ଜ୍ୟୋତିଷ

ଘରର ମୁଖ୍ୟ ଦ୍ଵାରରେ କଳସ ବସାଇବା ଠିକ କି ? କେଉଁ ପାର୍ଶ୍ବରେ କଳସ ବସାଇବା ଉଚିତ୍- Vaastu Tips

ନମସ୍କାର ବନ୍ଧୁଗଣ । ଘରେ ସର୍ବଦା ଆନନ୍ଦ, ସମ୍ପତ୍ତି ଓ ଶାନ୍ତି ରହୁ ବୋଲି ସମସ୍ତେ  ଇଛା କରିଥାଉ । ମାତ୍ର ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଯଦି ରହିଥାଏ ଏହି ଜିନିଷ ତେବେ ସେହି ଘରକୁ ମାଡି ଆସେ ବିପଦ ଓ ଘରକୁ କରିଥାଏ ବରବାଦ । ଆପଣମାନେ ମଧ୍ୟ କଣ କରୁଛନ୍ତି ଏହି ଭୁଲ ତେବେ ଆଜି ହିଁ ସୁଧାରି ନିଅନ୍ତୁ । ଯାହା ଫଳରେ ହୋଇନଥାଏ ଧନର ଅଭାବ ।

ମୁଖ୍ୟ ଦ୍ଵାରରେ  ଥିବା ଜିନିଷ ମାତା ଲକ୍ଷ୍ମୀଙ୍କୁ ଘର ଭିତରକୁ ଆସିବାରେ ବାଧା ହୁଅନ୍ତି । ମାତା ଲକ୍ଷ୍ମୀ ଯେଉଁ ଘରେ ବାସ କରନ୍ତି ନାହିଁ ସେହି ଘରେ ଦୁଃଖକଷ୍ଟ ସର୍ବଦା ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ବସ୍ତୁ ସାକାରାତ୍ମକ ଓ ନାକାରାତ୍ମକ ଊର୍ଜାର ପ୍ରଭାବକୁ ନିଦ୍ଧାରଣ  କରିଥାନ୍ତି । ଘରେ ବସ୍ତୁକୁ ଯଦି ସଠିକ ସ୍ଥାନରେ ରଖୁ ନାହାନ୍ତି ତେବେ ତାହାର ନାକାରାତ୍ମକ ପ୍ରଭାବ  ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପଡିଥାଏ ।

ବାସ୍ତୁ ଶାସ୍ତ୍ରରେ ଘରର ମୁଖ୍ୟ ଦ୍ଵାର ବହୁତ ଅଧିକ ମହତ୍ଵ ଦିଆଯାଇଥାଏ । ଶାସ୍ତ୍ର ଅନୁସାରେ ମୁଖ୍ୟ ଦ୍ଵାର ଯଦି ଅନୁଚିତ୍ ଦିଗ ବା ଦ୍ଵାର ସାମ୍ନାରେ ଏପରି କିଛି ଜିନିଷ ରଖାଯାଏ ତେବେ ତାହାର ଖରାପ ପ୍ରଭାବ ଗୃହର ମହିଳା ଓ ସାନ ପିଲାଙ୍କ ଉପରେ ପଡିଥାଏ । ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ଵାରରେ ମଇଳା ପଣି ଜମା ହେବା ଅଶୁଭ ମାନା ଯାଇଥାଏ । ଏହା ବାସ୍ତୁ ଓ ଶରୀର ପକ୍ଷେ କ୍ଷତି ସାଧନ କରିଥାଏ । ତେଣୁ ତୁରନ୍ତ ତାହାକୁ ହଟାଇବା ଉଚିତ୍ ।

କେତେକ ଲୋକମାନେ ଘରର ସୌନ୍ଧାର୍ଜୀ କୁ ବଢାଇବା ପାଇଁ କଣ୍ଟା ଜାତୀୟ ଗଛକୁ ଲଗାଇଥାନ୍ତି । ମାତ୍ର ତାହା ଘର ଲୋକମାନଙ୍କ ଭିତରେ ଥିବା ପ୍ରେମକୁ କମ୍ କରିଦେଇଥାଏ । ଘର ସାମନାରେ ଫୁଲ ଓ ତୁଳସୀ ଗଛକୁ ନିଶ୍ଚୟ ରଖନ୍ତୁ । ଘର ସାମନାରେ ଘନ ଗଛ ରହିବା କଥା ନୁହେଁ ଏହା ଦ୍ଵାରା ଘର ଭିତରକୁ ସୂର୍ଯ୍ୟଙ୍କ ରଶ୍ମି ପ୍ରବେଶ କରିପାରେ ନାହିଁ । ଘରେ ସୂର୍ଯ୍ୟଙ୍କ ରଶ୍ମି ପ୍ରବେଶ କରିବା ଦ୍ଵାରା ରୋଗ ଜୀବାଣୁଙ୍କ ମୃତ୍ୟୁ ହୋଇଥାଏ ।

କ୍ଷୀର ବାହାରୁଥିବା ଗଛକୁ ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ଘରର ମୁଖ୍ୟ ଦ୍ଵାର ସାମନାରେ ମନ୍ଦିର ରଖନ୍ତୁ ନାହିଁ ନଚେତ୍ ସମସ୍ୟା ଆପଣଙ୍କ ପିଛା ଛାଡି ନ ଥାଏ । ଘରର ସାମ୍ନାରେ ସିଢି କରନ୍ତୁ ନାହିଁ ଏହା ଦ୍ଵାରା ପିଲାମାନଙ୍କ ପାଠ ଓ ଉନ୍ନତି ରେ ବାଧା ଆସିଥାଏ । ଘରର ମୁଖ୍ୟ ଦ୍ଵାରରେ ମା ଲକ୍ଷ୍ମୀଙ୍କ ଫଟ କୁ କଦାପି ରଖିବେ ନାହିଁ । କାରଣ ମା ‘ ଲକ୍ଷ୍ମୀଙ୍କ ସ୍ଥାନ ସର୍ବଦା ଘର ଭିତରେ ହୋଇଥାଏ ।

ଘରର ମୁଖ୍ୟ ଦ୍ଵାର ସାମନାରେ ଚପଲ ରଖିବା ଅନୁଚିତ୍ ହୋଇଥାଏ । ଘର ମୁଖ୍ୟ ଦ୍ଵାର ରେ ପୁରୁଣା ତାଲା ବ୍ୟ ବହାର କରିବେ ନାହିଁ ।  ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button