ମନୋରଞ୍ଜନ

ନିତା ଆମ୍ବାନୀଙ୍କ ଏହି ବ୍ୟାଗ ରେ ଲାଗିଛି ୨୦୦ ଟି ହୀରା, କୁମ୍ଭୀର ଛାଲରୁ ତିଆରି, ମୂଲ୍ୟ ଜାଣିଲେ ଆପଣଙ୍କୁ ଚକ୍କର ଆସିବ

ନିତା ଆମ୍ବାନୀ ବର୍ତ୍ତମାନ କେବଳ ଭାରତ ନୁହେଁ ବରଂ ପୁରା ଏସିଆର ସବୁଠୁ ଧନୀ ମହିଳା ଅଟନ୍ତି । ସମସ୍ତେ ଜାଣନ୍ତି କି ନିତା ରିଲାୟନ୍ସ ର ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ଅଟନ୍ତି । ଏମିତିରେ ତାଙ୍କ ପାଖରେ ଢେର ସାରା ପଇସା ଅଛି । ନିତା ଜଣେ ହାଉସ ୱାଇଫ ହେବା ସହିତ ବିଜିନେସଓମେନ ବି ଅଟନ୍ତି । କିଛି ଦିନ ପୂର୍ବେ ନିତା ଲଣ୍ଡନ ଯାଇଥିଲେ ଓ ସେଠାରେ ତାଙ୍କର କରିସ୍ମା କପୁର ଓ କରିନା କପୁରଙ୍କ ସହିତ ଦେଖା ହୋଇଗଲା ।

ଏହି ଦୁଇ ଭଉଣୀ ବି କିଛି ଦିନ ପୂର୍ବରୁ ସେଠାକୁ ଛୁଟି କାଟିବାକୁ ଯାଇଥିଲେ । ଏମିତିରେ କରିସ୍ମା, କରିନା ଓ ନିତାଙ୍କର ଏକ ଫଟୋ ଇନ୍ଟରନେଟରେ ବହୁତ ଜଲ୍ଦି ଭାଇରାଲ ହେଉଛି, ଯେଉଁଥିରେ ନିତାଙ୍କ ହାତରେ ଏକ ବହୁତ ସୁନ୍ଦର ବ୍ୟାଗ ଦେଖା ଯାଉଛି ।

ଯେତେବେଳେ ଲୋକମାନେ ଏହି ବ୍ୟାଗ ବିଷୟରେ ସୂଚନା ପାଇଲେ ତେବେ ସେମାନଙ୍କର ହୋସ ଉଡିଗଲା । ଏହି ବ୍ୟାଗର ମୂଲ୍ୟ ଓ ଏଥିରେ ଲାଗିଥିବା ମ୍ୟାଟେରିଆଲ୍ସ ବିଷୟରେ ଜାଣିଲେ ଆପଣ ବି ଆଚାର୍ଯ୍ୟ ହୋଇଯିବେ ।

ବ୍ୟାଗର ମୂଲ୍ୟ ଓ ଏହାର ବିଶେଷତ୍ତ୍ଵ

ପ୍ରକୃତରେ ନିତାଙ୍କ ହାତରେ ଯେଉଁ ବ୍ୟାଗ ଦେଖାଯାଉଛି ତାହା ଏକ ପପୁଲାର ବ୍ରାଣ୍ଡ Hermès Himalaya Birkinର ଅଟେ । ଏହି ବ୍ୟାଗର ମୂଲ୍ୟ ପୁରା ୨.୬ କୋଟି ଟଙ୍କା ଅଟେ । ଏହି ବ୍ଯାଗର ବିଶେଷତ୍ତ୍ଵ ଏହା କି ଏହା କୁମ୍ଭୀର ଛାଲ ରୁ ତିଆରି ହୋଇଛି ଓ ଏଥିରେ ୨୦୦ ଟି ହୀରା ଲାଗିଛି । ଏହା ବ୍ଯତୀତ ଏଥିରେ ୧୮ କ୍ୟାରେଟ ସୁନା ର କାରିଗରୀ ବି କରା ଯାଇଛି ।

ଗତ ବର୍ଷ ଏହି ବ୍ରାଣ୍ଡ ର ସେମ ବ୍ୟାଗ ଗୋଟିଏ ନିଲାମିରେ ୩୭୯.୨୬୧ ଡଲାର ଅର୍ଥାତ ହାରାହାରି ୨ କୋଟି ୬୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଏହି ପ୍ରକାରରେ ଏହା ଦୁନିଆର ସବୁଠୁ ମହଙ୍ଗା ବ୍ୟାଗ ଅଟେ ।

ଯଦି ଆମେ ଜଣେ ସାଧାରଣ ନାଗରିକ କଥା କହିବା ତେବେ ସେ ନିଜ ବ୍ୟାଗ ପାଇଁ ଅତି ବେଶିରେ ୧୦୦୦ ଟଙ୍କା ହିଁ ଖର୍ଚ୍ଚ କରିଥାଏ କିନ୍ତୁ ନିତାଙ୍କ କଥା ତ କିଛି ଅଲଗା । ତାଙ୍କ ପାଖରେ ଏତେ ପଇସା ଅଛି କି ସେ ପୁରା ମୁମ୍ବାଇ କୁ କିଣି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button