ମନୋରଞ୍ଜନ

ଜୋର୍‌ସୋର୍‌ରେ ଚାଲିଛି ଆମୀରଙ୍କ ଝିଅ ଇରାଙ୍କ ବାହାଘର ପ୍ରସ୍ତୁତି – Kalinga News

[ad_1]

ମୁମ୍ବାଇ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଆଉ ସିଙ୍ଗଲ୍‌ ନାହାନ୍ତି। ସେ ସିଙ୍ଗ୍‌ଲରୁ  ମିଙ୍ଗଲ୍‌ ହେବାର ସମସ୍ତ ପ୍ରକାରର ବନ୍ଦୋବସ୍ତ କରି ସାରିଛନ୍ତି। ସେ ତାଙ୍କ ପ୍ରେମିକ ନୂପୁର ଶିଖରଙ୍କ ସହ ଆଜି ବିବାହ ବନ୍ଧନରେ ବାନ୍ଧିହେବେ। ଆଜି ତାଙ୍କର କୋର୍ଟରେ ବିବାହ ହେବ। ତାଙ୍କ ପରିବାର ଲୋକ ଇରାଙ୍କ ବିବାହକୁ ସ୍ବତନ୍ତ୍ର କରିବାର କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି।

ଆମୀରଙ୍କ ଭଉଣୀ ନିଖତ ଖାନ୍‌ ହେଗ୍‌ଡ଼େ ବିବାହ ସହ ଯୋଡ଼ା କିଛି ଅପ୍‌ଡେଟ୍‌ ଏବେ ପ୍ରକାଶ କରିଛନ୍ତି। ଇଟାଇମ୍ସକୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ ଜାନୁଆରି ୨ ତାରିଖରେ ସେ ନୂପୁରଙ୍କ ଘରକୁ ମେହେନ୍ଦୀ ନେଇ ଯାଇଥିଲେ। ପ୍ରି-ୱେଡିଂ ଉତ୍ସବରେ ସେମାନେ ସମସ୍ତେ ମହାରା‌ଷ୍ଟ୍ରୀୟ ପୋ‌ଷାକ ପିନ୍ଧିଥିଲେ ବୋଲି ନିଖତ କହିଛନ୍ତି।

ବିବାହ ପ୍ରସ୍ତୁତି ନେଇ ସେ କହିଛନ୍ତି ଯେ ଆଜି ଏକ କାଜୁଆଲ୍‌ ସଂଗୀତ ଉତ୍ସବ ହେବ। ଝିଅର ସଂଗୀତ ଉତ୍ସବ ପାଇଁ ଆମୀର ବି ଗୀତ ପ୍ର‌ାକ୍ଟିସ୍‌ କରୁଛନ୍ତି। ହେଲେ ବିବାହରେ ଗୀତ ମହିଳାମାନେ ହିଁ ଗାଇବେ।

ଇରା ନୂପୁରଙ୍କ ସହ ନିର୍ବନ୍ଧ କରି  ବଡ଼ ମଜାଦାର୍‌ ତରିକାରେ କରିଥିଲେ। ଏହି ଷ୍ଟାର୍‌ କିଡ୍‌ ତାଙ୍କ ପ୍ରେମିକଙ୍କ ପ୍ରପୋଜାଲ୍‌ର ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର କରି ବେଶ୍‌ ଚର୍ଚ୍ଚିତ ପାଲଟିଥି‌ଲେ

ନୂପୁର ତାଙ୍କ ପ୍ରେମିକାଙ୍କୁ ଆଇରନ୍‌ ମ୍ୟାନ୍‌ ଇଟାଲି ସୋ‌’ ସମୟରେ ପ୍ରପୋଜ୍‌ କରିଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଭିଡିଓରେ  ଫିଟ୍‌ନେସ୍‌ ଟ୍ରେନର୍‌ ନୂପୁର ଶିଖରେ ରେସ୍‌ କଷ୍ଟ୍ୟୁମ୍‌ ପିନ୍ଧି ପ୍ରେମିକା ଇରାଙ୍କ ନିକଟକୁ ଆସିଥିଲେ। ସେ ଆସି ଇରା ଖାନ୍‌ଙ୍କୁ ଚୁମ୍ବନ କରି ଚଳଚ୍ଚିତ୍ର ଶୈଳୀରେ ବକ୍ସରୁ ମୁଦି କାଢ଼ି ଇରାଙ୍କୁ ପିନ୍ଧାଇବାକୁ ପ୍ରସ୍ତୁତ ଥିଲେ। ଇରା ତୁରନ୍ତ ହଁ କହିବା ପରେ ନୂପୁର ତାଙ୍କୁ ମୁଦି ପିନ୍ଧାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button