ମନୋରଞ୍ଜନ

ଅମୀରଙ୍କ ଜ୍ବାଇଁ ହେବାକୁ ଯାଉଥିବା ନୁପୁର ଶିଖରେ କିଏ ଜାଣନ୍ତୁ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ୍‌ର ସୁପରଷ୍ଟାର ଆମୀର ଖାନଙ୍କ ଘରେ ଆଜି ଶାହାନାଇ ବାଜୁଛି । ଅମୀରଙ୍କ ଅଲିଅଳି କନ୍ୟା ଆୟରା ଖାନ ତାଙ୍କ ପ୍ରେମିକଙ୍କୁ ବିବ‌ାହ କରୁଛନ୍ତି। ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି।

ଆୟରା ତାଙ୍କ ଦୀର୍ଘଦିନର ସାଥୀ ନୁପୁର ଶିଖରେଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ନୁପୁର ଶିଖରେ କିଏ ବୋଲି ଲୋକେ ଜାଣିବାକୁ ଚାହିଁଛନ୍ତି।

ଅମୀର ଖାନଙ୍କ ଜ୍ବାଇଁ ନୁପୁର ଶିଖରେ ଜଣେ ସେଲିବ୍ରିଟି ଫିଟନେସ ପ୍ରଶିକ୍ଷକ। ସେ ତାଙ୍କ ଶ୍ବଶୁର ଅମୀର ଖାନ ଓ ପ୍ରେମିକା ଆୟରାଙ୍କୁ ବି ପ୍ରଶିକ୍ଷଣ ଦେଇଛନ୍ତି। ୨୦୨୦‌ରେ କରୋନା ହେତୁ ଲକଡାଉନ ଥିବା ସମୟରେ ଆୟରାଙ୍କୁ ନୁପୁର ଫିଟନେସ ପ୍ରଶିକ୍ଷଣ ଦେଉଥିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ଗଢ଼ି ଉଠିଥିଲା। ତିନିବର୍ଷର ପ୍ରେମ ସମ୍ପର୍କ ପରେ ନୁପୁର ଓ ଆୟରା ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ନୁପୁର ଜଣେ ଫିଟନେସ ପ୍ରଶିକ୍ଷକ ରହିବା ସହିତ ଜଣେ ନୃତ୍ୟଶିଳ୍ପୀ। ଏଥିସହିତ ରାଜ୍ୟସ୍ତରୀୟ ଟେନିସ ଖେଳାଳି ବି ରହିଛନ୍ତି। ବଲିଉଡ କଳାକାରମାନଙ୍କ ମଧ୍ୟରେ ରହିବା ସତ୍ତ୍ବେ ନୁପୁର ଲାଇମଲାଇଟରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ସେ ତାଙ୍କ ଅଧିକାଂଶ ସମୟ ନିଜର ପରିବାର ସହିତ ହିଁ ବିତାଇ ଥାଆନ୍ତି।

୧୯୯୭ରେ ଜନ୍ମ ହୋଇଥିବା ଆୟରା ଖାନ ଇନଷ୍ଟାଗ୍ରାମରେ ନୁପୁର ଶିଖରେଙ୍କ ସହ ଏକ ଫଟୋ ସେୟାର କରି ୨୦୨୧ ମସିହାରେ ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରିଥିଲେ। ସେ ସ୍ନେହରେ ନୁପୁରକୁ ‘ପୋପି’ ବୋଲି ଡାକନ୍ତି। ଏହା ପରେ, ସେପ୍ଟେମ୍ବର ୨୦୨୧ରେ ଏକ ଟେନିସ୍ ମ୍ୟାଚ୍ ସମୟରେ ନୁପୁର ସମସ୍ତଙ୍କ ଆଗରେ ଆୟରାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ସେ ହଁ କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button