ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅବତାର ରାମ ଓ ସୀତା ରାଜା ଦଶରଥଙ୍କ ମୃତ୍ୟୁ ପରେ ତାଙ୍କର ପିଣ୍ଡ ଦାନ ପାଇଁ ବିହାର ସ୍ଥିତ ବୋଧ ଗୟା ଯାଇଥିଲେ । ସେହି ସମୟରେ ଏମିତି କିଛି ଘଟଣା ଘଟିଲା ଯେଉଁଥିପାଇଁ ମାତା ସୀତା ୪ ଜଣ ଲୋକଙ୍କୁ ଏମିତି ଅଭିଶାପ ଦେଲେ କି ଜାହର ପ୍ରଭାବ ଆଜି ପର୍ଯ୍ୟନ୍ତ ସେହି ଲୋକମାନଙ୍କ ଉପରେ ଅଛି । ଆଜି ଆମେ ସେହି ଲୋକମାନଙ୍କ ବିଷୟରେ ଜାଣିବା ଯେଉଁମାନଙ୍କୁ ମାତା ସୀତା ଅଭିଶାପ ଦେଇଛନ୍ତି । ବୋଦ୍ଧ ଗୟା ପହଞ୍ଚିବା ପରେ ଭଗବାନ ରାମ ଓ ଭାଇ ଲକ୍ଷ୍ମଣ ପିଣ୍ଡଦାନ ସାମଗ୍ରୀ ଆଣିବାକୁ ଯାଇଥିଲେ । କିନ୍ତୁ ଦୁଇ ଭାଇଙ୍କ ଆସିବାରେ ବିଳମ୍ବ ହେବା କାରଣରୁ ପିଣ୍ଡଦାନର ସମୟ ବିତି ଯାଉ ଥିଲା । ସେହି ସମୟରେ ଅଚାନକ ରାଜା ଦଶରଥ ଆବିର୍ଭାବ ହେଲେ ଓ ସେ ସୀତାଙ୍କୁ ପିଣ୍ଡଦାନ କରିବାକୁ ପାଇଁ କହିଲେ । ସେ କହିଲେ କି ତାଙ୍କୁ ଭୋକ ଲାଗିଛି । ସେଠୁ ମାତା ସୀତା କହିଲେ କି ତାଙ୍କୁ ତାଙ୍କର ପୁତ୍ରମାନଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କାରଣ ସେମାନେ ଆପଣଙ୍କୁ ଚାଉଳ ଓ ତେଲର ପିଣ୍ଡ ତିଆରି କରି ଦାନ କରି ପାରିବେ । କିନ୍ତୁ ଦଶରଥ ଅପେକ୍ଷା କରିବାକୁ ମନା କରି ଦେଲେ । ମାତା ସିତାଙ୍କୁ ଫଲଗୁ ନଦୀର କୁଳର ବାଲିରେ ପିଣ୍ଡ ତିଆରି କରି ଦାନ କରିବା ପାଇଁ କହିଲେ । ରାମ ଓ ଲକ୍ଷ୍ମଣଙ୍କ ଆସିବା ପୂର୍ବରୁ ହିଁ ମାତା ସୀତା ସମସ୍ତ ବିଧି ବିଧାନ ସହ ପିଣ୍ଡ ଦାନ କରି ଦେଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ପାଞ୍ଚ ଜଣ ବ୍ୟକ୍ତି ଯିଏ ସାକ୍ଷୀ ଥିଲେ କି ମାତା ସୀତା ପିଣ୍ଡଦାନ କରିଛନ୍ତି, ସେମାନେ ହେଉଛନ୍ତି ଯଥା ବଟ ବୃକ୍ଷ, ଫଲ୍ଗୁ ନଦୀ, ଗାଈ, ତୁଳସୀ ଗଛ ଓ ଜଣେ ବ୍ରାହ୍ମଣ ଥିଲେ । କିନ୍ତୁ ଯେତେବେଳେ ରାମ ଓ ଲକ୍ଷ୍ମଣ ଫେରି ଆସି ପିଣ୍ଡଦାନ ବିଷୟରେ ସୀତାଙ୍କୁ ପଚାରିଲେ ତେବେ ମାତା ସୀତା ସମୟର ଗୁରୁତ୍ଵ ମହତ୍ଵ ବିଷୟରେ କହିଲେ ଓ ସେ ପିଣ୍ଡ ଦାନ କରି ଦେଇଛନ୍ତି ବୋଲି କହିଲେ । ନିଜ କଥାର ପ୍ରମାଣ ଦେବା ପାଇଁ ମାତା ସୀତା ସେହି ପାଞ୍ଚ ଜଣଙ୍କୁ ରାମଙ୍କୁ ସତ କହିବାକୁ କହିଲେ । କିନ୍ତୁ କେବଳ ବଟ ବୃକ୍ଷ ଛଡା ଆଉ କେହି ବି ସତ କହିଲେ ନାହିଁ । ନଦୀ, ଗାଈ, ତୁଳସୀ ଗଛ, ବ୍ରାହ୍ମଣ କହିଲେ କି ମାତା ସୀତା ପିଣ୍ଡଦାନ କରି ନାହାନ୍ତି । ଏହି ସମୟରେ ସ୍ଵୟଂ ଦଶରଥଙ୍କ ଆତ୍ମା ଭଗବାନ ରାମ ଓ ଲକ୍ଷ୍ମଣଙ୍କ ସାମ୍ନାରେ ଆସି କହିଲେ କି ସୀତା ସମସ୍ତ ବିଧି ବିଧାନ ସହିତ ତାଙ୍କୁ ପିଣ୍ଡଦାନ କରିଛନ୍ତି । ଏହା ପରେ ସିତାଙ୍କ ସତ୍ୟର ପ୍ରମାଣ ମିଳିଗଲା । କିନ୍ତୁ ସୀତା ସେହି ୪ ସାକ୍ଷୀଙ୍କୁ ଅଭିଶାପ ଦେଲେ । ଫଲ୍ଗୁ ନଦୀକୁ ଅଭିଶାପ ଦେଲେ କି ଗୟା ନଦୀ କେବଳ ପୃଥିବୀ ତଳେ ହିଁ ପ୍ରବାହିତ ହେବ ଓ ପୃଥିବୀ ଉପରେ ସବୁବେଳେ ଶୁଖିଲା ରହିବ । ଗାଈକୁ ଅଭିଶାପ ଦେଲେ କି ଗାଈକୁ ସମସ୍ତେ ପୂଜା କରିବେ କିନ୍ତୁ ତାକୁ ଅଇଁଠା ଖାଦ୍ୟ ଖାଇବାକୁ ପଡିବ । ତୁଳସୀ ଗଛକୁ ଅଭିଶାପ ଦେଲେ କି ଗୟାରେ କୌଣସି ତୁଳସୀ ଗଛ ରହିବ ନାହିଁ । ବ୍ରାହ୍ମଣ ଅଭିଶାପ ଦେଲେ କି ଗୟାର ବ୍ରାହ୍ମଣ ଜୀବନରେ କେବେ ସନ୍ତୁଷ୍ଟ ହେବେ ନାହିଁ ଓ ସବୁବେଳେ ଦରିଦ୍ରତାରେ ରହିବେ । ଶେଷରେ ମାତା ସୀତା ବଟ ବୃକ୍ଷକୁ ବରଦାନ ଦେଲେ କି ଯେ କୌଣସି ବି ବ୍ୟକ୍ତି ଗୟାରେ ପିଣ୍ଡ ଦାନ କରିବାକୁ ଆସିବେ ସେମାନେ ବଟ ବୃକ୍ଷକୁ ବି ପିଣ୍ଡ ଦାନ କରିବେ । ଏହି ଭଳି ଭାବରେ ମାତା ସୀତା ଅଭିଶାପ ସେଠି ଉପସ୍ଥିତ ଥିବା ୪ ସାକ୍ଷୀ ଆଜି ପର୍ଯ୍ୟନ୍ତ ଭୋଗୁଛନ୍ତି ।

