ୱାର୍ଣ୍ଣରଙ୍କ ହଜିଲା ଟେଷ୍ଟ୍ ଟୋପି ମିଳିଲା – Kalinga News

[ad_1]
ସିଡ୍ନି: ଅଷ୍ଟ୍ରେଲିଆ ବ୍ୟାଟର୍ ଡେଭିଡ୍ ୱାର୍ଣ୍ଣରଙ୍କ ସବୁଜ ରଙ୍ଗର ଟେଷ୍ଟ୍ ଟୋପି କିଛି ଦିନ ତଳେ ହଜିଯାଇଥିଲା। ସାମାଜିକ ଗଣମାଧ୍ୟମରେ ଏହାକୁ ଖୋଜିବା ପାଇଁ ତାଙ୍କ ଅନୁରୋଧ କାମ ଦେଲା ଓ ଖେଳାଳିମାନେ ରହୁଥିବା ହୋଟେଲ୍ରୁ ତାହାକୁ ଠାବ କରାଯାଇଛି। ଦଳ ଯେତେବେଳେ ମେଲବର୍ଣ୍ଣରୁ ସିଡ୍ନି ଆସୁଥିଲା, ସେତେବେଳେ ୱାର୍ଣ୍ଣରଙ୍କ ଟୋପି କେଉଁଠାରେ ହଜିଯାଇଥିଲା। ଫଳରେ ତାଙ୍କୁ ଅନ୍ୟଏକ ଟୋପି ପିନ୍ଧି ମ୍ୟାଚ୍ର ପ୍ରଥମ ଦିନରେ ଖେଳିବାକୁ ପଡ଼ିଥିଲା। ଏବେ ଟୋପି ପାଇଯାଇଥିବାରୁ ତାଙ୍କୁ ବହୁତ ଆଶ୍ବସ୍ତି ମିଳିଥିବା ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ କ୍ରିକେଟର୍ ପାଇଁ ତାଙ୍କ ଟୋପି କେତେ ଗୁରତ୍ବପୂର୍ଣ୍ଣ ତାହା ସମସ୍ତେ ଜାଣିଛନ୍ତି। ତେଣୁ ଏହି ଘଟଣାକୁ ସେ ସବୁଦିନ ପାଇଁ ମନେରଖିବେ। ଯେଉଁମାନେ ଏହାକୁ ଖୋଜିବାରେ ସହାୟତା କରିଥିଲେ, ସେମାନଙ୍କୁ ୱାର୍ଣ୍ଣର କୃତଜ୍ଞତା ଜଣାଇଛନ୍ତି। ୱାର୍ଣ୍ଣରଙ୍କ ଟୋପି ଖୋଜାଯିବା ଅପିଲ୍ରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ମଧ୍ୟ ସାମିଲ୍ ଥିଲେ। ସେ ତାଙ୍କ ଟୋପି ପାଇବା ବହୁତ ଭଲ ଖବର ବୋଲି ଆନ୍ଥୋନୀ ସାମ୍ବାଦିକଙ୍କୁ କହିଛନ୍ତି।
[ad_2]




