ସ୍ୱାସ୍ଥ୍ୟ

ଅକ୍ସିଜେନ ସିଲିଣ୍ଡର ସହିତ UPSCର ପରୀକ୍ଷାରେ ବସିଲା ଛାତ୍ରୀ, ପିଲାବେଳୁ ହିଁ ଏହି ଗମ୍ଭୀର ରୋଗରେ ଅଛି ପୀଡିତ

କେରଳର କୋଟ୍ଟୟମରେ ରହୁଥିବା ୨୪ ବର୍ଷର ଲତିଶା ଅଂସାରୀ ଗମ୍ଭୀର ରୋଗରେ ପଡିତ ହେବା ସତ୍ତ୍ୱେ ବି ସେ  ଇଉପିଏସସିର ପରୀକ୍ଷା ଦେବାକୁ ପହଞ୍ଚିଥିଲେ । ଲତିଶାଙ୍କର ଅବସ୍ଥା ଦେଖି ସମସ୍ତଙ୍କୁ ତାଙ୍କ ଉପରେ ଦୟା ଆସୁଥିଲା, କିନ୍ତୁ ସେ ନିଜର ଏହି ଅବସ୍ଥା ସହ ଲଢି ଏହି ସ୍ଵପ୍ନକୁ ପୁରା କରିବାରେ ଲାଗିଛନ୍ତି । କହିଦେଉଛୁ କି ଲତିଶା ହ୍ଵିଲଚେୟର ଉପରେ ବସି ଅକ୍ସିଜେନ ସିଲିଣ୍ଡର ଲଗାଇ ଇଉପିଏସସିର ପରୀକ୍ଷା ଦେଇଥିଲେ ।

ଲତିଶା ଅଂସାରୀ ପରୀକ୍ଷା ଦେବା ପରେ କହିଲେ କି ସେ ଗତ ୧ ବର୍ଷ ହେବ ଇଉପିଏସସିର ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଓ ତାଙ୍କୁ ବିଶ୍ଵାସ ଅଛି କି ତାଙ୍କର ପରିଶ୍ରମ ତାଙ୍କୁ ଫଳ ଦେବ । ଲତିଶାଙ୍କୁ ହାଡ ସମ୍ବନ୍ଧିତ ରୋଗ ବି ଅଛି । ଯେଉଁ କାରଣରୁ ସେ ଠିକ ସେ ନିଶ୍ଵାସ ବି ନେଇ ପାରୁ ନାହାନ୍ତି । ନିଶ୍ଵାସ ନେବା ପାଇଁ ସେ ଅକ୍ସିଜେନ ସିଲିଣ୍ଡରର ସାହାର ନେଇ ଥାନ୍ତି ।

ଅକ୍ସିଜେନ ସିଲିଣ୍ଡର ନେଇ ଲତିଶା ଅଂସାରୀ ଦେଲେ ପରୀକ୍ଷା

ଲତିଶାଙ୍କର ସ୍ୱାସ୍ଥ୍ୟ କିଛି ବର୍ଷ ହେବ ଖରାପ ଅଛି, ଯେଉଁ କାରଣରୁ ସେ ହ୍ଵିଲଚେୟରରେ ଅଛନ୍ତି । ହ୍ଵିଲଚେୟର ସହିତ ତାଙ୍କୁ ନିଶ୍ଵାସ ନେବାରେ ବି ଅସୁବିଧା ହୋଇଥାଏ । ଯେଉଁ କାରଣରୁ ସେ ଅକ୍ସିଜେନ ସିଲିଣ୍ଡରର ସାହାରା ନେଇଥାନ୍ତି । ବିନା ଅକ୍ସିଜେନ ସିଲିଣ୍ଡର ରେ ଲତିଶାଙ୍କର ଅବସ୍ଥା ଖରାପ ହୋଇଯାଏ ।

ଯେତେବେଳେ ଲତିଶା ଅକ୍ସିଜେନ ସିଲିଣ୍ଡର ସହିତ ପରିକ୍ଷା କେନ୍ଦ୍ରରେ ପହଞ୍ଚିଲେ, ତେବେ ତାଙ୍କୁ ଭିତରକୁ ଯିବା ପାଇଁ ମନା କରାଗଲା, କିନ୍ତୁ ପରେ ଜିଲ୍ଲା କଲେକ୍ଟରଙ୍କର ପିଆର ର ଦଖଲ ପରେ ପରୀକ୍ଷା କେନ୍ଦ୍ର ଭିତରେ ତାଙ୍କର ବସିବାର ବ୍ୟବସ୍ଥା କରାଗଲା ଓ ସେ ପରୀକ୍ଷା ଦେଲେ ।

କଲେକ୍ଟର ହେବାକୁ ଚାହୁଁଛନ୍ତି ଲତିଶା ଅଂସାରୀ

ଲତିଶା ଅଂସାରୀ ମିଡିୟା ସହିତ କଥା ହୋଇ କହିଲେ କି ସେ କଲେକ୍ଟର ହେବାକୁ ଚାହୁଁଛନ୍ତି । ଯାହା ଦ୍ଵାରା ସେ ଲୋକମାନଙ୍କ ସହ ନ୍ୟାୟ କରି ପାରିବେ । ବାସ୍ତବରେ ଇଉପିଏସସି ଛାତ୍ରୀ ଲତିଶା ଅଂସାରୀ ଅନ୍ୟ ଛାତ୍ରମାନଙ୍କ ପାଇଁ ଉଦାହରଣ ଅଟନ୍ତି ।

ହାଡର ରୋଗ ସହିତ ନିଶ୍ଵାସ ନେବାରେ ବି ଅସୁବିଧା

ଲତିଶାଙ୍କର ଜନ୍ମ ପରେ ହିଁ ତାଙ୍କୁ ହାଡ ସମ୍ବନ୍ଧିତ ଏକ ରୋଗ ‘ଟାଇପ ୨ ଓସ୍ଟିୟୋଜେନେସିସ ଇମପରଫେକ୍ଟା’ ହୋଇ ଯାଇଥିଲା । କିନ୍ତୁ ଗତ ଏକ ବର୍ଷ ମଧ୍ୟରେ ତାଙ୍କୁ ନିଶ୍ଵାସ ସମ୍ବନ୍ଧିତ ରୋଗ ବି ହୋଇ ଯାଇଛି । ଯେଉଁଥି ପାଇଁ ତାଙ୍କ ସହିତ ଏକ ଅକ୍ସିଜେନ ସିଲିଣ୍ଡର ବି ସବୁବେଳେ ରହିଥାଏ । ଜାଣିବା ନିମନ୍ତେ କହିଦେଉଛୁ କି ଲତିଶା ଅଂସାରୀଙ୍କର ମେଡିକାଲ ଟ୍ରୀଟମେଂଟ ପାଇଁ ସବୁ ମାସରେ ୨୫ ହଜାର ଟଙ୍କା ଦରକାର ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button