ଗୋଟିଏ ବ୍ୟକ୍ତିର ପସନ୍ଦ ଓ ନା ପସନ୍ଦ ତାହାର ବ୍ୟକ୍ତିତ୍ବ ଓ ସ୍ଵଭାବର ଆଇନା ହୋଇଥାଏ । ଏହା ସହିତ ତାହାର ଜୀବନର କେତେକ ରହସ୍ୟ ବିଷୟରେ କହିଥାଏ । ବ୍ୟକ୍ତିର ପସନ୍ଦକୁ ଆଧାର କରି ଆପଣ ସେହି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଅନୁମାନ ଲାଗାଇ ପାରିବେ । ଆଜି ଆମେ ଆପଣଙ୍କୁ କିଛି ବକ୍ସର ଚିତ୍ର ଦେଖାଇବୁ । ଯେଉଁଥିରୁ ଆପଣ ନିଜ ପାଇଁ କିମ୍ବା ନିଜର ପାର୍ଟନର ପସନ୍ଦର କୌଣସି ଗୋଟିଏ ବକ୍ସ ବାଛିବାର ଅଛି । ଏହା ଦ୍ଵାରା ଆମେ ଆପଣଙ୍କ ପସନ୍ଦ କରିଥିବା ଚିତ୍ରକୁ ଆଧାର କରି ଆପଣଙ୍କ ଲଭ ଲାଇଫ ସହ ଜଡିତ କିଛି ଗୁପ୍ତ କଥା ବିଷୟରେ କହିଦେବୁ । ବର୍ତ୍ତମାନ ଗୋଟିଏ ବକ୍ସ ପସନ୍ଦ କରନ୍ତୁ ।
ପ୍ରଥମ ବକ୍ସ
ଯଦି ଆପଣ ପ୍ରଥମ ବକ୍ସ ଚୟନ କରିଛନ୍ତି ତେବେ, ଆପଣ ଜଣେ ପ୍ରେମ ଭାବନା ରଖୁଥିବା ବ୍ୟକ୍ତି ଅଟନ୍ତି । ଆପଣ ନିଜର ଲଭ ଲାଇଫକୁ ନେଇ ଓ ପାର୍ଟନରକୁ ନେଇ ଚିନ୍ତାରେ ଥାନ୍ତି । ଆପଣ ଆପଣଙ୍କ ପାର୍ଟନରଙ୍କ ସହ ରୋମାଣ୍ଟିକ ଓ ହସ ଖୁସିର ଜୀବନ ବିତେଇବାର ସ୍ଵପ୍ନ ଦେଖନ୍ତି । ଯେତେବେଳେ ଆପଣଙ୍କୁ ଆପଣଙ୍କ ଜୀବନର ପ୍ରକୃତ ଭଲ ପାଇବା ମିଳିଯାଏ ସେତେବେଳେ ଆପଣଙ୍କ ସ୍ଵପ୍ନ ସାକାର ହୋଇଯାଏ ।
ଦ୍ଵିତୀୟ ବକ୍ସ
ଦ୍ଵିତୀୟ ବକ୍ସ ବାଛିଥିବା ଲୋକମାନଙ୍କ ବିଷୟରେ କହିଲେ, ଆପଣ ବହୁତ ସାମାଜିକ ବ୍ୟକ୍ତିତ୍ବ ଅଟନ୍ତି । ଆପଣ ଲୋକମାନଙ୍କ ସହ ମିଳାମିଶା କରିବା ଓ ନୂଆ ନୂଆ ସାଙ୍ଗ ସାଥି କରିବା ପସନ୍ଦ କରନ୍ତି । ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ତାହର ଧ୍ୟାନ ରଖିବା ନିଜର ଦାୟିତ୍ଵ ଭାବି ନିଅନ୍ତି । ଆପଣ ବହୁତ ଖୁସି ମିଜାଜ ଓ ରୋମାଣ୍ଟିକ ଭାବନାର ବ୍ୟକ୍ତି ଅଟନ୍ତି । ଆପଣ କେବେ ନିଜର ସମ୍ପର୍କକୁ ଦେଖେଇ ହୁଅନ୍ତି ନାହିଁ ସେଥିପାଇଁ ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ଖୁସି ରହିଥାନ୍ତି ।
ତୃତୀୟ ବକ୍ସ
