ଦେଶ- ବିଦେଶ

ଇଜରାୟଲର ଏହି ଘାତକ ହଥିୟାର LAC ଉପରେ ରଖିବ ଚୀନର ହରକତ ଉପରେ ନଜର

ଭାରତ ଲଦ୍ଦାଖରେ ଲାଇନ ଅଫ ଏକ୍ଚୁୟାଲ କଣ୍ଟ୍ରୋଲ (LAC) ଉପରେ ବର୍ତ୍ତମାନ ଇଜରାୟଲ ଦ୍ଵାରା ନିର୍ମିତ ଡ୍ରୋନ ସାହାର୍ଯ୍ୟରେ ନଜର ରଖିବା ଆରମ୍ଭ କରି ଦେଇଛି । ଇଜରାୟଲ ଦ୍ଵାରା ନିର୍ମିତ ଏହି ଡ୍ରୋନକୁ ଦୁନିଆର ସବୁଠୁ ଭଲ ହଥିୟାର ବୋଲି କୁହାଯାଏ । ଭାରତ ୨୦୧୫ରେ ଇଜରାୟଲ ସହ ଏହି ଡ୍ରୋନର ଡିଲ କରିଥିଲା । କିନ୍ତୁ ସେହି ସମୟରେ ଏହି ଡିଲ କେବଳ ଇଣ୍ଡିଆନ ଏୟାର ଫୋର୍ସ ପାଇଁ କରା ଯାଇ ଥିଲା ।

 

କିନ୍ତୁ ବର୍ଷ ୨୦୧୭ରେ ସେନା ପାଇଁ ବି ଏହି ଡ୍ରୋନ କ୍ରୟ କରିବା ପାଇଁ ଡିଲ କରାଯାଇ ଥିଲା । ଆପଣଙ୍କୁ କହିଦେଉଛୁ କି ଭାରତ ଓ ଚୀନ ମଧ୍ୟରେ ୫ ମେ ରୁ ପୂର୍ବୀ ଲଦ୍ଦାଖରେ ପୈଂଗୋଂଗ ତ୍ସୋ ହ୍ରଦ ନିକଟରେ ବିବାଦ ଜାରି ଅଛି ।

 

ଏହି ଡ୍ରୋନକୁ ଇଜରାୟଲର ଏରୋସ୍‍ପେସ ଇଂଡସ୍‍ଟ୍ରୀଜ (ଆଈଏଆଈ) ତିଆରି କରିଛି । ଏହି ଡ୍ରୋନରେ ହଥିୟାର ଫିଟ କରା ଯାଇ ପାରିବ । ଯାହା ସ୍ଥଳପଥର ଟାର୍ଗେଟକୁ ସହଜରେ ନଷ୍ଟ କରି ପାରିବ । ଯଦି ଏହାକୁ ଦିଲ୍ଲୀରୁ ଲଞ୍ଚ କରାଯାଏ ତେବେ କେବଳ ୩୦ ମିନିଟ ଭିତରେ ଏହି ଡ୍ରୋନ ବର୍ଡର ଉପରେ ଶତ୍ରୁର ଠିକଣା ଜାଣି ପାରିବ । ଏହାର ସେନ୍ସର ଏତେ ଭଲ ଅଟେ କି ୩୦,୦୦୦ ଫୁଟ ଉଚ୍ଚତାରୁ ଏହା ଶତ୍ରୁ ବିଷୟରେ ସହଜରେ ଜାଣି ପାରିବ ।

 

ଇଜରାୟଲ ଫେବ୍ରୁୟାରୀ ୨୦୧୫ରେ ବଂଗଲୁରୁର ଏରୋ – ଇଂଡିୟା ଶୋରେ ପ୍ରଥମ ଥର ହେରନ ଟୀପୀ ଡ୍ରୋନର ପ୍ରଦର୍ଶନ କରିଥିଲା । ୧୧ ସେପ୍ଟେମ୍ବର ୨୦୧୫ରେ ଭାରତ ରକ୍ଷା ମନ୍ତ୍ରାଳୟ ୪୦୦ ମିଲିୟନ ଡଲାରରେ ୧୦ ଟି ହେରନ ଟୀପୀ ଡ୍ରୋନ କ୍ରୟ କରିଥିଲେ । ବର୍ଷ ୨୦୧୬ରେ ଯେତେବେଳେ ଏହା ଭାରତ ଏମଟିସିଆରର ସଦସ୍ୟ ହେଲା ତ ଏହି ଡ୍ରୋନର କ୍ରୟ କରିବାର ରାସ୍ତା ବି ଖୋଲିଗଲା ।

ITBP ବାଟାଲିୟନ ବି ସେନା ସହିତ ଉପସ୍ଥିତ

 

ଭାରତ ଓ ଚୀନ ମଧ୍ୟରେ ପୂର୍ବୀ ଲଦ୍ଦାଖରେ ଚାର ବିନ୍ଦୁ ଉପରେ ବିବାଦ ଜାରି ଅଛି । ଭାରତ ଯେଉଁଠି ଡ୍ରୋନ ସାହାର୍ଯ୍ୟରେ ଏଲଏସି ଉପରେ ନଜର ରଖୁଛି ଅନ୍ୟ ପଟେ ଇଣ୍ଡୋ – ତିବ୍ବତ ବର୍ଡର ପୋଲିସ ଆଇଟିବିପି ବି ସେକ୍‍ଟରରେ କିଛି ଅନ୍ୟ ବାଟାଲିୟନକୁ ସାମିଲ କରି ଦେଇଛି । ଭାରତ ଓ ଚୀନ ମଧ୍ୟରେ ପାଖପାଖି ୩୫୦୦ କିଲୋମିଟର ଲାମ୍ବା ଏଲଏସି ଅଛି । ସରକାର ଓ ମିଲିଟ୍ରୀ ସୂତ୍ରରୁ ପୁଷ୍ଟି କରା ଯାଇଛି କି ଡ୍ରୋନ ସାହାର୍ଯ୍ୟରେ ନଜର ରକ୍ଷା ଯାଉଛି । ୨୦ ଜୁନକୁ ସେନାର ସାହାର୍ଯ୍ୟ ପାଇଁ ସେହି ଅଞ୍ଚଳରେ ଆଇଟିବିପି ବାଟାଲିୟନକୁ ସାମିଲ କରିବା ପାଇଁ ନିଷ୍ପତି ନିଆ ଯାଇ ଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button