ପ୍ରେମ କରି ଧୋକା ଖାଇବା କଷ୍ଟକୁ ମୁଁ ଭୁଲି ପାରିନି କି ପାରିବି ନାହିଁ – Kalinga News
[ad_1]
ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅନେକ ଫ୍ୟାନ ରହିଛନ୍ତି। ତାଙ୍କ ସଂଳାପକୁ ଆଜି ବି ଲୋକେ ମନେ ରଖିଛନ୍ତି। କୁହାଯାଏ ସଫଳତାର ସ୍ବାଦ ସହଜରେ ମିଳି ନଥାଏ। ଏଥିପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ। ସେ ରାଜନେତା ହୁଅନ୍ତୁ ଅବା ଅଧିକାରୀ କି କଳାକାର। ସମସ୍ତଙ୍କ ସଫଳତା ପଛରେ ସଂଘର୍ଷ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏମିତି ଜଣେ କଳାକାର ହେଉଛି ମିଥୁନ ଚକ୍ରବର୍ତ୍ତୀ। ମିଥୁନ ଟେଲି ସୋ’ ସାରେଗାମାପାରେ ସାମିଲ ହୋଇଥିଲେ। ଏହି ସୋ’ରେ ସେ ଜଣେ ପ୍ରତିଯୋଗୀଙ୍କ କାହାଣୀ ଶୁଣି ନିଜ ଜୀବନ ବିଷୟରେ ଆଲୋଚନା କରିଥିଲେ।
ମିଥୁନ ସୋ’ରେ ତାଙ୍କ ପ୍ରେମକୁ ମନେ ପକାଇ କହିଥିଲେ, ‘ମୁଁ ବି ଜଣେ ଯୁବତୀଙ୍କୁ ଖୁବ ଭଲ ପାଉଥିଲି। ତାକୁ ସବୁକିଛି ଖୁସି ଦେବାକୁ ଚାହୁଁଥିଲି କିନ୍ତୁ ମୋ ସଂଘର୍ଷ ସମୟରେ ସେ ମୋତେ ଧୋକା ଦେଇ ଚାଲି ଯାଇଥିଲା।
ସେ ସମୟରେ ମୁଁ ଭାଙ୍ଗି ପଡ଼ିଥିଲି । ମନକୁ ଅନେକ ବୁଝାଇଥିଲି। ସମୟ ବଦଳି ଯାଇଥିଲା, ମୁଁ ମୋ କ୍ୟାରିୟରରେ ଆଗକୁ ବଢ଼ିଥିଲି ଖୁବ ପରିଶ୍ରମ କରି ସଫଳ ହେଲି। ଏକଦା ମୋତେ ଧୋକା ଦେଇ ଚାଲି ଯାଇଥିବା ଯୁବତୀ ସହିତ ବିମାନରେ ଭେଟାଭେଟି ହୋଇଥିଲା।
ସେ ମୋତେ ଦେଖି ନଦେଖିଲା ଭଳି ହୋଇଥିଲା। ମୁଁ ନିଜ ଆଡ ତାର ପାଖକୁ ଉଠିକି ଯାଇଥିଲି। ଆଉ ମୋତେ ଛାଡ଼ି ଯାଇଥିବାରୁ ଧନ୍ୟବାଦ ଦେଇଥିଲି। କାରଣ ସେ ମୋତେ ଛାଡ଼ି ଯାଇ ନଥିଲେ ହୁଏତ ଏସଫଳତା ମୁଁ ପାଇ ପାରି ନଥାଆନ୍ତି। ସେ ମୋ ଠାରୁ ଏକଥା ଶୁଣି କାନ୍ଦି ପକାଇଥିଲା। ଏହାପରେ ମୁଁ ସେଠାରୁ ଚାଲି ଆସିଥିଲି। ମୋର ପ୍ରେମକୁ ନା ଭୁଲିଛି ନା କେବେ ଭୁଲି ପାରିବି।’
[ad_2]