ମନୋରଞ୍ଜନ

ମୃତ୍ୟୁ ପୂର୍ବରୁ ଇରଫାନ ଖାନ ପୁରା କରିଗଲେ ନିଜ ଜୀବନର ଦୁଇଟି ସୁବର୍ଣ୍ଣ ସ୍ଵପ୍ନ

ବଲୀଉଡର ମହାନ କଳାକାରମାନଙ୍କ ମଧ୍ୟରୁ ଜଣେ ଥିଲେ ଇରଫାନ ଖାନ । ଅସମୟ ନିଧନ କାରଣରୁ ତାଙ୍କର ଫ୍ୟାନମାନଙ୍କ ସହିତ ବଲୀଉଡର ସମସ୍ତ କଳାକାର ବି ଦୁଃଖିତ ହୋଇଯାଇଛନ୍ତି । ଏହା ସହିତ ସେହି ସମସ୍ତ ମଣିଷକୁ ବି ଆଘାତ ଲାଗିଛି, ଯେଉଁମାନେ ଏକ ସୁନ୍ଦର ସିନେମା ଉପରେ ବିଶ୍ଵାସ ରଖୁଥିଲେ । ୫୪ ବର୍ଷର ଇରଫାନ ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯାହାଙ୍କ କୌଣସି ବି ଫିଲ୍ମ, କୌଣସି ବି ଟିଭି ସିରିୟଲ, ଏହା ଛଡା ଯଦି ଟିଭିରେ କୌଣସି ବିଜ୍ଞାପନ ଆସୁଛି ତେବେ ତାକୁ ନ ଦେଖି ରହି ହୁଏ ନାହିଁ ।

ଇରଫାନ ଖାନଙ୍କୁ ସେହି ଭାଗ୍ୟବାନ ଲୋକମାନଙ୍କ ମଧ୍ୟରେ ମନେ ପକାଯିବ ଯେଉଁମାନେ ନିଜ ଜୀବନରେ ଯେଉଁ ସବୁ ସ୍ଵପ୍ନ ଦେଖିଲେ, ତାକୁ ପୁରା ବି କରିଲେ । ତାଙ୍କ ଜୀବନରେ ଏମିତି ଦୁଇଟି ସ୍ଵପ୍ନ ଥିଲା ଯାହା ବିଷୟରେ ସେ ପ୍ରାୟତଃ କଥା ହେଉଥିଲେ । ଆସନ୍ତୁ ଜାଣିବା ସେହି ଦୁଇଟି ସ୍ଵପ୍ନ ବିଷୟରେ

 ହୋଇଥିଲା ‘ଜୁରାସିକ ୱାର୍ଲ୍ଡ’ର ଅଂଶ

୭ ଜାନୁୟାରୀ ୧୯୬୭ରେ ରାଜସ୍ଥାନରେ ଜନ୍ମ ଇରଫାନ ଖାନ ପିଲାଦିନେ ବହୁତ ଭଲ କ୍ରିକେଟର ଥିଲେ । କିନ୍ତୁ ଧୀରେ ଧୀରେ ସେ ଅଭିନୟ ଦୁନିଆକୁ ଚାଲି ଆସିଲେ । ୨୩ ବର୍ଷ ବୟସରେ ତାଙ୍କର ସିଲେକ୍ସନ ସୀକେ ନାୟଡୁ ଟୂର୍ନାମେଂଟ ପାଇଁ ହୋଇଥିଲା । କିନ୍ତୁ ତଥାପି କ୍ରିକେଟ ତାଙ୍କର ହୃଦୟକୁ ଜିତି ପାରିଲା ନାହିଁ ଓ କେବଳ ଅଭିନୟ ହିଁ ତାଙ୍କ ମୁଣ୍ଡରେ ରହିଲା ।

ଏହା ପରେ ବର୍ଷ ୧୯୯୩ରେ ରିଲିଜ ହୋଇଥିବା ଫିଲ୍ମ ‘ଜୁରାସିକ ପାର୍କ’ରୁ ତାଙ୍କ ମୁଣ୍ଡରେ ଅଭିନୟର ଚିନ୍ତାଧାରା ଆହୁରି ବି ମଝବୁତ ହୋଇଗଲା । ଇରଫାନ ଖାନ ଥରେ ଗୋଟିଏ ବ୍ରିଟିଶ ମିଡିଆକୁ ଦେଇଥିବା ଇଣ୍ଟରଭିୟୁରେ କହିଲେ କି ସେହି ସମୟରେ ଏହି ଫିଲ୍ମର ଟିକେଟ କ୍ରୟ କରିବା ପାଇଁ ବି ତାଙ୍କ ପାଖରେ ଟଙ୍କା ନ ଥିଲା । ଏହି କାରଣରୁ ସେ ଏହି ଫିଲ୍ମକୁ ଦେଖି ପାରିଲେ ନାହିଁ ।

