ଶିଖର ପହରିୟାଙ୍କୁ ଡେଟ୍ କରୁଥିବା ସ୍ପଷ୍ଟ କଲେ ଜାହ୍ନବୀ ! – Kalinga News

[ad_1]
ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରନ୍-୮କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଚଳିତ ସିଜିନରେ ଅନେକ ସେଲିବ୍ରିଟି ସୋ’କୁ ଆସି ସେମାନଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବିବାଦ ମଧ୍ୟ ହୋଇଛି। ଏବେ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଏଭଳି କହିଦେଇଛନ୍ତି, ଯାହାକୁ ଦେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୋ’ର ନୂଆ ପ୍ରମୋରେ ଦେଖିବାକୁ ମିଳିଛି ଯେ, ଜାହ୍ନବୀ କପୁର ଏବଂ ଖୁସି କପୁର ପ୍ରଥମ କରି ସୋ’କୁ ଆସିବା ସହ ଅନେକ ଖୁଲାସା କରିଛନ୍ତି। ସୋ’ର ରାପିଡ୍ ଫାୟାର ରାଉଣ୍ଡରେ କରଣ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଜାହ୍ନବୀ ଭୁଲରେ ନିଜ ପ୍ରେମିକଙ୍କ ନାମ କହିଦେଇଥିବା ଭିଡିଓରେ ଦେଖାଯାଇଛି।
ପ୍ରମୋରେ ଦେଖାଯାଇଛି ଯେ, ସ୍ପିଡ୍ ଡାଏଲରେ କେଉଁ ୩ଜଣଙ୍କ ନମ୍ବର ରହିଛି ବୋଲି କରଣ, ଜାହ୍ନବୀଙ୍କୁ ପ୍ରଶ୍ନ କରୁଛନ୍ତି। ଉତ୍ତରରେ ଜାହ୍ନବୀ କହୁଛନ୍ତି, ପାପା, ଖୁସି(ଖୁସି କପୁର) ଓ ଶିକୁ(ଶିଖର ପହରିୟା)। ଶିକୁ କହିବା ପରେ ଜାହ୍ନବୀ ଜିଭ କାମୁଡ଼ି ପକାଉଥିବା ଦେଖାଯାଇଛି। ତାଙ୍କୁ ଦେଖି ଜଣାପଡ଼ୁଛି ଯେ, ସେ ଶିଖରଙ୍କ ନାମ ଭୁଲରେ ନେଇଯାଇଛନ୍ତି।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଜାହ୍ନବୀ, ଶିଖରଙ୍କୁ ଡେଟ୍ କରୁଥିବା ଏକପ୍ରକାର ସ୍ପଷ୍ଟ ହୋଇଛି।
[ad_2]