ଯଦି ଆପଣ ଏହି ବକ୍ସକୁ ପସନ୍ଦ କରିଛନ୍ତି, ତେବେ ଆପଣ ପ୍ରେମ ଓ ବନ୍ଧୁତା ଉପରେ ଅଧିକ ବିଶ୍ଵାସ କରିବା ବାଲା ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ପ୍ରେମରେ ଛଳନା କରିବା ବିଲକୁଲ ବି ପସନ୍ଦ ନୁହେଁ । ଆପଣ ଏବଂ ଆପଣଙ୍କ ପାର୍ଟନର ବହୁତ ମଜାକିୟା ପ୍ରେମୀ ଓ ପ୍ରେମିକା ଅଟନ୍ତି । ଆପଣ ସବୁବେଳେ ଆପଣଙ୍କ ପାର୍ଟନରଙ୍କ ସହ ପ୍ରେମଭାରା କଥା ହୁଅନ୍ତି । ଏଥିପାଇଁ ଆପଣଙ୍କ ପ୍ରେମ ଜୀବନ ବହୁତ ଭଲ ହୋଇଥାଏ ।
ଚତୁର୍ଥ ବକ୍ସ
ଯଦି ଆପଣ ଚତୁର୍ଥ ବକ୍ସ ବାଛିଛନ୍ତି, ତେବେ ଆପଣ ବହୁତ ରହସ୍ୟମୟୀ, ଗମ୍ଭୀର, ଭାବୁକ ଇତ୍ୟାଦି ନିଜ ମଧ୍ୟରେ ବହୁତ ଗୁଣ ରଖିଛନ୍ତି । ଆପଣ ବହୁତ ସଂବେଦନଶୀଳ ହୋଇଥିବା କାରଣରୁ ନିଜର ପାର୍ଟନର କଥା ଦ୍ଵାରା ବେଳେ ବେଳେ ଦୁଖିତ ବି ହୋଇ ଯାଆନ୍ତି । କିନ୍ତୁ କିଛି ସମୟ ପରେ ପୁଣି ଠାରେ ନିଜର ପାର୍ଟନର ସହ କଥାବାର୍ତ୍ତା କରନ୍ତି । ଆପଣଙ୍କ ଲଭ ଲାଇଫ ବହୁତ ରୋମାଞ୍ଚକ ପୂର୍ଣ ଅଟେ ।
ପଞ୍ଚମ ବକ୍ସ
ଯଦି ଆପଣ ପଞ୍ଚମ ବକ୍ସକୁ ପସନ୍ଦ କରୁଛନ୍ତି, ତେବେ ଆପଣ ସବୁବେଳେ ଉପହାର ଦେଇ ଅନ୍ୟ ମାନଙ୍କୁ ଆଚମ୍ବିତ କରି ଦିଅନ୍ତି । ଭଲ ପାଇବାରେ ନିଜ ପାର୍ଟନରକୁ ଖୁସି କରିବା ପାଇଁ ଅଲଗା ପ୍ରକାରର କିଛି କରିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି । ଆପଣ ସମସ୍ତଙ୍କୁ ଛୋଟ ବଡ ଉପହାର ଦେଇ ଖୁସି କରି ଦିଅନ୍ତି । ଆପଣ ନିଜର ପାର୍ଟନର ବିନା ନିଜ ଲାଇଫରେ ବଞ୍ଚିବା ପାଇଁ କଳ୍ପନା ବି କରିପାରିବେ ନାହିଁ ।
ଷଷ୍ଠ ବାକ୍ସ
ଯଦି ଆପଣ ଷଷ୍ଠ ବାକ୍ସକୁ ବାଛିଛନ୍ତି ତେବେ ଆପଣ ନିଜ ଲାଇଫ ପାର୍ଟନରକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ପ୍ରେମକୁ ସବୁବେଳେ ନୂଆ ରୂପରେ ଦେଖିବା ପାଇଁ ଆପଣ ଏକ୍ସପେରିମେଣ୍ଟ କରିଥାନ୍ତି । ନିଜ ଲାଇଫରେ ପ୍ରେମର ଖୁସିକୁ କେଉଁଭଳି ଭାବରେ ପୁରା କରିବେ ଏହା ଆପଣଙ୍କୁ ଭଲ ଭାବରେ ଜଣା ଅଛି । ଆପଣଙ୍କ ନିଜର ପାର୍ଟନର ସହିତ ନିବିଡ ସମ୍ପର୍କ ଗଢି ଉଠି ଥାଏ । ଯାହାକୁ କେହି ବି ଚାହିଁଲେ ଭାଙ୍ଗି ପାରିବେ ନାହିଁ ।




