ଦେଶ- ବିଦେଶ

ରାସ୍ତାରେ ଟ୍ୟାକ୍ସି ଅଟକାଇ ବାଥରୁମ ଗଲା ଝିଅ, ଯେତେବେଳେ ଖୋଜିବାକୁ ଗଲା ଡ୍ରାଇଭର ତ ଦେଖିଲା ଏମିତି ଦୃଶ୍ୟ କି…

ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା କି ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚାର ବିଷୟ ହୋଇ ଯାଇଛି । ଏହି ଘଟଣାଟି ଚୀନର ଜିଆଜିଂଗ ସହରର ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ଘଟଣାଟି ଏକ ୧୫ ବର୍ଷ ଝିଅର ଅଟେ, ଯିଏକି ଦିନେ ନିଜ ଘରୁ ଟ୍ୟାକ୍ସିରେ ବାହାରିଥିଲା କିନ୍ତୁ ତା ପରେ ଯାହା ହେଲା ତାହା ବହୁତ ଆଶ୍ଚର୍ଯ୍ୟ କରିଥିଲା । କହିବାକୁ ଗଲେ ଜିଆଜିଂଗ ସହରରେ ଅଚାନକ ଏକ ୧୫ ବର୍ଷର ଝିଅ ଟ୍ୟାକ୍ସି ଡ୍ରାଇଭରକୁ ଅଟକାଇ କହିଲା କି ତାକୁ ଜଲ୍ଦି ହସ୍ପିଟାଲ ପହଞ୍ଚାଇ ଦିଅ ।

ଏହା ପରେ ଟ୍ୟାକ୍ସି ଡ୍ରାଇଭର ଝିଅକୁ ଆଉ କିଛି ବି ପଚାରିଲା ନାହିଁ ଓ ପାଖରେ ଥିବା ହସ୍ପିଟାଲକୁ ନେଇଯାଉଥିଲା । କିନ୍ତୁ କିଛି ବାଟ ଗଲା ପରେ ଝିଅ ଜଣକ କହିଲା କି, “ମୋତେ ବାଥରୁମ ଯିବାର ଅଛି, ସେଥିପାଇଁ ଜଲ୍ଦି ହିଁ କେଉଁଠି ଗାଡିକୁ ଅଟକାଅ ।“

କିଛି ରାସ୍ତା ଗଲା ପରେ ଡ୍ରାଇଭର ଜଙ୍ଗଲ ପାଖରେ ରାସ୍ତା କଡରେ ଗାଡି ଛିଡା କରାଇଲା । ଏହା ପରେ ଝିଅଟି ଜଲ୍ଦି ଜଲ୍ଦି ଗାଡିରୁ ବାହାରି ଜଙ୍ଗଲ ଭିତରକୁ ଚାଲିଗଲା । ଏହା ପରେ ଡ୍ରାଇଭର ବହୁତ ଅପେକ୍ଷା କରିଲା କିନ୍ତୁ ଝିଅଟି ଫେରିଲା ନାହିଁ । ଏହା ପରେ ଡ୍ରାଇଭରକୁ ଲାଗିଲା କି ବୋଧେ ଝିଅଟି କୌଣସି ଅସୁବିଧାରେ ପଡି ଯାଇଛି । ସେଥିପାଇଁ ସେ ତାକୁ ଜଙ୍ଗଲ ଭିତରକୁ ଦେଖିବାକୁ ଗଲା । କିନ୍ତୁ ଯେମିତି ହିଁ ସେ ଜଙ୍ଗଲ ଭିତରକୁ କିଛି ବାଟ ଯାଇଛି ତେବେ ଏକ ନବଜାତ ଶିଶୁର ଆବାଜ ଶୁଣିବାକୁ ମିଳିଲା ।

ଏହା ପରେ ସେ ଯେତେବେଳେ ପାଖକୁ ଯାଇ ଦେଖିଲା ତେବେ ଡ୍ରାଇଭର ପାଦ ତଳୁ ମାଟି ଖସିଗଲା । କାରଣ ଡ୍ରାଇଭରଟି ଦେଖିଲା କି ଝିଅଟିର ହାତରେ ଓ ଶରୀରରେ ରକ୍ତ ଲାଗିଛି ଓ ତା’ ପାଖରେ ଏକ ଛୋଟ ଶିଶୁ କାନ୍ଦୁଛି । ତାକୁ ପରେ ଜଣା ପଡିଲା କି ଝିଅଟି ଗର୍ଭବତୀ ଥିଲା ଓ ସେ ଜଙ୍ଗଲରେ ନିଜ ସନ୍ତାନକୁ ଜନ୍ମ ଦେଇଛି । ଏହି ଘଟଣା ପରେ ଡ୍ରାଇଭର ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କଲା ଓ ପୋଲିସ ଏମ୍ବୁଲେଂସକୁ ଅଲର୍ଟ କରିଦେଲା ।

 

ଆଶ୍ଚର୍ଯ୍ୟର କଥା ଏହା ଅଟେ କି ୧୫ ବର୍ଷର ଝିଅଟି ଏକ ଶିଶୁକୁ ଜନ୍ମ ଦେଇଛି ଓ ତାହା ପୁଣି ଏହି ଅବସ୍ଥାରେ । କିନ୍ତୁ ଏମିତି କଣ ହୋଇଥିଲା କି ଯାହା ଦ୍ଵାରା ସେ ଏହି ସମସ୍ତ କଷ୍ଟକୁ ଏକୁଟିଆ ହିଁ ସହିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button