ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା – Kalinga News
[ad_1]
ରାଉରକେଲା/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଗୋଉଡୁଣି ପୋଷ ଧରା ସାହିରେ ପଥରରେ ଛେଚି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ ଲହୁଣୀପଡା ଥାନା କଲେଇପୋଷ ପଞ୍ଚାୟତ କେନାପାଲି (ଲଡାମ) ଗ୍ରାମର ସୁବନ କନସରିଆ (୫୩) କେନାପାଲି (ଲଡାମ ଗ୍ରାମର ବାସିନ୍ଦା ଅଟନ୍ତି। ସ୍ତ୍ରୀ ଆରପାରିକୁ ଚାଲିଯାଇଥିବା ବେଳେ ୨ ପୁତ୍ର ବେଙ୍ଗାଲୁରୁକୁ କାମ କରିବା ପାଇଁ ଯାଇଥିବାରୁ ଘରେ ଏକୁଟିଆ ରହୁଥିଲେ। ବଡ଼ ପୁତୁରାଙ୍କ ପାଖରେ ରହି ଖାଇବା ପିଇବା କରୁଥିଲେ। କେବଲାଙ୍ଗ ଥାନା ଗୋଉଡୁଣି ପୋଷ ଶଶୁର ଘରକୁ ମଙ୍ଗଳବାର ବୁଲିବାକୁ ଯାଇଥିଲେ। ହେଲେ ରାତି ପ୍ରାୟ ୯ଟା ପାଖାପାଖିରେ ସମ୍ପର୍କୀୟା ଭଣଜା ଠାରୁ ଧୀବର ଘର ବାରଣ୍ଡାରେ ଶୋଇଥିବା ବେଳେ ଭଣଜା ଠୁରୁ କୌଣସି କାରଣକୁ ନେଇ ସୁବନ ମୁଣ୍ତକୁ ଦେଖି ଏକ ବଡ଼ ପଥରେ ବାରମ୍ବାର ଛେଚି ବାରୁ ଘଟଣାସ୍ଥଳରେ ସୁବନର ମୃତ୍ୟୁ ହୋଇଥିଲା। ସକାଳୁ ଖବର ପ୍ରଚାରିତ ହେବା ପରେ ସକାଳୁ କେନାପାଲି (ଲଡାମ) ଗ୍ରାମରୁ ପରିବାର ଲୋକ ପହଞ୍ଚି ଘଟଣା ବାବଦରେ ସ୍ଥାନୀୟ କେବଲାଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ କେବଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମକୁ ଖବର ଦେବାରୁ ଟିମ ପହଞ୍ଚି ସରଜମିନ ତଦନ୍ତ କରି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ବ୍ୟବଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରି ସମ୍ପର୍କୀୟା ଭଣଜା ଠୁରୁ ଧିବରକୁ ଅଟକ ରଖି ପଚରାଉଚରା ଜାରି ରଖିଛି।
[ad_2]




