ଦେଶ- ବିଦେଶ

ଇଣ୍ଟରଭିୟୁରେ ପ୍ରଶ୍ନ କରାଗଲା– ଟାୟରର ରଙ୍ଗ ସବୁବେଳେ କଳା କାହିଁକି ହୋଇଥାଏ ?

ସମସ୍ତେ ଗାଡି ବ୍ୟବହାର କରିଥାନ୍ତି । କହିବାକୁ ଗଲେ ସମସ୍ତେ ଏହା ଜାଣିଛନ୍ତି କି ବିନା ଟାୟରରେ ଗାଡି ଚାଲି ପାରିବ ନାହିଁ । ସବୁ ଗାଡି ଚାଲିବା ପାଇଁ ଟାୟରର ଆବଶ୍ୟକତା ହୋଇଥାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ କହିବୁ କି ଟାୟର ରଙ୍ଗ କଳା କାହିଁକି ହୋଇଥାଏ । କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ଟାୟର ରଙ୍ଗ କଳା ହୋଇଥାଏ । କହିବାକୁ ଗଲେ ଆପଣ କେବେ କଣ ଏହି କଥା ଉପରେ ଧ୍ୟାନ ଦେଇଛନ୍ତି କି ଟାୟର ରଙ୍ଗ କଳା କାହିଁକି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ ବିଷୟରେ କହିବାକୁ ଯାଉଛୁ କି ଟାୟର ରଙ୍ଗ କଳା କାହିଁକି ହୋଇଥାଏ ।

ଆପଣ ଦେଖିଥିବେ କି ପିଲାମାନଙ୍କ ସାଇକଲର ଟାୟର ରଙ୍ଗ କଳା କିମ୍ବା ଅନ୍ୟ କିଛି ରଙ୍ଗର ବି ହୋଇଥାଏ । ଏହା ଛଡା ଆପଣ ଜାଣିଛନ୍ତି କି ଟାୟର ରବର ଦ୍ଵାରା ତିଆରି ହୋଇଥାଏ ଓ ରବର ବିଭିନ୍ନ ରଙ୍ଗର ହୋଇଥାଏ । କହିବାକୁ ଗଲେ ଯେତେବେଳେ ଟାୟର ତିଆରି କରାଯାଏ ତେବେ ସେହି ସମୟରେ ତାହାର ରଙ୍ଗ ବଦଳାଇ ଦିଆଯାଏ ।

ରବର ଆପଣଙ୍କୁ ପ୍ରାକୃତିକ ରୂପରେ ବହୁତ ମଝବୁତ ଦେଖା ଯାଇଥାଏ । କିନ୍ତୁ ଅସଲରେ ତାହା ବହୁତ ଜଲ୍ଦି ଘସି ହୋଇଯାଏ । ସେଥିପାଇଁ ଟାୟରକୁ ତିଆରି କରିବା ସମୟରେ ସେଥିରେ କାର୍ବନ ମିଶ୍ରଣ କରାଯାଏ । ଯାହା ଦ୍ଵାରା ଟାୟର ରଙ୍ଗ କଳା ହୋଇଯାଏ । ଏହା ସହିତ ଟାୟର ଅଧିକ ମଝବୁତ ବି ହୋଇଯାଏ । ଯେଉଁ କାରଣରୁ ଟାୟର ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହୃତ ହୋଇଥାଏ ଓ ଏହା ଜଲ୍ଦି ଘସି ବି ହୋଇ ନ ଥାଏ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ଟାୟରରେ କାର୍ବନ ଛଡା ସଲ୍ଫର ବି ମିଶ୍ରଣ କରାଯାଏ । ଯାହା ଟାୟରକୁ ଆହୁରି ଅଧିକ ମଝବୁତ କରିଦିଏ । ଯଦି ଆପଣ କେବେ ଟାୟରକୁ ଜଳୁଥିବାର ଦେଖିଥିବେ ତେବେ ସେଥିରୁ କଳା ଧୂଆଁ ବାହାରିଥାଏ ଓ ତାହା କାର୍ବନର ଧୂଆଁ ହୋଇଥାଏ । ବର୍ତ୍ତମାନ ଆପଣ ଜାଣି ଯାଇଥିବେ କି ଟାୟରର ରଙ୍ଗ କଳା କାହିଁକି ହୋଇଥାଏ । ଏହା ଛଡା ଆପଣ ପିଲାମାନଙ୍କ ସାଇକେଲର ଟାୟର ବିଭିନ୍ନ ରଙ୍ଗର ଦେଖିଥିବେ ।

କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ରଙ୍ଗୀନ ଟାୟର ବହୁତ ଜଲ୍ଦି ଖରାପ ହୋଇଯାଏ କାରଣ ଏହା ଜଲ୍ଦି ଘସି ହୋଇଯାଏ । ରଙ୍ଗୀନ ଟାୟର ବିଷୟରେ କଥାବାର୍ତ୍ତା କରିବା ତେବେ ରଙ୍ଗୀନ ଟାୟର ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହୃତ ହୋଇ ପାରେ ନାହିଁ କାରଣ ଯେତେବେଳେ ରଙ୍ଗୀନ ଟାୟର ତିଆରି କରିବା ପାଇଁ ସେହି ଟାୟରରେ ରଙ୍ଗ ମିଶ୍ରଣ କରାଯାଏ ତେବେ ଏହା ଟାୟରରେ ଥିବା କାର୍ବନ ଓ ସଲ୍ଫର ଉପରେ ପ୍ରଭାବ ପକାଇ ଥାଏ ଓ ଯେମିତି କି ଆପଣମାନେ ଜାଣିଛନ୍ତି କି ଟାୟର କାର୍ବନ ଓ ସଲ୍ଫର କାରଣରୁ ହିଁ ମଝବୁତ ହୋଇଥାଏ ।

ସେଥିପାଇଁ ଏହି ରଙ୍ଗୀନ ଟାୟର ଗୁଡିକ ଅଧିକ ଦିନ ପର୍ଯ୍ୟନ୍ତ ଯାଏ ନାହିଁ । କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ କମ୍ପାନୀ ରଙ୍ଗୀନ ଟାୟର କରିସାରିଛନ୍ତି କିନ୍ତୁ ଏହାକୁ ବହୁତ କମ ଉପଯୋଗ କରାଯାଏ । ବର୍ତ୍ତମାନ କାର୍ବନ ଯୁକ୍ତ ଟାୟର ବହୁତ ଭଲ ସର୍ବିସ ଦେଉଛି ସେଥିପାଇଁ ଏହାର ରଙ୍ଗକୁ ନେଇ କୌଣସି ପ୍ରକାରର ଏକ୍ସପେରିମେଣ୍ଟ କରାଯାଉ ନାହିଁ ।

Image courtesy: Google

କିନ୍ତୁ ଯେଉଁଭଳି ଭାବରେ ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖା ଯାଉଛି, ତେବେ ଟାୟରର ରଙ୍ଗ ପରିବର୍ତ୍ତନକୁ ନେଇ କି କିଛି ନୂଆ ଦେଖିବାକୁ ମିଳିପାରେ । ହୋଇପାରେ କି ଭବିଷ୍ୟତରେ ଆପଣଙ୍କୁ ରାସ୍ତାରେ ରଙ୍ଗୀନ ଟାୟର ଦେଖିବାକୁ ମିଳିପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button