ଦେଶ- ବିଦେଶ

କାହିଁକି ସମୁଦ୍ରରେ ବୁଡ଼ିଗଲା ଶ୍ରୀକୃଷ୍ଣଙ୍କର ଦ୍ଵାରିକା ନଗରୀ? ଜାଣନ୍ତୁ ଏହି ସତ କଥା

ଆପଣମାନେ ଜାଣିଥିବେ ଦ୍ଵାରିକା ଏକ ଭବ୍ୟ ଓ ପ୍ରାଚୀନ ନଗରୀ ଅଟେ ଯାହାକୁ ଭଗବାନ ଶ୍ରୀକୃଷ୍ଣ ନିର୍ମାଣ କରିଥିଲେ । ହିନ୍ଦୁଶାସ୍ତ୍ର ଅନୁସାରେ ମଥୁରାକୁ ଶ୍ରେଷ୍ଠ ସାତଟି ନଗରୀ ମାନଙ୍କ ମଧ୍ୟରେ ବିବେଚନା କରାଯାଏ । ଦ୍ୱାରିକା କୁ ଛାଡି ଅନ୍ୟ ନଗରୀ ଗୁଡିକ ହେଲା ମଥୁରା, କାଶୀ, ହରିଦ୍ୱାର, ଅବନ୍ତିକା, କାଞ୍ଚିପୁରମ ଓ ଅଯୋଧ୍ୟା । ଦ୍ଵାରକା ସହରର ଚାରିପଟରେ ବହୁତ ଲମ୍ବା ପ୍ରାଚୀର ରହିଥିଲା ।

ସେଠାରେ ଅନେକ ଦ୍ୱାର ମଧ୍ୟ ଥିଲା ସେଥିପାଇଁ ସେହି ସ୍ଥାନକୁ ଦ୍ଵାରକା ନାମରେ ନାମିତ କରାଯାଇଥିଲା । କିନ୍ତୁ ପ୍ରଶ୍ନ ଉଠେ କି ଶ୍ରୀକୃଷ୍ଣଙ୍କ ମୃତ୍ୟୁପରେ କେମିତି ଓ କେବେ ଏହି ଦ୍ଵାରିକା ନଗରୀ ଧ୍ବଂସ ହୋଇଯାଇଥିଲା । ଆଜି ଆମେ ଆପଣଙ୍କୁ ପ୍ରତିଟି କଥା ଯାହା କି ଦ୍ଵାରିକା ସହ ଜଡ଼ିତ ଆପଣଙ୍କୁ ଜଣାଇବୁ ।

ଦ୍ଵାରିକା ନଗରୀକୁ ଶ୍ରୀକୃଷ୍ଣଙ୍କର କର୍ମଭୂମି ରୂପରେ ସମସ୍ତେ ହୁଏତ ଜାଣିଥିବେ । ଶ୍ରୀକୃଷ୍ଣ ଯେତେବେଳେ କଂସର ହତ୍ୟା କରିଥିଲେ ସେହିସମୟରେ ଜରାସନ୍ଧ ଶ୍ରୀକୃଷ୍ଣ ଓ ସମ୍ପୂର୍ଣ ଯଦୁବଂଶକୁ ବିନାଶ କରିବାପାଇଁ ମନସ୍ଥିର କରିଥିଲେ । ଏହାପରେ ଜାରାସନ୍ଧ ମଥୁରା ଓ ଯାଦବ ବଂଶ ଉପରେ ବାରମ୍ବାର ଆକ୍ରମଣ କରିବାଦ୍ୱାରା, ଶ୍ରୀକୃଷ୍ଣ ବାଧ୍ୟହୋଇ ନିଜର ପ୍ରଜାମାନଙ୍କୁ ରକ୍ଷା କରିବାପାଇଁ ମଥୁରା ଛାଡିବାକୁ ନିର୍ଣ୍ଣୟ ନେଲେ ।

