ମନୋରଞ୍ଜନ

ଟିମ ଇଣ୍ଡିଆର ଷ୍ଟାର ବୋଲର ବୁମରାଙ୍କୁ ପସନ୍ଦ ଏହି ବଲୀଉଡ ଅଭିନେତ୍ରୀ, କହିଲେ ତାଙ୍କ ବିଷୟରେ କିଛି ଏମିତି କି…

ବର୍ତ୍ତମାନ ସମୟରେ ଯଦି ସବୁଠୁ ଚର୍ଚାର ବିଷୟ ଯଦି କେହି ଅଛି ତେବେ ତାହା ହେଉଛି କ୍ରିକେଟ ବିଶ୍ଵ କପ ୨୦୧୯ । କ୍ରିକେଟ ଓ ଭାରତର ବହୁତ ଗଭୀର ସମ୍ପର୍କ ଅଛି । କାରଣ ଭାରତୀୟ ଟିମରେ ଏମିତି ବହୁତ ଭଲ କ୍ରିକେଟର ଅଛନ୍ତି ଯେଉଁମାନେ କେବଳ ଦେଶରେ ନୁହେଁ ବିଶ୍ଵସାରା ପ୍ରସିଦ୍ଧ ଅଛନ୍ତି । କୋହଲୀ, ଧୋନୀ, ଧୱନ, ରୋହିତ ଇତ୍ୟାଦି କିଛି ଏମିତି ନାମ ଅଛି ଯାହାଙ୍କ ନାମରେ ଗୋଟିର ରୁ ବଢି ଗୋଟିଏ ରେକର୍ଡ ଅଛି ।

ଏହି ନାମ ମଧ୍ୟରେ କିଛି ସମୟ ହେବ ଅନ୍ୟ ଏକ ନାମ ବି ଯୋଡି ଯାଇଛି । ସେ ହେଉଛି ଟିମ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରାହ । ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏହି କଥା ସମସ୍ତେ ଜାଣିଛନ୍ତି କି କ୍ରିକେଟ ଓ ବଲୀଉଡର ପୁରୁଣା ସମ୍ପର୍କ ଅଛି । ଯାହାର ଉଦାହରଣ ବିରାଟ – ଅନୁଷ୍କାଙ୍କର ବିବାହରୁ ମିଳିଥାଏ । କିନ୍ତୁ ସେ ଜଣେ ଖେଳାଳି ନୁହନ୍ତି ଯାହାଙ୍କର କୌଣସି ଅଭିନେତ୍ରୀ ସହ ସମ୍ପର୍କ ଅଛି । ତାଙ୍କ ପୂର୍ବରୁ ବି ବହୁତ ଖେଳାଳିଙ୍କର ନାମ ବିଭିନ୍ନ ଅଭିନେତ୍ରୀଙ୍କ ସହ ଯୋଡି ହୋଇ ସାରିଛି ।

ଏହି ଅଭିନେତ୍ରୀ ଜଣକ କରିଛନ୍ତି ବୁମରାହଙ୍କୁ ‘କ୍ଲୀନ ବୋଲ୍ଡ’

କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ୱୋର୍ଲ୍ଡ କପରେ ନିଜର ଘାତକ ବୋଲିଙ୍ଗ ଦ୍ଵାରା ବିପକ୍ଷ ଟିମର ଖେଳାଳିକୁ କ୍ଲୀନ ବୋଲ୍ଡ କରୁଥିବା ଜସପ୍ରୀତ ବୁମରାହଙ୍କୁ କେହି ‘କ୍ଲୀନ ବୋଲ୍ଡ’ କରିଦେଇଛନ୍ତି । କହିଦେଉଛୁ ଯେ ଜସପ୍ରୀତ ବୁମରାହ ବଲୀଉଡର ଚୁଲବୁଲୀ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଉପରେ ଫିଦା ଅଛନ୍ତି । କହିଦେଛୁ ଯେ ଏକ ଇଣ୍ଟରଭିୟୁରେ ଜସପ୍ରୀତ ଆଲିୟା ଭଟ୍ଟଙ୍କ ପାଇଁ ନିଜର ପ୍ରେମର ଇଜହାର କରିସାରିଛନ୍ତି ।

ଯୂ-ଟ୍ଯୂବରେ ଦେଇଛନ୍ତି ଇଣ୍ଟରଭିୟୁ

ଯୂ-ଟ୍ଯୂବର ଏକ ଚ୍ୟାନେଲ ‘ଜେଗଲ’ ଉପରେ ଏକ ଇଂଟରୱ୍ଯୂରେ ଦେଉଥିବା ସମୟରେ ତାଙ୍କର ପର୍ସନାଳ ଲାଇଫ ଉପରେ ଯେତେବେଳେ କିଛି ପ୍ରଶ୍ନ କରାଗଲା । ତେବେ ସେହି ସମୟରେ ଏକ ପ୍ରଶ୍ନ ଏହା ବି ଥିଲା କି ସେ ବଲୀଉଡର କେଉଁ ଅଭିନେତ୍ରୀଙ୍କୁ ଅଧିକ ପସନ୍ଦ କରନ୍ତି । ଯାହାର ଉତ୍ତରରେ ପ୍ରଥମେ ବୁମରାହ ଚିନ୍ତା କରିଲେ ପରେ ଲଜ୍ୟାର ସହ ସେ ଆଲିୟା ଭଟ୍ଟଙ୍କର ନାମ ନେଲେ । ଏହି କଥାରୁ ଜଣା ପଡିଲଗଲା କି ଦୁନିର ଭଲ ଭଲ ଖେଳାଳିକୁ ନିଜ ବୋଲରେ ଆଉଟ କରିସାରିଥିବା ବୁମରାହ ଆଲିୟାଙ୍କ ପ୍ରେମରେ ବୋଲ୍ଡ ହୋଇ ଯାଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button