ଦେଶ- ବିଦେଶ

ଇସ୍ରାଇଲ ପୁଣି ଦେଲା ସାଥ, ଇସ୍ରାଇଲ ଦ୍ଵାରା ଦିଆଯାଇଥିବା SDR ଟେକନିକ ଦ୍ଵାରା ଏବେ ସହଜରେ ହେବ ବାଲାକୋଟ ଭଳି ଅପରେଶନ, ଜାଣନ୍ତୁ

ଦେଶର ସୁରକ୍ଷାକୁ ଧ୍ୟାନରେ ଦେଖି ବାୟୁସେନା ଇସ୍ରାଇଲ ଠାରୁ ସଫ୍ଟୱେୟର ଡିଫାଇଂଡ ରେଡିୟୋ ମାନେ SDR କ୍ରୟ କରିବାକୁ ନିଷ୍ପତି ନେଇଛନ୍ତି । ଯାହା ଦ୍ଵାରା ସହଜରେ ଶତୃକୁ ଉଚିତ ଶିକ୍ଷା ଦେଇ ହେବ । ସଫ୍ଟୱେୟର ଡିଫାଇଂଡ ରେଡିୟୋ ଜରିଆରେ ଭାରତୀୟ ବାୟୁସେନା ପୂର୍ବ ଅପେକ୍ଷା ଆହୁରି ଅଧିକ ଶକ୍ତିଶାଳୀ ହୋଇଯିବ, ଯାହା ସାହାର୍ଯ୍ୟରେ ଶତୃକୁ କେବଳ ଆକାଶରେ ହିଁ ଧ୍ଵସ୍ତ ବିଧ୍ଵସ୍ତ କରି ହେବ ।

ଏହା ଦ୍ଵାରା ସଂଚାର ବାଧିତ ପ୍ରକ୍ରିୟାକୁ ବି ରୋକା ଯାଇ ପାରିବ । ଏହି ରେଡିୟୋ ଡିଭାଇସ ଦ୍ଵାରା ଯୁଦ୍ଧ ସମୟରେ ବି ଆକାଶରେ କଥାବାର୍ତ୍ତା କରିବା ସମ୍ଭବ ହୋଇ ପାରିବ ।

ଇସ୍ରାଇଲର ଏହି ସଫ୍ଟୱେୟର ଡିଫାଇଂଡ ରେଡିୟୋ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନାର ସଞ୍ଚାରକୁ ବି ସୁରକ୍ଷିତ ରଖିବାରେ ସାହାର୍ଯ୍ୟ କରିବ । ଯାହାକୁ ଶତୃ ଚାହିଁଲେ ବି ହ୍ୟାକ କରି ପାରିବ ନାହିଁ । କହିବାକୁ ଗଲେ ବର୍ତ୍ତମାନ ଆକାଶରେ ଦୁଇ ବିମାନ ମଧ୍ୟରେ ହେଉଥିବା କଥାବାର୍ତ୍ତାକୁ ଅସୁରକ୍ଷିତ କୁହାଯାଇଥାଏ, କାରଣ ଶତୃ ଏହାକୁ ସହଜରେ ଶୁଣି ପାରିବ, ଯେଉଁ କାରଣରୁ କିଛି ଥର ମିସନ ଫେଲ ମଧ୍ୟ ହୋଇଯାଏ ।

କିନ୍ତୁ ବର୍ତ୍ତମାନ ଯେତେବେଳେ ଏହି ରେଡିୟୋ ଡିଭାଇସ ଭାରତକୁ ଆସି ଯାଇଛି, ତେବେ ବାଲାକୋଟ ଭଳି ମିସନ ସହଜରେ ସମ୍ପୂର୍ଣ୍ଣ କରି ହେବ ।

ସହଜରେ ହୋଇ ପାରିବ ବାଲାକୋଟ ଭଳି ଅପରେସନ

ବାୟୁସେନାର ଏକ ବରିଷ୍ଠ ଅଧିକାରୀ କହିଛନ୍ତି କି SDR ସୁନିଶ୍ଚିତ କରିଦେବ କି ଶତୃ ଆମର କଥାବାର୍ତ୍ତାକୁ ନା ଧରି ପାରିଛି ନା ହିଁ ଶୁଣି ପାରୁଛି, ଯାହା ଦ୍ଵାରା ଆମେ ଆମର ମିସନକୁ ସହଜରେ ପୁରା କରି ପାରିବା । ଏହା ଛଡା ଅଧିକାରୀ କହିଲେ କି ଡାଟା ଲିକିଙ୍ଗ ସୁନିଶ୍ଚିତ କରିବ କି କେଉଁ ବାୟୁଯାନ ଉଡୁଛି ।

ଏହି ବିମାନ ଗୁଡିକରେ ଲଗାଯିବ ଡିଭାଇସ

ମିଡିଆ ରିପୋର୍ଟ ଅନୁସାରେ ସଫ୍ଟୱେୟର ଡିଫାଇଂଡ ରେଡିୟୋ ବାୟୁସେନାର ପ୍ରମୁଖ ଲଢାକୁ ବିମାନ ଯେମିତି କି ମିରାଜ 2000 ମିଗ 29 ଓ ସୁଖୋଈ-30 ରେ ଲଗାଯିବ । ଏହା ସହିତ ବିମାନ ଗୁଡିକ ଓ ଦେଶର ସଂଚାଳନ କେନ୍ଦ୍ରର ସୁରକ୍ଷିତ ସଂଚାର ପାଇଁ ଏହାକୁ ଉପଯୋଗ କରାଯାଇ ପାରିବ । ଯାହା ସାହାର୍ଯ୍ୟରେ ଯୁଦ୍ଧ ସମୟରେ ହେଉଥିବା ସଂଚାରକୁ ଗୁପ୍ତ ରଖାଯାଇ ପାରିବ ।

କହିବାକୁ ଗଲେ ବର୍ତ୍ତମାନ ବାୟୁସେନା ୪୦୦ SDR କ୍ରୟ କରିଛି, ଯାହାକି ଭବିଷ୍ୟତରେ ଗେମ ଚେଂଜର ଭାବରେ କାମ କରିବ । ବାୟୁସେନା ଅଧିକାରୀ କହିଲେ କି ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ଯେତେବେଳେ ଆମେ ଆମର ପାଇଲଟଙ୍କ ସହ କଥା ହେଉଥିଲୁ ସେତେବେଳେ ଡର ବି ଲାଗୁଥିଲା କି ଶତୃ ଆମର କଥାବାର୍ତ୍ତା ନ ଶୁଣିଦେଉ । ଏହା ଦ୍ଵାରା ପାଇଲଟର ଜୀବନ ବି ଯାଇପରେ । କିନ୍ତୁ ବର୍ତ୍ତମାନ ସଫ୍ଟୱେୟର ଡିଫାଇଂଡ ରେଡିୟୋ ସାହାର୍ଯ୍ୟରେ ଆମର କଥାବାର୍ତ୍ତା ଗୁପ୍ତ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button