ଦେଶ- ବିଦେଶ

ଟିକେଟ୍‌ ଦିଅ ନ ହେଲେ କଂଗ୍ରେସରେ ମିଶିବି: ବିଜେପି ନେତାଙ୍କ ଧମକ

ପାଖେଇ ଆସିଲାଣି ହରିଆଣା ବିଧାନସଭା ନିର୍ବାଚନ। ଦିନ ଯେତେ ଗଡୁଛି ରାଜନୈତିକ ଉଷ୍ମତା ସେତେ ବଢ଼ି ଚାଲିଛି। କିଏ କେଉଁଠୁ ନିର୍ବାଚନ ଲଢ଼ିବ, କାହାକୁ ମିଳିବ ଟିକେଟ୍, କାହାର ହେବ ପତ୍ତା ସାଫ। ତାକୁ ନେଇ ସବୁ ଦଳରେ କସରତ ଚାଲିଛି। ଏହାରି ଭିତରେ ଭାରତୀୟ ଜନତା ପାର୍ଟିର ଟେନ୍ସନ୍ ବଢ଼ାଇବାରେ ଲାଗିଛନ୍ତି ବରିଷ୍ଠ ନେତା। ଟିକେଟ୍ ନ ମଳିଲେ କଂଗ୍ରେସରେ ଯୋଗ ଦେବେ ବୋଲି ଦେଇଛନ୍ତି ଖୋଲା ଧମକ।

ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଓ ନରବୀର ସିଂହ। ସେ ନିକଟରେ ଦାବି କରିଛନ୍ତି ଯେ ଯଦି ତାଙ୍କୁ ଟିକେଟ୍ ନ ଦିଆଯାଏ ତେବେ ସେ କଂଗ୍ରେସରେ ଯୋଗଦେବେ। ସେ ରାଜ୍ୟର ହାଇ ପ୍ରୋଫାଇଲ୍ ସିଟ୍ ବାଦଶାହପୁରରୁ ଟିକେଟ୍ ଦାବି କରୁଛନ୍ତି। ବିଶେଷ କଥା ହେଉଛି ବରିଷ୍ଠ ନେତା ସୁଧା ଯାଦବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପୂର୍ବତନ ଓଏସଡି ମଧ୍ୟ ଏହି ଆସନ ପାଇଁ ଦାବି କରୁଛନ୍ତି।

ମଡିଆ ରିପୋର୍ଟ ଅନୁସାରେ, ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି ଯେ ସେ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସେ କହିଛନ୍ତି, ‘ମୁଁ ୨୦୧୯ ରେ ଟିକେଟ୍ ପାଇ ନଥିଲି। ଏଥର ବି ମୁଁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୈଦାନରେ କେବଳ ଦୁଇଟି ଦଳ ଅଛନ୍ତି। ତେଣୁ ଯଦି ବିଜେପି ମୋତେ ଟିକେଟ ନ ଦେବ ତେବେ ମୁଁ କଂଗ୍ରେସରେ ଯୋଗଦେବି।’ ବାଦଶାହପୁର ବିଧାନସଭା ଆସନରୁ ସେ ନିଶ୍ଚିତ ଜିତିବେ ବୋଲି ସିଂହ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button