ମନୋରଞ୍ଜନ

ଲୁଚିଲୁଚି ପ୍ରେମିକଙ୍କୁ ବିବାହ କଲେ ତାପସୀ – Kalinga News

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ବିବ‌ାହ କରିବାକୁ ଯାଉଥିବା ଖବର ଚର୍ଚ୍ଚାର ରହିଥିଲା। ତେବେ ନିଜର ବିବାହ ପ୍ରସଙ୍ଗରେ ତାପସୀ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିଲେ।

ସମ୍ପ୍ରତି ଖବର ମିଳିଛି କି  ତାପସୀ ପନ୍ନୁ ୧୦ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ଲୁଚିଲୁଚି ବିବାହ କରିଛନ୍ତି। ଅଭିନେତ୍ରୀ ତାଙ୍କ ବ୍ୟାଡମଂଟନ ଖେଳାଳି ବନ୍ଧୁ ମାଥିଏସ ବୋଏଙ୍କ ସହିତ ମାର୍ଚ୍ଚ ୨୩ରେ ଉଦୟପୁରରେ ପରିବାରଲୋକଙ୍କ ଉପସ୍ଥିତିରେ ବିବାହବନ୍ଧନ‌ରେ ବାନ୍ଧି ହୋଇଛନ୍ତି । ଉଭୟ ଶିଖ ଓ ଈଶାଇ ଶୈଳୀରେ ଅତି ସାଧାରଣ ଭାବେ ଅଭିନେତ୍ରୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା।

୨୦୧୩ ଇଣ୍ଡିଆନ ବ୍ୟାଡମିଂଟନ ଲିଗ ଅବସରରେ ଡେନମାର୍କର ଅଲିମ୍ପିକ ପଦକ ବିଜେତା ମାଥିଏସ ବୋଏଙ୍କୁ ତାପସୀ ଭେଟିଥିଲେ । । ଏହାପର ଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଦୀର୍ଘ ୧୦ବର୍ଷ ଧରି ତାପସୀ ଓ ବୋଏ ଡେଟିଂ କରିବା ପରେ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଦୁହେଁ କ‌ାହାକୁ କିଛି ନକହି ପରିବାରଲୋକଙ୍କ ଉପସ୍ଥିତିରେ ବିବାହ କରିଥିବା ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନେ ଦୁଃଖୀ ହୋଇଯାଇଛନ୍ତି। ନିଜ ବିବାହ ସମ୍ପର୍କରେ କାହାକୁ କିଛି ନଜଣାଇ  ଅଭିନେତ୍ରୀ କାହିଁକି ଲୁଚିଲୁଚି ବିବାହ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button