ଦେଶ- ବିଦେଶ

କାହିଁକି ଅଟେ ମୁକେଶ ଅମ୍ବାନୀଙ୍କ ଘର ଦୁନିଆର ଦ୍ଵିତୀୟ ସବୁଠୁ ମହଙ୍ଗା ଘର, ଏହାର ଖାସ କଥା ଜାଣିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ

ସବୁ ଲୋକଙ୍କର ସ୍ଵପ୍ନ ଥାଏ କି ତାଙ୍କ ପାଖରେ ଭଲ ଘର, ବ୍ୟାଙ୍କ ବାଲାନ୍ସ, ମହଙ୍ଗା ଗାଡି ଓ ଆରାମଦାୟକ ଜୀବନ ରହୁ । କିନ୍ତୁ ସମସ୍ତଙ୍କର ଏହି ସ୍ଵପ୍ନ ପୁରା ହୋଇ ପାରି ନ ଥାଏ, ନିଜର ସ୍ଵପ୍ନକୁ ପୁରା କରିବା ପାଇଁ ମନୁଷ୍ୟକୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ତେବେ ଯାଇ ସେ ଜୀବନରେ ସଫଳ ହୋଇ ପାରିବ । ଆପଣ ଦୁନିଆରେ ବହୁତ କୋଟିପତିମାନଙ୍କ ବିଷୟରେ ଶୁଣିଥିବେ । କିନ୍ତୁ ଏମିତି ହିଁ ସେମାନେ ଶୀର୍ଷରେ ପହଞ୍ଚି ନାହାନ୍ତି, ଏଥିପାଇଁ ସେମାନେ ବହୁତ ପରିଶ୍ରମ କରିଛନ୍ତି, ତେବେ ଯାଇ ସେମାନଙ୍କୁ ଏହି ସବୁ ମିଳିଛି ।

ଯେତେବେଳେ କୋଟିପତିମାନଙ୍କ ବିଷୟରେ କଥା ଉଠେ ତେବେ ଭାରତର ମୁକେଶ ଅମ୍ବାନୀଙ୍କ ନାମ ନିଶ୍ଚିତ ଆସିଥାଏ । ସୂଚନା ନିମନ୍ତେ କହିଦେଉଛୁ କି ମୁକେଶ ଅମ୍ବାନୀ ଦୁନିଆର ଟପ ୫୦ ଜଣ ଧନୀ ବ୍ୟକ୍ତିଙ୍କ ଲିସ୍ଟରେ ଆସିଥାନ୍ତି । ଆଜିର ଏହି ଆର୍ଟକୀଲରେ ଆମେ ଆପଣଙ୍କୁ ତାଙ୍କ ଘରର ଖାସ କଥା ବିଷୟରେ କହିବାକୁ ଯାଉଛୁ । ତାଙ୍କ ଘର ଭାରତର ସବୁଠୁ ମହଙ୍ଗା ଓ ଦୁନିଆର ଦ୍ଵିତୀୟ ସବୁଠୁ ମହଙ୍ଗା ଘର ଅଟେ । ଏହିକଥା ଶୁଣି ବିଦେଶୀମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ।

ମୁକେଶ ଅମ୍ବାନୀଙ୍କ ଘରେ ବିଭିନ୍ନ ହାଈଟେକ ଆଧୁନିକ ସୁବିଧା ଅଛି । ମୁମ୍ବାଇରେ ସ୍ଥିତ ଏହି ଘରକୁ ଏନ୍ଟିଲିୟା ନାମରେ ଜଣାଯାଇଥାଏ । ରିପୋର୍ଟ ଅନୁସାରେ ଏହି ଘରକୁ ତିଆରି କରିବା ପାଇଁ ୧୧୦୦୦ କୋଟି ଟଙ୍କାରୁ ବି ଅଧିକ ଟଙ୍କା ଲାଗିଛି । ଏନ୍ଟିଲିୟା ଏକ ବହୁତ ଉଚ୍ଚ ବିଲଡିଙ୍ଗ ଅଟେ । ଯେଉଁଥିରେ ୨୭ ମହଲା ଅଛି । ଏହି ବିଲଡିଙ୍ଗ ପାଖାପାଖି ୪୦୦୦ ସ୍କୋୟାର ଫୁଟ ଅଞ୍ଚଳରେ ତିଆରି ହୋଇଛି ।

ଏହି ଘରେ ସୁଇମିଂ ପୁଲ, ଜିମ, ମନ୍ଦିର, ଗାର୍ଡେନ, ୩ଟି ହେଲିପ୍ୟାଡ, ବାଥରୁମ ଓ ୫୦ ସିଟ ବାଲା ଥିଏଟର ବି ଅଛି । କେବଳ ଏତିକି ନୁହେଁ ଏଥିରେ ୧୬୮ ଗାଡିକୁ ପାର୍କ କରିବା ପାଇଁ ୭ ମହଲା ଗ୍ୟାରେଜ ବି ଅଛି । ଏହି ଘରେ ମୁକେଶ ଅମ୍ବାନୀ ସବୁଠୁ ଟପ ଫ୍ଲୋରର ଠିକ ତଳ ଫ୍ଲୋରରେ ରୁହନ୍ତି ।

ବିଲଡିଙ୍ଗରେ ଯିବା ଆସିବା ପାଇଁ ୯ଟି ଲିଫ୍ଟ ବି ଲଗାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ତାଙ୍କ ଘରେ ୬୦୦ ରୁ ବି ଅଧିକ କର୍ମଚାରୀ କାମ କରନ୍ତି । ସମସ୍ତ କର୍ମଚାରୀମାନଙ୍କ ସହିତ ମୁକେଶ ଅମ୍ବାନୀଙ୍କ ବ୍ୟବହାର ବହୁତ ହିଁ ଭଲ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button