ଜ୍ୟୋତିଷ

Swapna Shastra- ସ୍ଵପ୍ନରେ ଛୋଟ ପିଲା ଦେଖିବାର ମାନେ କଣ ? ଜାଣନ୍ତୁ ଶୁଭ ନା ଅଶୁଭ ?

ସ୍ବପ୍ନ ଏକ ଏମିତି ଜିନିଷ ଯାହାର ମାନେ ଜାଣିବା ବହୁତ କଷ୍ଟ ହୋଇଥାଏ । ସମସ୍ତ ଜୀବମାନଙ୍କୁ ନିଦ୍ରା ସମୟରେ ସ୍ବପ୍ନ ଆସିଥାଏ । ବେଳେବେଳେ ଏମିତି ଆମ ସହିତ ହୋଇଥାଏ ଯେତେବେଳେ ଆମେ ଗୋଟିଏ ସ୍ବପ୍ନ ଦେଖୁ ତାକୁ ରାତିରେ ଭୁଲିଯାଉ କିନ୍ତୁ କିଛି ସ୍ବପ୍ନ ଅଛି ଯାହାକୁ ଅନେକ ଚେଷ୍ଟା କଲେ ମଧ୍ୟ ଭୁଲି ହେବ ନାହିଁ ।

ଆଜି ଆମେ ଆପଣଙ୍କୁ କିଛି ଏମିତି ସ୍ବପ୍ନ ବିଷୟରେ କହିବୁ ଯିଏ ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ । ଯଦି କୌଣସି ବ୍ୟକ୍ତି ଅଧିକ ଦିନ ଧରି ଅସୁସ୍ଥ ଅଛନ୍ତି, ଏବଂ ସୁସ୍ଥ ହୋଇପାରୁ ନାହାନ୍ତି ତେବେ ଯଦି ସେହି ବ୍ୟକ୍ତି ସ୍ବପ୍ନରେ ଯାଆଁଳା ଛୁଆକୁ ଦେଖୁଛନ୍ତି ତେବେ ସେମାନେ ଧିରେଧିରେ ସୁସ୍ଥ ହେବାକୁ ଲାଗନ୍ତି ।

ସେହିପରି କୈାଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ହୋଇଥିଲେ ଏବଂ ସେ ଯାଆଁଳା ଛୁଆକୁ ସ୍ବପ୍ନ ଦେଖନ୍ତି ତେବେ ସେମାନଙ୍କ ବ୍ୟବସାୟ ଉନ୍ନତି କରିଥାଏ ଏବଂ ବ୍ୟବସାୟରେ ସଫଳତା ମିଳିଥାଏ । ଯଦି କୌଣସି ବ୍ୟକ୍ତି ଅବିବାହିତ ଅଛନ୍ତି ବା ସେହି ବ୍ୟକ୍ତି ବିବାହ କରିପାରୁ ନାହାଁନ୍ତି, ତେବେ ସେହି ବ୍ୟକ୍ତି ଯଦି ସ୍ବପ୍ନରେ ଯାଆଁଳା ଛୁଆକୁ ଦେଖୁଛନ୍ତି ତାହେଲେ ସେମାନଙ୍କର ବିବାହ ଯୋଗ ହୋଇଥାଏ ଏବଂ ସେମାନେ ଅତି ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି ।

ଯଦି କୌଣସି ବିବାହିତ ସ୍ତ୍ରୀ ଯାହାର ସନ୍ତାନ ହେଉ ନାହିଁ, ଯାହାଦ୍ଵାରା ସେମାନେ ଦୁଃଖରେ ରହୁଛନ୍ତି ଯଦି ସେହି ସ୍ତ୍ରୀ ମାନେ ସ୍ବପ୍ନରେ ଯାଆଁଳା ଛୁଆକୁ ଦେଖୁଛନ୍ତି ତେବେ କିଛି ଦିନ ପରେ ସେମାନଙ୍କୁ ସନ୍ତାନର ସୁଖ ମିଳିଥାଏ । ସବୁବେଳେ ଗର୍ଭବତୀ ମହିଳା ମାନେ ସ୍ବପ୍ନରେ ଛୋଟ ଛୁଆକୁ ଦେଖିଥାନ୍ତି । ଏହି ସ୍ବପ୍ନ ଏଥିପାଇଁ ଆସିଥାଏ କାରଣ ଗର୍ଭବତୀ ମହିଳା ମାନେ ଛୋଟ ଛୁଆ ବିଷୟରେ ସବୁବେଳେ ଭାବି ଥାନ୍ତି । ଏହାଛଡା ସ୍ବପ୍ନରେ ଛୋଟ ଛୁଆ ଖେଳୁ ଥିବାର ମାନେ ସନ୍ତାନ ପ୍ରାପ୍ତିର ଯୋଗ ରହିଥାଏ ।

ଯଦି ଆପଣ କୌଣସି ଛୁଆକୁ କାନ୍ଦୁଥିବାର ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ । କୈାଣସି ମହତ୍ତ୍ଵପୂର୍ଣ୍ଣ କାମରେ ଅସଫଳତାର କାରଣ ହୋଇଥାଏ ।

ସ୍ବପ୍ନରେ ବଡ଼ ଛୁଆର ଦେଖିବାର ମାନେ, ଛୁଆ ମାନେ ମନରୁ ସଫା ଏବଂ ହୃଦୟରୁ କୋମଳ ହୋଇଥାନ୍ତି । ଯଦି ଆପଣ କୌଣସି ବଡ଼ ଛୁଆକୁ ସ୍ବପ୍ନରେ ଦେଖୁଛନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ । ଆସୁଥିବା ଦିନରେ ରହି ଯାଉଥିବା କାମ ପୁରା ହୋଇଥାଏ ।

ଯଦି କୌଣସି ବ୍ୟକ୍ତି କୈାଣସି ସମସ୍ୟା ଦେଇ ଗତି କରୁଛନ୍ତି ଏବଂ ଅନେକ ଚିନ୍ତାରେ ରହୁଛନ୍ତି ତେବେ ସେହି ବ୍ୟକ୍ତି ଯଦି ସ୍ବପ୍ନରେ ଛୋଟ ଛୁଆର ହସ ହସ ମୁହଁକୁ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ଏବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି । ଘରୋଇ ପାରିବାରିକ ସମସ୍ୟା ହେଉ କି ବାହାର ସମସ୍ୟା ଖୁବ୍ ଶିଘ୍ର ଦୂର ହୋଇଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button