ମନୋରଞ୍ଜନ

ଆପଣଙ୍କ ଉପରେ ପାର୍ଟନର କରିଛନ୍ତି କି ଅଭିମାନ, ତେବେ ଟେଷ୍ଟୀ ଚକୋଲେଟ୍‌ କେକ ଦ୍ୱାରା କରନ୍ତୁ ଇମ୍ପ୍ରେସ୍‌

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ସାଥିଙ୍କୁ ଇମ୍ପ୍ରେସ କରିବା ପାଇଁ କିଛି ସ୍ପେଶାଲ ପ୍ଲାନ କରାଯାଏ। ଆଉ ଏଥିପାଇଁ ଖାସ୍‌ କରି କେକର ନାମ ପ୍ରଥମେ ଆସିଥାଏ। ସେହିପରି ଯଦି ଆପଣଙ୍କ ସାଥି ଆପଣଙ୍କ ଉପରେ କୌଣସି କାରଣରୁ ଅଭିମାନ କରିଛନ୍ତି ତ ତାଙ୍କୁ ଆପଣ ନିଜ ହାତରେ କେକ ବନାଇ ଖୁଆଇପାରିବେ। ଆଉ ସାଥି ଯେତେବେଳେ ଆପଣଙ୍କ ହାତ ତିଆରି କେକ ଖାଇବେ ତ ସେ ଏକଦମ୍‌ ଖୁସି ହୋଇଯିବେ। ତାହଲେ ଆଉ ବିଳମ୍ବ କାହିଁକି ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଚକୋଲେଟ କେକ୍‌।

ଆବଶ୍ୟକ ସାମଗ୍ରୀ

ମଇଦା – ୩/୨ କପ୍‌

ଚିନି – ୧/୨ କପ୍‌ (ପେଶା ହୋଇଥିବା)

ଅଣ୍ଡା – ୨

ମିଠା ସୋଢ଼ା – ୧/୨ ଟେବୁଲ ଚାମଚ

କୋକୋ ପାଉଡର – ୧/୨ କପ୍‌

ବେକିଂ ପାଉଡର – ୧ ଟେବୁଲ ଚାମଚ

ଦହି – ୧ କପ୍‌

ଡ୍ରାଇଫ୍ରୁଟସ୍‌ – ୧/୨ କପ୍‌

ବଟର -୧/୨ କପ୍‌

ଚକୋଲେଟ୍‌ ପେଷ୍ଟ – ୧ କପ୍‌

ତେଲ – ଆବଶ୍ୟକ ଅନୁସାରେ

kakeପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ କିଛି ଡ୍ରାଇଫ୍ରୁଟସ୍‌ ଅଲଗା କରି ରଖନ୍ତୁ ଗାର୍ନିସ ପାଇଁ।

-ଏବେ ମଇଦା, କୋକୋ ପାଉଡର, ମିଠା ସୋଢ଼ା, ବେକିଂ ପାଉଡରକୁ ଭଲ ଭଲଭାବେ ମିଶାଇ ଦିଅନ୍ତୁ।

-ଏବେ ଏଥିରେ ଅଣ୍ଡା ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।

-ମିକ୍ସ କରିବା ପରେ ଏଥିରେ ଚିନି, ବଟର ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ।

-ଏବେ ସମସ୍ତ ମିଶ୍ରଣ ମିକ୍ସ ହୋଇଗଲା ପରେ ଏଥିରେ ଦହି ଏବଂ ଡ୍ରାଏଫ୍ରୁଟ୍ସ ପକାନ୍ତୁ।

-ପ୍ରସ୍ତୁତ ମିଶ୍ରଣକୁ ଏକ ବେକିଂ ଟ୍ରେରେ ଢ଼ାଳି ଦିଅନ୍ତୁ।

-ଏବେ ପ୍ରାୟ ୨୫-୩୦ ମିନିଟ୍‌ ପଯ୍ୟର୍ନ୍ତ ୨୦୦ ସେଣ୍ଟିଗ୍ରେଡରେ କେକକୁ ବେକ କରନ୍ତୁ।

-ବେକ୍‌ ହେବା ପରେ ଏହାକୁ ଛୁରୀ ସାହାଯ୍ୟରେ ଚେକ୍‌ କରନ୍ତୁ।

-ଯଦି କେକ୍‌ ଛୁରୀରେ ଲାଗିଯାଉଛି ତେବେ ଏହାକୁ ଆଉ ୫-୧୦ ମିନିଟ୍‌ ବେକ୍‌ କରନ୍ତୁ।

-ପ୍ରସ୍ତୁତ କେକକୁ ଚକୋଲେଟ୍‌ ପେଷ୍ଟ ଏବଂ ଡ୍ରାଇଫ୍ରୁଟ୍ସରେ ଗାର୍ନିସ କରନ୍ତୁ।

-ଆପଣ ଚାହିଁଲେ ଚକୋଲେଟକୁ ଗୁଣ୍ଡ କରି ମଧ୍ୟ ପକାଇପାରିବେ।

-ଏବେ ଆପଣଙ୍କର କେକ୍‌ ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button