ମନୋରଞ୍ଜନ

ପୈତୃକ ସମ୍ପତ୍ତିକୁ ନେଇ ଚନ୍ଦ୍ରଚୂଡ଼ଙ୍କ ପରିବାରରେ ଫାଟ, FIR ପରେ ବଢ଼ିଲା ବିବାଦ

ପୈତୃକ ସମ୍ପତ୍ତିକୁ ନେଇ ଅଭିନେତାଙ୍କ ପରିବାର ମଧ୍ୟରେ ବିବାଦ । ଆମେ କହୁଛୁ ଶାହରୁଖ ଖାନଙ୍କ ସହ ଅଭିନୟ କରିଥିବା ଅଭିନେତା ଚନ୍ଦ୍ରଚୂଡ଼ ସିଂହଙ୍କ କଥା । ଯିଏ ନିଜ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ଏହାକୁ ନେଇ ଏବେ ବିବାଦ ତୀବ୍ର ହୋଇଛି ।

ଚନ୍ଦ୍ରଚୂଡ଼ ସିଂହଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଦାଦାଙ୍କ ଇଚ୍ଛାପତ୍ରରେ ଜାଲିଆତି କରାଯାଇଥିଲା, ଯାହାଦ୍ୱାରା ତାଙ୍କ ବାପାଙ୍କୁ ପୈତୃକ ସମ୍ପତ୍ତିର ଅଧିକାରରୁ ବଞ୍ଚିତ କରାଯାଇପାରିବ । ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲା ଜଲାଲପୁର ଗାଁରେ ଚନ୍ଦ୍ରଚୂଡ଼ଙ୍କ ଦାଦାଙ୍କ ଏକ ଜମି ରହିଛି । ଏହି ପୈତୃକ ସମ୍ପତ୍ତିକୁ ନେଇ ଏବେ ପରିବାରରେ ବିବାଦ ଦେଖାଦେଇଛି ।

ପରିବାର ସଦସ୍ୟଙ୍କ ବିରୋଧରେ ମାମଲା:
ଚନ୍ଦ୍ରଚୂଡ଼ ସିଂହ ତାଙ୍କ ପିୟୁସି ଗାୟତ୍ରୀ ଦେବୀ, ଦୁଇ ଜଣ ସମ୍ପର୍କୀୟ ଭାଇ ଏବଂ ଅନ୍ୟ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତାଙ୍କ ଅଭିଯୋଗ ହେଉଛି, ଦାଦା ଠାକୁର ହରେନ୍ଦ୍ର ପାଲ ସିଂହଙ୍କ ଇଚ୍ଛାପତ୍ରରେ ଜାଲି ଦସ୍ତଖତ କରାଯାଇଥିଲା । ଏହା ମାଧ୍ୟମରେ ତାଙ୍କ ବାପା ତଥା ଦିବଙ୍ଗତ କ୍ୟାପ୍ଟେନ୍ ବଲଦେବ ସିଂହଙ୍କୁ ପୈତୃକ ସମ୍ପତ୍ତିର ଅଧିକାରରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଚନ୍ଦ୍ରଚୂଡ଼ଙ୍କ କହିବା ଅନୁସାରେ, ବିବାଦୀୟ ଇଚ୍ଛାପତ୍ର ତିଆରି ହେବା ସମୟରେ କେଉଁମାନେ ଉପସ୍ଥିତ ଥିଲେ, ତାହା ମଧ୍ୟ ତଦନ୍ତର ବିଷୟ । ତାଙ୍କ ଅଭିଯୋଗରେ କୁହାଯାଇଛି ଯେ, ସେହି ସମୟରେ ତାଙ୍କ ବାପା କ୍ୟାପ୍ଟେନ୍ ବଲଦେବ ସିଂହ ଆଲିଗଡ଼ରେ ଉପସ୍ଥିତ ନଥିଲେ । ଅନ୍ୟପଟେ ତାଙ୍କ ଦାଦାଙ୍କ ପୂର୍ବରୁ ହିଁ ତାଙ୍କ ଅନ୍ୟ ଜଣେ ଦାଦା ପୁନିଆ ପ୍ରତାପ ସିଂହଙ୍କ ମୃତ୍ୟୁ ହୋଇସାରିଥିଲା ।

ସମ୍ପତ୍ତି ବିକ୍ରି ଅଭିଯୋଗ:
ବିବାଦୀୟ ଇଚ୍ଛାପତ୍ରରେ ଥିବା କେତେକ ସମ୍ପତ୍ତି ଗତ କିଛି ବର୍ଷ ମଧ୍ୟରେ ବିକ୍ରି କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଚନ୍ଦ୍ରଚୂଡ଼ ସିଂହଙ୍କ ଦାବି ଅନୁସାରେ, ମୂଲ୍ୟବାନ ସମ୍ପତ୍ତିର ଏକ ବଡ଼ ଅଂଶ ପରେ ଅନ୍ୟ କାହାରି ନାମରେ କରାଯାଇଥିଲା କିମ୍ବା ବିକ୍ରି କରାଯାଇଥିଲା । ଏହି ମାମଲାରେ ଦିଆଯାଇଥିବା ସମସ୍ତ ଦସ୍ତାବିଜର ଯାଞ୍ଚ ପୋଲିସ କରୁଥିବା ଚନ୍ଦ୍ରଚୂଡ଼ କହିଛନ୍ତି । ତେବେ ଚନ୍ଦ୍ରଚୂଡ଼ଙ୍କ ପିୟୁସି ଗଙ୍ଗା ଦେବୀ ପୂର୍ବରୁ ଏହି ଅଭିଯୋଗକୁ ମିଥ୍ୟା ବୋଲି କହି ନିଜ ପକ୍ଷ ରଖିଛନ୍ତି । ଏବେ ତଦନ୍ତ ପରେ ମାମଲାରେ କ’ଣ ସମାଧାନ ବାହାରୁଛି, ତାହା ଉପରେ ନଜର ରହିଛି ।

ଚନ୍ଦ୍ରଚୂଡ଼ଙ୍କ ଫିଲ୍ମ କ୍ୟାରିୟର:
ୱର୍କ ଫ୍ରଣ୍ଟ କଥା କହିଲେ, ଚନ୍ଦ୍ରଚୂଡ଼ ସିଂହଙ୍କୁ ଶେଷ ଥର ଅକ୍ଷୟ କୁମାରଙ୍କ ଫିଲ୍ମ ‘କଠପୁତଲି’ରେ ଦେଖିବାକୁ ମିଳିଥିଲା । ଏହା ପରେ ସେ ହୁମା କୁରେଶୀଙ୍କ ସହ ଏକ ଫିଲ୍ମ କରିଥିଲେ । ଏହି ଫିଲ୍ମଟି ଗତ ବର୍ଷ ଟରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button