ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗୋତ୍ସବ

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ବାଙ୍କୀମୁହାଣ ମା’ ରାମଚଣ୍ଡୀ ଏବଂ ଶ୍ର ମନ୍ଦିରର ମା’ ବିମଳାଙ୍କ ପ୍ରତିନିଧି ରୂପେ ମା କାକୁଡି ଖାଇଙ୍କ ପୂଜା ଚାଲିଛି । ମା’ ରାମଚଣ୍ଡୀ ହେଉଛନ୍ତି ପରମ ବୈଷ୍ଣବୀ । ମା ଙ୍କ ମନ୍ଦିର ଉପରେ ୧୦ ଦେବୀ ଶୋଭା ପାଉଥିବା ବେଳେ ହାତୀ ଉପରେ ସିଂହ ଓ ଦ୍ୱାରପାଳ ଭାବେ ଗଣେଶ , କାର୍ତ୍ତିକ, ବ୍ୟାଘ୍ର , ସିଂହ ମୁଖ୍, ଗଙ୍ଗା ଯମୁନା ମୂର୍ତି ଶୋଭା ପାଉଛନ୍ତି ।
ପ୍ରତିଦିନ ଭୋରରୁ ମା’ଙ୍କ ଦ୍ୱାର ଫିଟାଯାଇ ମଙ୍ଗଳା ଆଳତି, ଅବକାଶ, ମହାସ୍ନାନ, ସକାଳ ବେଶ, ବାଳଭୋଗ, ସକାଳ ଧପୂ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ଆଳତୀ, ଆଳ ସନ୍ଧ୍ୟା ବେଶ, ସନ୍ଧ୍ୟା ଧୂପ ଓ ରାତ୍ର ପହୁଡ଼ କରାଯାଏ । ମା’ଙ୍କ ନିକଟରେ ବିଭିନ୍ନ ପର୍ବପର୍ବାଣିଗୁଡ଼ିକରେ ଭକ୍ତଙ୍କ ସୁଅ ସୁଅ ଛୁଟିଛି । ଷୋଳପୂଜା ସମୟରେ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦିଅନ୍ତି ମାଆ। ସେହିପରି ମା’ କାକୁଡି ଖାଇଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଷୋଳପୂଜା ସମୟରେ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ମନ୍ଦିରକୁ ମହିଳାଙ୍କ ପ୍ରବେଶ ନିଷେଧ ରହିଥାଏ । ସେଥିପାଇଁ ମା’ କାକୁଡି ଖାଇଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥାନ୍ତି ମହିଳା ।

ମାଆଙ୍କ ନିକଟରେ ଅଷ୍ଟମୀ ରେ ସ୍ୱତନ୍ତ୍ର ଆମିଷ ଭୋଗ ହୋଇଥାଏ । ଶ୍ରୀକ୍ଷେତ୍ର ରେ ସମସ୍ତ ଗୋଶାଣୀ ମୂର୍ତ୍ତିମାନେ ଏକାଦଶୀ ରେ ମେଲାଣି ନେଉଥିବା ବେଳେ ଦଶହରା ଵା ବିଜୟଦଶମୀ ଦିନ ମା କାକୁଡି ଖାଇ ମେଲାଣି ନେଇଥାନ୍ତି । ସମସ୍ତ ଗୋଶାଣୀ ମୂର୍ତ୍ତିଙ୍କ ବଡ ଭଉଣୀ ମା କାକୁଡି ଖାଇ । ସେଥିଲାଗି ମାଆଙ୍କ ବିସର୍ଜନ ପ୍ରଥମେ ହୋଇଥାଏ । ବିଭିନ୍ନ ସ୍ଥାନରୁ ଭକ୍ତ ଶ୍ରଦ୍ଧାଳୁ ମନେ ଷୋଳପୂଜା ସମୟରେ ମା ଙ୍କ ଦର୍ଶନ ଲାଗି ଆସିଥାନ୍ତି ।