କିନ୍ତୁ ଶେଷରେ ୨୦୧୫ରେ ରିଲିଜ ହୋଇଥିବା ଜୁରାସିକ ପାର୍କ ସିରିଜର ଗୋଟିଏ ଫିଲ୍ମ ‘ଜୁରାସିକ‍ ୱାର୍ଲ୍ଡ’ରେ ଇରଫାନ ଏକ ମୁଖ୍ୟ ଭୂମିକାରେ ନଜର ଆସିଲେ । ଇରଫାନ ସେହି ବର୍ଷ ଏକ ଇଣ୍ଟରଭିୟୁରେ କହିଥିଲେ କି, ‘ମୋର ଆଜି ଗୋଟିଏ ସ୍ଵପ୍ନ ପୁରା ହୋଇଛି । ସେ ଆଗକୁ କହିଲେ କି ଗୋଟିଏ ସମୟରେ ଯେଉଁ ଫିଲ୍ମକୁ ଦେଖିବା ପାଇଁ ମୋ ପାଖରେ ଟଙ୍କା ନ ଥିଲା ଆଜି ସେହି ଫିଲ୍ମରେ ଏକ ବଡ ରୋଲରେ ମୁଁ ଅଛି ।

ବର୍ଷ ରେ ପୁରା ହେଲା ଦ୍ଵିତୀୟ ସ୍ଵପ୍ନ

ବର୍ଷ ୨୦୧୩ରେ ଇରଫାନ ଖାନଙ୍କ ଫିଲ୍ମ ‘ପାନ ସିଂହ ତୋମର’ ପାଇଁ ବେସ୍ଟ ଅଭିନେତା ରୂପରେ ତାଙ୍କୁ ନ୍ୟାସନାଲ ପୁରଷ୍କାର ମିଳିଥିଲା । କିନ୍ତୁ ଇରଫାନ ଖାନଙ୍କୁ ଏହି କଥାରେ ଦୁଖ ଥିଲା କି ତାଙ୍କର ଫିଲ୍ମ ‘ହାସିଲ’ ଓ ‘ନେମସେକ’ ଏହି ଉପଲବ୍ଧି ଠାରୁ ବଞ୍ଚିଗଲେ । ଯେତେବେଳେ ପୁରଷ୍କାର ଜିତିବା ପରେ ଇରଫାନ ଖାନଙ୍କ ମନ୍ତବ୍ୟ ଜାଣିବାକୁ ଚେଷ୍ଟା କରାଗଲା ତେବେ ତାଙ୍କର କହିବାର ଥିଲା କି, ମୁଁ ଆଜି ବି ମାନୁଛି କି ମୋତେ ‘ହାସିଲ’ ଫିଲ୍ମ ପାଇଁ ଏହି ପୁରଷ୍କାର ମିଳିବା ଉଚିତ କିନ୍ତୁ ମିଳିଲା ନାହିଁ । ଏହା ଏକ ସ୍ଵପ୍ନ ଥିଲା ଯାହା ଆଜି ପୁରା ହୋଇଛି ।

ନ୍ୟାସନାଲ ପୁରଷ୍କାର ଆଜି ବି ବିଶ୍ଵାସନୀୟ ଅଟେ ଓ ଲୋକମାନଙ୍କ ମଧ୍ୟରେ ତାହାର ପ୍ରତିଷ୍ଠା ଅଛି । ଏହାକୁ ପାଇବା ନିଜ ମଧ୍ୟରେ ହିଁ ଏକ ଗୌରବଶୀଳ ସମୟ ଅଟେ । ଇରଫାନ ଖାନଙ୍କ ଏହି ଦୁନିଆ ଛାଡିବା ଦ୍ଵାରା ବଲୀଉଡରେ ଯେଉଁ ସ୍ଥାନଟି ଖାଲି ହୋଇ ଯାଇଛି ତାହାର ଦୁଃଖ କେବଳ ବଲୀଉଡକୁ ନୁହେଁ ଏହା ସହିତ ହଲିଉଡକୁ ବି ଅଛି । ଆପଣଙ୍କୁ କହିଦେଉଛୁ କି ଇରଫାନ ଖାନଙ୍କୁ ନ୍ୟୁରୋ – ଏଂଡୋକ୍ରାଇମ ଟ୍ୟୁମର ହୋଇଥିଲା ଓ ଏହି ଟ୍ୟୁମର ପାଇଁ ସେ ଲଣ୍ଡନ ବି ଯାଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button