ଦେଶ- ବିଦେଶ

ଅରବିନ୍ଦ କେଜ୍ରିୱାଲଙ୍କ କୋର୍ଟ ଭିଡିଓ ହଟାଇବାପାଇଁ ସୁନିତା କେଜ୍ରିୱାଲଙ୍କୁ ନୋଟିସ – Kalinga News

[ad_1]

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କୁ ଏକ ନୋଟିସ କରିଛନ୍ତି। ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ କୋର୍ଟରେ ହାଜର ହେବା ସମୟରେ ସୁନିତା କୋର୍ଟ ବିଚାରଣର ଭିଡିଓ ରେକର୍ଡିଂ ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ପୋଷ୍ଟ୍ କରିଥିଲେ। ତେବେ ଜଷ୍ଟିସ ନୀନା ବଂସଲ କ୍ରୀଷ୍ଣା ଏବଂ ଅମିତା ଶର୍ମାଙ୍କ ଡିଭିଜନ୍ ବେଞ୍ଚ୍ ସୁନିତାଙ୍କୁ ସୋସିଆଲ ମିଡିଆରୁ ଏହି ଭିଡିଓ ହଟାଇବାପାଇଁ ନୋଟିସ କରିଛନ୍ତି। ସେହିପରି କୋର୍ଟ ମଧ୍ୟ ସୋସିଆଲ ମିଡିଆ ମଞ୍ଚ ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବକୁ ମଧ୍ୟ ନୋଟିସ କରି ଏହି ଭିଡିଓ ହଟାଇବାପାଇଁ କହିଛନ୍ତି। ଆଇନଜୀବୀ ବୈଭବ ସିଂହଙ୍କ ଦ୍ବାରା ହୋଇଥିବା ଏକ ପିଆଇଏଲ୍ର ଶୁଣାଣି କରି କୋର୍ଟ ଆଜି ଏହି ରାୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭିଡିଓଟି ମାର୍ଚ୍ଚ ୨୮ ତାରିଖର। ଆଇନଜୀବୀ ବୈଭବ ସିଂହ କହିଛନ୍ତି, କେଜ୍ରିୱାଲ ରାଉଜ ଆଭେନ୍ୟୁ କୋର୍ଟରେ ତାଙ୍କ ମତ ରଖୁଥିବାବେଳେ ଆପ୍ ଏବଂ ଅନ୍ୟ ବିରୋଧୀ ଦଳ ଗୁଡ଼ିକ କୋର୍ଟ ବିଚାରଣର ଅଡିଓ ଏବଂ ଭିଡିଓ ରେକର୍ଡିଂ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ। ଜଣେ ଏକ୍ସ ୟୁଜରଙ୍କ ଦ୍ବାରା ପୋଷ୍ଟ୍ କରାଯାଇଥିବା ଏକ ଅଡିଓ ରେକର୍ଡିଂକୁ ସୁନିତା କେଜ୍ରିୱାଲ ରିପୋଷ୍ଟ୍ କରିଥିଲେ। ତେବେ ନିୟମ ଅନୁଯାୟୀ କୋର୍ଟ ବିଚାରଣର ରେକର୍ଡିଂ ପ୍ରସାର କରାଯାଇପାରିବନି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button