ଜ୍ୟୋତିଷ

ଜାଣନ୍ତୁ ପୂଜା କରିବା ସମୟରେ ଦୀପକୁ କେଉଁ ଦିଗରେ ରଖିବା ହୋଇଥାଏ ସବୁଠୁ ଉତ୍ତମ, ଦୀପ ଲଗେଇବା ସମୟରେ କରନ୍ତୁ ଏହି ମନ୍ତ୍ରର ଜପ, ସବୁ ଇଚ୍ଛା ହେବ ପୂର୍ଣ୍ଣ

ଯେତେବେଳେ ବି ଆମେ ସମସ୍ତେ ପୂଜା କରିଥାଉ ତେବେ ଭଗବାନଙ୍କ ସାମ୍ନାରେ ଦୀପ ନିଶ୍ଚିତ ଜଳାଇ ଥାଉ । ଦୀପ ଜଳାଇବାର ବହୁତ ଖାସ ମହତ୍ଵ ରହିଛି । ଦୀପ ନ ଜଳାଇବା ଦ୍ଵାରା କୌଣସି ବି ପୂଜା ସଫଳ ହୁଏ ନାହିଁ । ପୂଜା କରିବା ସମୟରେ ଦୁଇ ପ୍ରକାରର ଦୀପ ଜଳାଯାଏ । ଯାହାକି ଘିଅ ଓ ତେଲର ହୋଇଥାଏ । ଘିଅ ଓ ତେଲର ଦୀପ ଜଳାଇବାର କିଛି ନିୟମ ବି ଅଛି । ଯାହାକୁ ଆପଣ ପୂଜା ରେ ଦୀପ ଜଳାଇବା ସମୟରେ ପାଳନ କରିବା ଉଚିତ ।

ଦୀପ ଜଳାଇବା ସହ ଜଡିତ କିଛି ଖାସ ନିୟମ

କେଉଁ ପଟେ ରଖିବେ ଦୀପ

ଯଦି ଆପଣ ପୂଜା କରିବା ସମୟରେ ଘିଅର ଦୀପ ଲଗାଉଛନ୍ତି ତେବେ ଏହି କଥାର ନିଶ୍ଚିତ ଧ୍ୟାନ ରଖନ୍ତୁ କି ଦୀପକୁ ସବୁବେଳେ ବାମ ହାତ ଆଡକୁ ହିଁ ଜଳାଇବେ । ଏହା ଛଡା ତେଲର ଦୀପକୁ ସବୁବେଳେ ଡାହାଣ ହାତ ଆଡକୁ ହିଁ ରଖିବା ଉଚିତ ଓ ଦୀପର ଜ୍ୟୋତିର ମୁହଁ ଭଗବାନଙ୍କର ଠିକ ସାମନାରେ ହିଁ ରଖିବା ଉଚିତ ।

କେଉଁ ରଙ୍ଗର ହୋଇଥିବ ସଳିତା

ଶାସ୍ତ୍ର ଅନୁସାରେ ଯେତେବେଳେ ବି ଆପଣ ଘିଅର ଦୀପ ବ୍ୟବହାର କରୁଛନ୍ତି ତେବେ ଦୀପ ଭିତରେ ତୁଳାରେ ପ୍ରସ୍ତୁତି ସଳିତା ହିଁ ରଖନ୍ତୁ । କିନ୍ତୁ ତେଲ ଦୀପ ବ୍ୟବହାର କରିବା ସମୟରେ ଆପଣ ଲାଲ ରଙ୍ଗର ସଳିତା ହିଁ ପ୍ରୟୋଗ କରନ୍ତୁ ।

ଲିଭିବାକୁ ଦିଅନ୍ତୁ ନାହିଁ ଦୀପକୁ

ଯେତେବେଳେ ବି ଆପଣ ପୂଜା କରୁଛନ୍ତି ତେବେ ଏହି କଥା ପ୍ରତି ବିଶେଷ ଧ୍ୟାନ ରଖିବେ କି ଦୀପ ଭିତରେ ଘିଅ କିମ୍ବା ତେଲ ଅଧିକ ମାତ୍ରାରେ ଥିବ ଯେମିତିକି ପୂଜା କରିବା ସମୟରେ ଦୀପ ନ ଲିଭି ଯାଏ । ପୂଜା କରିବା ପରେ ଅତି କମରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଦୀପ ଜଳାଇବା ଆବଶ୍ୟକ ।

ଖଣ୍ଡିତ ଦୀପର ପ୍ରୟୋଗ କରନ୍ତୁ ନାହିଁ

ପୂଜା ସମୟରେ ଆପଣ ଯେଉଁ ବି ଜିନିଷର ପ୍ରୟୋଗ କରୁଛନ୍ତି ସେ ସବୁ ଜିନିଷ ଗୁଡିକ ସୁଦ୍ଧ ଓ ଅଖଣ୍ଡିତ ହେବ ଦରକାର । ସେଥିପାଇଁ ଆପଣ ଏହି କଥାର ଧ୍ୟାନ ରଖିବେ କି ଆପଣ ଯେଉଁ ଦୀପର ପ୍ରୟୋଗ କରୁଛନ୍ତି ତାହା ଖଣ୍ଡିତ ଦୀପ ନ ହୋଇଥାଉ ।

କରନ୍ତୁ ଏହି ମନ୍ତ୍ରର ଜପ

ଦୀପକୁ ଜଳାଇବା ସମୟରେ ‘ଶୁଭମ୍ କରୋତି କଲ୍ୟାଣଂ, ଆରୋଗ୍ଯଂ ଧନ ସଂପଦାମ୍ । ଶତ୍ରୁ ବୃଦ୍ଧି ବିନାଶାୟ ଦୀପଂ ଜ୍ୟୋତି ନମୋସ୍ତୁତେ ।‘ ମନ୍ତ୍ରର ଜପ ନିଶ୍ଚିତ ରୂପରେ କରନ୍ତୁ । ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣ ଭଗବାନଙ୍କ ଠାରୁ ଶୁଭ, କଲ୍ୟାଣ, ଆରୋଗ୍ୟ, ଧନ ସମ୍ପଦ, ଶତ୍ରୁ ବୃଦ୍ଧିର ବିନାଶ କରିବାର କାମନା କରିଥାନ୍ତି । ଦୀପ ଜଳାଇବାର ମନ୍ତ୍ରକୁ ଆପଣ ତିନି ଥର ଜପ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button