ମଥୁରା ଛାଡିବା ପରେ ଶ୍ରୀକୃଷ୍ଣ ଏକ ନଗରୀ ନିର୍ମାଣ କଲେ ଯାହାର ନାମ ହେଉଛି ଦ୍ଵାରକା । ସେ ତାଙ୍କ କୁଳବନ୍ଧୁ ମାନଙ୍କ ସହ ସେଠାରେ ରହିବାକୁ ଲାଗିଲେ ଓ ଦୀର୍ଘ 36ବର୍ଷ ଶାସନ ପରେ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ଦ୍ଵାରକା ନଗରୀ ଜଳମଗ୍ନ ହୋଇଗଲା ଓ ସମୁଦ୍ରରେ ମିଶିଗଲା ପୁରାତନ କଥାରୁ କିଛି ଏପରି କଥା ବିଷୟରେ ଜଣାପଡେ ଯେ ଏହି 2ଟି କାରଣ ପାଇଁ ଦ୍ଵାରକା ନଗରୀ ନଷ୍ଟ ହୋଇଯାଇଥିଲା ।

ପ୍ରଥମ କାରଣଟି ହେଲା ମାତା ଗାନ୍ଧାରୀଙ୍କ ଦ୍ୱାରା ଦିଆଯାଇଥିବା ଅଭିଶାପ ପାଇଁ ଦ୍ଵାରକା ନଗରୀ ଧ୍ୱଂସ ହୋଇଥିଲା । ଦ୍ୱିତୀୟ କଥାହେଲା ବହୁ ଋଷିମୁନିଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବଙ୍କୁ ବହୁତ ଅଭିଶାପ ମିଳିଥିଲା । ଯାହାକି ଦ୍ଵାରକା ନଷ୍ଟ ହେବାର ଏକ ସ୍ପଷ୍ଟ ଉଦାହରଣ ।

ପ୍ରଥମ କଥାନୁସାରେ କୁହାଯାଇଛି କି ଯେତେବେଳେ ମହାଭାରତ ଯୁଦ୍ଧରେ ପାଣ୍ଡଵମାନେ କୌରବବଂଶ ଉପରେ ବିଜୟ ଲାଭକଲେ ଓ କୌରବଙ୍କର ଶହେ ପୁତ୍ରଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା, ଏଥିପାଇଁ ମାତା ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇ କହିଥିଲେ ଯେପରି କୌରବବଂଶ ନାଶହେଲା ଠିକ ସେହିପରି ଯଦୁବଂଶ ମଧ୍ୟ ନାଶହେବ ।

ଦ୍ୱିତୀୟ କଥାଟି ହେଉଛି ହେଉଛି ମହାଭାରତ ଯୁଦ୍ଧର 36 ବର୍ଷ ପରେ ଯେତେବେଳ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ହୋଇଯାଇଥିଲା । ଓ ଏହିସମୟରେ ଦ୍ୱାରକାରେ ଅଶାନ୍ତି ଲାଗିରହିଲା । ଏହାକୁ ଦୂର କରିବାପାଇଁ ମହର୍ଷି ବିଶ୍ଵାମିତ୍ର ୠଷିମାନଙ୍କ ସହ ଦ୍ଵାରକା ଆସିଲେ ହେଲେ ଏହିସମୟରେ ଯାଦବ କୁଳର ବଂଶକମାନେ ତାଙ୍କସହ ଥଟା ପରିହାସ କରିଥିଲେ ସେଥିପାଇଁ ମହର୍ଷି ବିଶ୍ଵାମିତ୍ର କ୍ରୋଧିତ ହୋଇ ଯଦୁବଂଶ କୁ ଅଭିଶାପ ଦେଇଥିଲେ, ଯାହାଫଳରେ ଦ୍ଵାରକା ନଗରୀ ସମୁଦ୍ରଗର୍ଭରେ ଲୀନ ହୋଇଯାଇଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button