସମ୍ବନ୍ଧରେ ଜଣା ପଡିଲା, ସେତେବେଳେ କନ୍ୟା ଜଣଙ୍କ ବିବାହ କରିବାକୁ ମନା କରିଦେଲେ ।

ଝିଅ ର ବାପା ଝିଅ କୁ ବୁଝାଇବାକୁ ଲାଗିଗଲେ ଯେ ଝିଅ ଯଦି ବିବାହ ହେବ ନାହିଁ ତେବେ ଆମ୍ଭର ବେଜତି ହୋଇଯିବ । କେଉଁଆଡେ ମୁହଁ ଦେଖାଇବା ଲାୟକ ରହିବେ ନାହିଁ ବୋଲି କହିଲେ । ଝିଅ କୁ ବୁଝାଇ କହିଲେ ବାପା ଯେ ବିବାହ କରିବାକୁ ମନା କର ନାହିଁ ହଁ କହିଦିଅ । ଏହାପରେ ଝିଅ ଟି ନିଜ ବାପା ଙ୍କୁ କହିଲେ ଯେ ତୁମେ ଏଭଳି ପୁଅ ସାଙ୍ଗରେ ମୋ ବିବାହ କାହିଁକି କରାଇବାକୁ ଚାହୁଁଛ ଯାହାକୁ ନିଜର ହେବାକୁ ଯାଉଥିବା ସ୍ତ୍ରୀ ର ଚିନ୍ତା ନାହିଁ ତଥା ଭଲ ପାଇବା ନାହିଁ ।

ତାକୁ କେବଳ ଝିଅ ସହିତ ଆସୁଥିବା ଜିନିଷ ଉପରେ ଲୋଭ ତଥା ଭଲପାଇବା ଅଛି । ତାଙ୍କ ଜୀବନ ସେଠାରେ କି ଜୀବନ ହେବ ବୋଲି ପ୍ରଶ୍ନ କରିଲେ ଝିଅ ଜଣଙ୍କ ନିଜ ବାପା ଙ୍କୁ । ସେ ପୁଅ ଜଣକ ତାଙ୍କୁ ନୁହେଁ ବରଂ ଯୌତୁକ ପାଇଁ ତାଙ୍କୁ ବିବାହ କରୁଛି ବୋଲି ନିଜ ବାପାଙ୍କୁ କହିଥିଲେ । ଏହା ଶୁଣି ଝିଅ ଙ୍କ ବାପା ଙ୍କ ଆଖିରୁ ଲୁହ ଚାଲି ଆସିଲା ଏବଂ ସେ କହିବାକୁ ଲାଗିଲେ ଯଦି ଏହି ବିବାହ ହେବ ନାହିଁ ତ ଲୋକେ କ’ଣ କହିବେ ?

ବହୁତ ବୁଝାଇ କହିଲେ ଝିଅ କୁ ବିବାହ ନିମନ୍ତେ ରାଜି ହୋଇଯା ମୁଁ କାର ବନ୍ଦୋବସ୍ତ କରିଦେବୀ 2 ଦିନ ଭିତରେ । ଏହାପରେ ଝିଅ ଜଣକ ବିବାହ ପାଇଁ ରାଜି ହେଲେ ବିବାହର 2 ଦିନ ପରେ ସେ ଜ୍ଵାଇଁ କୁ କାର ମଧ୍ୟ ଦେଲେ । ଏହାପରେ ଝିଅ ଜ୍ଵାଇଁ ରାସ୍ତାରେ କାର ରେ ବସି ଯାଉଥିବା ସମୟରେ ଗୋଟିଏ ଭିକାରି ସହିତ ଆକ୍ସିଡେଣ୍ଟ ହେବାରୁ ବଞ୍ଚିଗଲେ । ଭିକାରି ଙ୍କୁ ସ୍ଵାମୀ କାର ରୁ ବହୁତ ଗାଳି କରିବାକୁ ଲାଗିଲା ମାତ୍ର ସ୍ତ୍ରୀ ଯାଇ ଭିକାରି ଜଣଙ୍କୁ ଭୁଲ ମାଗି ଆଶୀର୍ବାଦ କରିବାକୁ କହିଲେ ।

ଏହାକୁ ଦେଖି ସ୍ଵାମୀ କୁହନ୍ତି ଯେ ତୁମ ପାଇଁ ଏହିଭଳି ଭିକାରି ଙ୍କ ମୁହଁ ବଢୁଛି ସେମାନେ ପଇସା ପାଇଁ ଏହିଭଳି ଗାଡି ସାମ୍ନା କୁ ଆସୁଛନ୍ତି ଝିଅ ଜଣକ ସେଠାରେ କୁହେ ଯେ ଏହି ଭିକାରି ଜଣକ ମୋ ବାପା, ଆଜି ସେ ଯୌତୁକ ରେ ତୁମର ସମସ୍ତ ଦାବି ପୂରଣ କରି ଦାଣ୍ଡର ଭିକାରି ପାଲଟିଛନ୍ତି ।

ଏହା ଶୁଣି ସ୍ଵାମୀ ର ମୁଣ୍ଡ ତଳକୁ ହୋଇଗଲା ଏବଂ ସେ ଉଭୟ ଝିଅ ଏବଂ ଶ୍ଵଶୁର ଙ୍କୁ ଭୁଲ ମାଗିଲେ । ତେବେ ବନ୍ଧୁଗଣ ବିବାହରେ ଗୋଟିଏ ଝିଅ ତାହାର ନିଜର ଲୋକଙ୍କୁ ସବୁଦିନ ପାଇଁ ପର କରି ଆପଣଙ୍କ ଘରକୁ ଯାଇଥାଏ ଏହିଭଳି ଯୌତୁକ ଦାବୀ କରିବା କେତେ ଦୂରେ ଠିକ ?

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button