ମନୋରଞ୍ଜନ

ସଲମାନଙ୍କ ଫାର୍ମ ହାଉସରେ ଅନୁପ୍ରବେଶ କରି ଦୁଇ ଗିରଫ – Kalinga News

[ad_1]

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ପାନବେଲ୍‌ ଫାର୍ମ ହାଉସ୍‌ରେ ଆଜି ଦୁଇଜଣ ଯୁବକ ଅନୁପ୍ର‌ବେଶ କରି ଗିରଫ ହୋଇଛନ୍ତି। ତେବେ ଗିରଫ ଅଭିଯୁକ୍ତମାନେ ସେମାନେ ନିଜକୁ ସଲମାନଙ୍କ ପ୍ରଶଂସକ ଓ ଭେଟିବାକୁ ଆସିଥିଲେ ବୋଲି ସଫେଇ ଦେଇଛନ୍ତି। ପୁଲିସ ସୂଚନାନୁସାରେ, ଜାନୁଆରି ୪ ତାରିଖରେ ସଲମାନଙ୍କ ଅର୍ପିତା ଫାର୍ମ ହାଉସରେ ଦୁଇଜଣ ଯୁବକ ଅଜେଶ କୁମାର ଓମପ୍ରକାଶ ଗିଲ୍‌ ଓ ଗୁରୁସେବକ ସିଂହ ତେଜସିଂହ ଶିଖ୍‌ ପହଞ୍ଚିଥିଲେ। ସେଠାରେ ଥିବା ସୁରକ୍ଷାକର୍ମୀଙ୍କୁ ସଲମାନଙ୍କୁ ଭେଟିବା ପାଇଁ ଆସିଥିବା କଥା କହିଥିଲେ। ପରିଚୟପତ୍ର ଭାବେ ଜାଲ ଆଧାରକାର୍ଡ ଦେଇଥିଲେ ଓ ବାସ୍ତବ ନାମକୁ ଲୁଚାଇଥିଲେ। ତେବେ ସୁରକ୍ଷାକର୍ମୀ ସେମାନଙ୍କୁ ନଛାଡ଼ିବାରୁ ସେମାନେ ଫାର୍ମହାଉସର ଲୁହାବାଡ଼ କାଟି କାନ୍ଥ ଡେଇଁ ଭିତରକୁ ପଶିଥିଲେ। ପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରି ପୁଲିସକୁ ସୂଚନା ଦେଇଥିଲେ। ଏହି ଘଟଣା ପରେ ସଲମାନଙ୍କ ଫାର୍ମ ହାଉସରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button