ଦେଶ- ବିଦେଶ

ଘରେ କେଉଁ ଫଟୋ ଲଗାଇଲେ ଶୁଭ ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

୧. ଶ-ବ ଦା-ହ ର ଧୂଆଁ ନାକରେ ବାଜିଲେ ବହୁତ କ୍ଷତି ହୋଇଥାଏ। ୨. ଗାଲରେ କେବେବି ହାତ ଦେଇ ବସନ୍ତୁ ନାହିଁ ଏହା ଅଶୁଭତ୍ୱ ବଢ଼ାଇଥାଏ। ୩. ବାମ ହାତରେ ପାଣି ଗ୍ଲାସ ଧରି ପିଅନ୍ତୁ ନାହଁ, ଏହା ମଦ ତୁଲ୍ୟ ହୋଇଥାଏ। ୪. ନିଜ ଘରେ ପୂର୍ବକୁ ଏବଂ ଶଶୁର ଘରେ ଦକ୍ଷିଣ ଦିଗକୁ ମୁଣ୍ଡ ଦେଇ ଶୋଇଲେ ମଙ୍ଗଳ ହୋଇଥାଏ। ୫. ବରଗଛ ଓ ଓସ୍ତଗଛ ର ବିବାହ ଦେଲେ କନ୍ୟା ଦାନର ଫଳ ମିଳିଥାଏ। ୬. ଝିଅ ମାନେ ନିଜର ମନସ୍କାମନା ପୁର୍ଣ୍ଣ କରିବା ପାଇଁ ଗୁରୁବାର ଦିନ ଅରୁଆ ଚାଉଳ ରେ ହଳଦୀ ମିଶାଇ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ।

୭. ଗ୍ରହଣ ଲାଗିଥିବା ସମୟରେ ଗୁଜୁରାତି କିମ୍ବା ଲବଙ୍ଗ ର ଭସ୍ମ ପ୍ରସ୍ତୁତ କରି ମୁଣ୍ଡ ରେ ମାରିଲେ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ। ୮. ଘରର ମୁଖ୍ୟ ଲୋକଙ୍କ ବେଡ଼ ରୁମ ଉତ୍ତର ଦିଗରେ କରନ୍ତୁ ନାହଁ, ଏହା ଅମଙ୍ଗଳ ହୋଇଥାଏ।

୯. ପୂର୍ଣ୍ଣିମା ଦିନ ଦିନ ୧୦ଟା ପରେ ଅଶ୍ୱସ୍ତ ଗଛ ମୂଳରେ ଲକ୍ଷ୍ମୀ ଙ୍କ ନାମ ନେଇ ପୂଜା କରିଲେ ଆର୍ଥିକ ସଙ୍କଟ ଦୂର ହୋଇଥାଏ।

୧୦. ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର ଏବଂ ଗାଧୁଆ ଘର ସାମ୍ନା ସାମ୍ନି ରଖନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ।

୧୧. ଗାଧୁଆ ଘର ସର୍ଵଦା ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରହିଲେ ଶୁଭ ହୋଇଥାଏ।

୧୨. ଘରର ଦକ୍ଷିଣ ଦିଗରେ ବେଡ଼ ରୁମ କରିବା ଦ୍ୱାରା ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

୧୩. ସନ୍ଧ୍ୟା ସମୟରେ ଘର ଝାଡ଼ୁ ମାରନ୍ତୁ ନାହିଁ, ଏହା ଦାରିଦ୍ର୍ୟତା ଏବଂ ଋଣ ବୃଦ୍ଧି କରିଥାଏ।

୧୪. ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଆଦୋୖ ଛିଡାନ୍ତୁ ନାହିଁ, ଏହା ବହୁତ ଅଶୁଭ ହୋଇଥାଏ।

୧୫. ସନ୍ଧ୍ୟା ସମୟରେ କୌଣସି ବ୍ୟକ୍ତି କୁ ଉଧାର ଦିଅନ୍ତୁ ନାହିଁ ଅଥବା ଉଧାର ନିଅନ୍ତୁ ନାହିଁ, ଏହା ବହୁତ ଅମଙ୍ଗଳ ହୋଇଥାଏ।

୧୬. ଘରେ ଆକ୍ୱାରମ ରଖିଲେ ବହୁତ ଶୁଭ ହୋଇଥାଏ। ଏହା ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ।

୧୭. ଘରର ରୋଷେଇ ଘର କିମ୍ବା ବେଡ଼ରୁମ୍ ରେ ଆକ୍ୱାରମ ରଖନ୍ତୁ ନାହିଁ। ଏହା ବହୁତ ଅମଙ୍ଗଳ ହୋଇଥାଏ।

୧୮. ଘରେ ଭଙ୍ଗା ଚେୟାର କିମ୍ବା ଭଙ୍ଗା ଟେବୁଲ ରଖନ୍ତୁ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ।

୧୯. ଘରେ ଅଶ୍ଵଗନ୍ଧା ଗଛ ଲଗାଇଲେ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

୨୦. ଘରର ବାସ୍ତୁ ଦୋଷ ଦୂର କରିବା ନିମନ୍ତେ ଘରର ମୁଖ୍ୟ ଦ୍ୱାର ରେ ସିନ୍ଦୁର ରେ ସ୍ୱସ୍ତିକ ଚିନ୍ହ କରନ୍ତୁ।

୨୧. ସୂର୍ଯ୍ୟ ମୁଖ୍ୟ ଫୁଲର ଚିତ୍ର ଘରର ମୁଖ୍ୟ ଦ୍ବାରରେ ଲଗାଇଲେ ବାସ୍ତୁ ଦୋଷ ଦୂର ହେବା ସହିତ ବହୁତ ଶୁଭ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button