ମନୋରଞ୍ଜନ

ହତ୍ୟା ଧମକ ମଧ୍ୟରେ ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ଅଜଣା ଯୁବକ – Kalinga News

[ad_1]

ମୁମ୍ବାଇ: ଗତ ବର୍ଷ ଗ୍ୟାଙ୍ଗଷ୍ଟର ଲରେନ୍ସ ବି‌ଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଦିଆଯାଇଥିଲା। ଏଥିପାଇଁ ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା। ହତ୍ୟା ଧମକ ପରେ କଡ଼ା ସୁରକ୍ଷା ମଧ୍ୟରେ ସଲମାନ ବାହାରକୁ ବ‌ାହାରୁଥିବା ବେଳେ ଏବେ ତାଙ୍କ ପନଭେଲସ୍ଥିତ ଫାର୍ମହାଉସରେ ୨ଜଣ ଅଜଣା ଯୁବକ ପଶିଥିବା ଜଣାପଡ଼ିଛି। ତେବେ ଉଭୟ ଅଭିଯୁକ୍ତ ଫାର୍ମ ହାଉସର ପୂରା ଭିତରକୁ ଯିବା ପୂର୍ବରୁ ହିଁ ସୁରକ୍ଷା କର୍ମୀ ସେମାନଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିବା ସାମ୍ନାକୁ ଆସିଛି। ଉଭୟ ଅଭିଯୁକ୍ତଙ୍କ ନାମ ଅଜେଶ କୁମାର ଗିଲ୍ ଓ ଗୁରୁସେବକ ବୋଲି ଚିହ୍ନଟ କରାଯାଇଥିବା ବେଳେ ଜଣେ ପଞ୍ଜାବ ଓ ଜଣେ ରାଜସ୍ଥାନର ବାସିନ୍ଦା।

ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଫାର୍ମହାଉସର ଚାରି ପାଖରେ ଲାଗିଥିବା ତାରକୁ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଯେତେବେଳେ ଅଭିଯୁକ୍ତ ସଲମାନ ଖାନଙ୍କ ପନଭେଲସ୍ଥିତ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଅଭିନେତା ସେଠାରେ ଉପସ୍ଥିତ ନଥିଲେ। ବର୍ତ୍ତମାନ ପୁଲିସ ସେମାନଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ସଲମାନ ଖାନଙ୍କ ପ୍ରଶଂସକ ବୋଲି କହିଛନ୍ତି। ଉଭୟଙ୍କଠାରୁ କୌଣସି ଅସ୍ତ୍ରଶସ୍ତ୍ର ଜବତ କରାଯାଇନଥିଲେ ବି ଦୁହେଁ ସତ କହୁଛନ୍ତି ନା ମିଛ, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ। ଦୁହିଁଙ୍କ ପାଖରୁ ନକଲି ଆଧାରକାର୍ଡ ମିଳିବ ପରେ ପୁଲିସର ସନ୍ଦେହ ବଢ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button