ସ୍ୱାସ୍ଥ୍ୟ

ତ୍ୱଚା ଚମକାଇବ ଚନ୍ଦନ, ଏମିତି କରନ୍ତୁ ବ୍ୟବହାର – Kalinga News

[ad_1]

ବେଳେବେଳେ ବଜାରରୁ ବିଭିନ୍ନ ପ୍ରକାରର ଫେସ୍ କ୍ଲିଜର୍ ଆମ ସ୍କିନ୍‌କୁ ଅତ୍ୟଧିକ ଶୁଷ୍କ କରିଦିଏ । ଯେପରି ଆପଣମାନେ ଏହି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ ଘରୋଇ କ୍ଲିଜର୍ ବିଷୟରେ ଜଣାଇବୁ ।

Chat on WhatsApp

ପ୍ରାୟତଃ ଆମେ ବଜାରରୁ ବିଭିନ୍ନ ପ୍ରକାରର ଫେସ୍ କ୍ଲିଜର୍ କିଣିଥାଉ ଯାହା କେବଳ ଆମ ଚେହେରାକୁ ସଫା କରେ ନାହିଁ ବରଂ ଚେହେରାରେ ଆସୁଥିବା ପ୍ରାକୃତିକ ତେଲକୁ ମଧ୍ୟ କମ୍‌ କରିଥାଏ । ବେଳେବେଳେ ଏହି ଚେହେରା କ୍ଲିଜର୍ ଆମ ସ୍କିନ୍‌କୁ ଅତ୍ୟଧିକ ଶୁଷ୍କ କରିଦିଏ । ଯେପରି ଆପଣମାନେ ଏହି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ ଘରୋଇ କ୍ଲିଜର୍ ବିଷୟରେ ଜଣାଇବୁ । ଯାହାକୁ ଆପଣ ବ୍ୟବହାର କରି ନିଜ ଚେହେରାକୁ ସୁନ୍ଦର କରିପାରିବେ ।

ଚନ୍ଦନରୁ ତିଆରି ଫେସ୍ କ୍ଲିଜର୍ :
ଆମେ ଫେସ୍ ପ୍ୟାକ୍ ପାଇଁ ଚନ୍ଦନ କାଠ ବ୍ୟବହାର କରୁ କିନ୍ତୁ ଏହାକୁ ଫେସ୍ କ୍ଲିଜର୍ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ଚନ୍ଦନ ଫେସ୍‌ ସ୍କିନ୍‌କୁ ଟାଇଟ୍‌ କରେ ଏବଂ ସ୍କିନ୍‌କୁ ଭଲ ଭାବରେ ସଫା କରେ । ଚନ୍ଦନରୁ ନିର୍ମିତ ଏହି କ୍ଲିଜର୍ ସବୁ ପ୍ରକାର ସ୍କିନ୍‌ ପାଇଁ ଉପଯୁକ୍ତ ହୋଇଥାଏ । ସେଥିପାଇଁ ଏହି କ୍ଲିଜର୍‌କୁ ବ୍ୟବହାର କରିପାରିବେ ।
ତେବେ ଏହାକୁ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ :
ଚନ୍ଦନ ପାଉଡର – ୧ ଚାମଚ
ଗୋଲାପ ଜଳ – ୧ ଚାମଚ

ଏହିପରି ଭାବେ କ୍ଲିଜର୍ ପ୍ରସ୍ତୁତ କରନ୍ତୁ :
ସର୍ବପ୍ରଥମେ, ଏକ ଛୋଟ ପାତ୍ର ନିଅ ଏବଂ ଏଥିରେ ଉପରୋକ୍ତ ଉଭୟ ଉପାଦାନକୁ ମିଶ୍ରଣ କରନ୍ତୁ । ଏହି ମିଶ୍ରଣରେ ଯଦି ଗୋଲାପ ଜଳ କମ୍ ଦେଖାଯାଏ ତେବେ ଆପଣ ସେଥିରେ ଟିକିଏ ଅଧିକ ଗୋଲାପ ଜଳ ମଶାଇ ଦିଅନ୍ତୁ । ଏହା ସହ ପେଷ୍ଟଟି ତିଆରି କରିବା ସମୟରେ ଏହା ପ୍ରତି ଧ୍ୟାନ ଦିଅନ୍ତୁ, ଯେପରି ଏହି କ୍ଲିଜର୍‌ଟି ଅଧିକ ଓଦା ନହୁଏ । ଏହି କ୍ଲିଜର୍‌ ତିଆରି କରିବା ପରେ, ତାକୁ ଆପଣ ନିଜ ଚେହେରାରେ ଭଲ ଭାବରେ ଲଗାନ୍ତୁ ଏବଂ ହାଲୁକା ହାତରେ ମସାଜ୍ କରନ୍ତୁ । ମସାଜ କରିବା ପାରେ ୩ ରୁ ୫ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ ଏବଂ ତାପରେ ମୁହଁ ମଶ୍ଚରାଇଜର ଲଗାନ୍ତୁ ।

ଚନ୍ଦନ ଏବଂ ଗୋଲାପ ଜଳ ମୁହଁ ପାଇଁ ହୋଇଥାଏ ଉପକାରିତା :
ଚନ୍ଦନ ଲଗାଇବା ଦ୍ୱାରା କେବଳ ସ୍କିନ୍‌ ଚମକ ନଥାଏ ବରଂ ଦାଗ ମଧ୍ୟ ଦୂର କରିଥାଏ । ଏହା ଆମ ସ୍କିନ୍‌କୁ ମଧ୍ୟ ହାଇଡ୍ରେଟ୍ କରିଥାଏ ଏବଂ ଅଧିକ ତେଲ ଆସୁଥିଲେ ତାକୁ କମ୍‌ କରିଥାଏ । ଯାହାଦ୍ୱାରା ଆପଣଙ୍କ ଫେସ୍‌ ବହୁତ ସୁନ୍ଦର ହୋଇଥାଏ ଏବଂ ସେଥିରେ ଥିବା ଦାଗ ମଧ୍ୟ କମିଯାଏ । ଏହା ସହ ଏହି ଉପୟରେ ଆପଣ ଏହି ଘରୋଇ କ୍ଲିଜର୍‌ ତିଆରି କରିପାରିବେ ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button