ଦେଶ- ବିଦେଶ

ପିଆଜକୁ ଏମିତି ଘରେ ଲଗାଇ ଦିଅନ୍ତୁ, ଗୋଟିଏ ବି ମଶା ଘର ପାଖକୁ ଆସିବେ ନାହିଁ, ଜାଣନ୍ତୁ କେମିତି

କହିବାକୁ ଗଲେ ମଶା ଏକ ଏମିତି କୀଟ ଅଟେ ଯିଏ କାମୁଡିବା ଦ୍ଵାରା ଆମର ଶରୀରର ସେହି ଅଂସଟି ବହୁତ କୁଣ୍ଡେଇ ହୋଇଥାଏ ଓ ବେଳେବେଳେ କିଛି ଏମିତି ମଶା ଅଛି ଯାହାର କାମୁଡିବା ଦ୍ଵାରା ଆମେ ଅସୁସ୍ଥ ମଧ୍ୟ ହୋଇଯାଉ । ଏମିତିରେ ସମସ୍ତେ ମଶାକୁ ଘରୁ ବାହାର କରିବା ପାଇଁ ବଜାରରେ ମିଳୁଥିବା ଲିକୁଇଡ କିମ୍ବା ମଶାବତୀ କଏଲ ବ୍ୟବହାର କରିଥାନ୍ତି । ଏହା ଛଡା ଅନ୍ୟ କିଛି ଘରେଲୁ ଉପାୟ ବି ଆପଣାନ୍ତି ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ସବୁର ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ହୋଇଥାଏ । ଏହା ମଧ୍ୟରେ ଥିବା ଗ୍ୟାସ ଓ କେମିକାଲ ଦ୍ଵାରା ମଶା ମରି ଯାନ୍ତି ।

କିନ୍ତୁ ଏହା ସହିତ ଆମକୁ ଓ ଆମ ଘରେ ଥିବା ଛୋଟ ପିଲାଙ୍କ ଉପରେ ଏହାର ବହୁତ ଖରାପ ପ୍ରଭାବ ପଡିଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ନୂଆ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ପରେ ଆପଣଙ୍କୁ ଘରୁ ମଶାକୁ ବାହର କରିବା ପାଇଁ ଅନ୍ୟ କୌଣସି ପ୍ରକାରର ବାହାର ଜିନିଷର ବ୍ୟବହାର କରିବାକୁ ପଡିବ ନାହିଁ ।

 

ଏହି ଉପାୟରେ ଆପଣଙ୍କୁ କେବଳ ଏକ ପିଆଜ ଦରକାର ଅଛି ଓ ଏକ ପ୍ରକାରର ତେଲ ଦରକାର ଅଛି । ଯାହାକୁ ବ୍ୟବହାର କରିବା ଦ୍ଵାରା ଗୋଟିଏ ହେଲେ ବି ମଶା ଘର ଭିରତରକୁ ଆସିବେ ନାହିଁ । ବର୍ତ୍ତମାନ ଆପଣ ଏହାକୁ କେମିତି ବ୍ୟବହାର କରିବେ ସେହି ବିଷୟରେ କହି ଦେଉଛୁ । ସର୍ବ ପ୍ରଥମେ ଗୋଟିଏ ପିଆଜ ନିଅନ୍ତୁ ଓ ଏହା ପରେ ପିଆଜର ଉପର ଭାଗରେ ଥିବା ଚୋପା ଗୁଡିକୁ ବାହାର କରି ଦିଅନ୍ତୁ ।

ଏହା ପରେ ଆପଣ ଏକ ଛୁଞ୍ଚି ଓ ସୂତା ଦ୍ଵାରା ପିଆଜକୁ କଣା କରି ତାକୁ ଟଙ୍ଗାଇଲା ଭଳି କରି ଦିଅନ୍ତୁ ଓ ଏହା ଅପରେ ପୁରା ପିଆଜରେ ଲୋବାନ ତେଲ ଲଗାଇ ଦିଅନ୍ତୁ । ପିଆଜର ଉପର ଅଂସରେ ଲୋବାନ ତେଲକୁ ଭଲ ଭାବରେ ଘଷି ଦିଅନ୍ତୁ । ଲୋବାନ ତେଲେ ଆମେ ଏଥିପାଇଁ ବ୍ୟବହାର କରୁଛୁ, କାରଣ ପିଆଜ ଓ ଲୋବାନ ତେଲ ଯେତେବେଳେ ଏକା ସହିତ ମିଶି ଯାଆନ୍ତି, ତେବେ ଏଥିରୁ ଯେଉଁ ବାସ୍ନା ସୃଷ୍ଟି ହୋଇଥାଏ ତାହା ମଶାମାନଙ୍କ ପାଇଁ ବହୁତ ଅସୁବିଧା କରିଥାଏ ।

 

ଏହି କାରଣରୁ ମଶା ଏହା ପାଖକୁ ବି ଆସନ୍ତି ନାହିଁ ଓ ଆମ ଘରକୁ ବି ଆସନ୍ତି ନାହିଁ । ବର୍ତ୍ତମାନ ଏହାକୁ ଘରର ଏକ କୋଣରେ ଟଙ୍ଗାଇ ଦିଅନ୍ତୁ । କାରଣ ପିଆଜ ଓ ଲୋବାନ ତେଲର ମିଶ୍ରଣ ଦ୍ଵାରା ଏକ ଗ୍ୟାସ ନିର୍ଗତ ହୋଇଥାଏ, ଏହି ଗ୍ୟାସ ମଶାମାନଙ୍କୁ କଷ୍ଟ ଦେଇଥାଏ । ଯାହା ଦ୍ୱାରା ମଶାମାନେ ଘରେ ପ୍ରବେଶ କରନ୍ତି ନାହିଁ । ଏହାକୁ ଆପଣ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । ଯାହାଦ୍ୱାରା ମଶା ମାନେ ଘର ଭିତରକୁ ପ୍ରବେଶ କରି ପାରିବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button