ମନୋରଞ୍ଜନ

ପ୍ରଭାଷ ଖୋଲିଲେ ନିଜ ପ୍ରେମ ଜୀବନର ରାଜ, କହିଲେ ସେ କଣ ଅନୁଭବ କରନ୍ତି ଅନୁଷ୍କା ଙ୍କ ପାଇଁ..

ସାଉଥ ସିନେମା ଧୀରେ ଧୀରେ ଏତେ ବଢି ଗଲାଣି ଯେ ସେହି ଫିଲ୍ମ ଗୁଡିକ କେବଳ ଦେଶର ନୁହେଁ ବିଦେଶରୁ ମଧ୍ୟ ଜବରଦସ୍ତ ଆୟ କରୁଛି । ସେମିତି ହିଁ ଏକ ଫିଲ୍ମ ଆସିଥିଲା “ବାହୁବଳୀ”, ଏହି ଫିଲ୍ମ ଏତେ ଲୋକପ୍ରିୟ ହୋଇଥିଲା ଯେ ସେହି ଫିଲ୍ମ ର ଅଭିନେତା ପ୍ରଭାଷ ରାତାରାତି ସୁପରଷ୍ଟାର ହୋଇଗଲେ । ତାଙ୍କ ପାଇଁ ଲକ୍ଷ ଲକ୍ଷ ଝିଅ ଦିବାନା ଅଟନ୍ତି । କିନ୍ତୁ ପ୍ରଭାଷଙ୍କ ନାମ ତାଙ୍କ କୋ-ଷ୍ଟାର ଅନୁଷ୍କାଙ୍କ ସହିତ ଜୋଡା ଯାଇଥାଏ ।

ଏବେ ସେମାନଙ୍କ ମଧ୍ୟରେ କଣ ଚାଲିଛି, ଏହାର ସତ୍ୟତାକୁ ପ୍ରଭାଷ ବହୁତ ବିବାଦ ପରେ ସମସ୍ତଙ୍କ ସାମନାରେ ଖୋଲିଛନ୍ତି ।

ଜଲ୍ଦି ଆସିବ ଏପିସୋଡ

କରଣ ଜୋହରଙ୍କର ଶୋ ‘କଫୀ ବିଦ କରଣ’ ସମୟ ସହିତ ଆହୁରି ଚଟପଟା ହୋଇ ଯାଉଛି । ଏଥର କେତେ ନୂଆ ଚେହେରା ଏବଂ ନୂଆ ଜୋଡିଙ୍କୁ ଏହି ସୋ ରେ ଦେଖିବାକୁ ମିଳିଲା । ଏଥିରେ ପ୍ରଥମ ଥର ତେଲୁଗୁ ସିନେମାରେ କାମ କରିଥିବା ବଡ ଷ୍ଟାର ପ୍ରଭାଷ, ବଲୀଉଡ ଏବଂ ଟଲୀଉଡରେ କାମ କରିଥିବା ରାଣା ଦୁଗ୍ଗବତୀ ଏବଂ ନିର୍ଦେଶକ ଏସ ରାଜାମୋଲୀ ଏହି ସୋ କୁ ଆସିଥିଲେ ।

କହିଦେଉଛୁ ଯେ କରଣ ଜୋହର ବାହୁବଳୀ ଫିଲ୍ମକୁ ପ୍ରୋଡ୍ଯୂସ କରିଥିଲେ । ଏହି ସୋ ର ଶୁଟିଙ୍ଗ ପୁରା ହୋଇଯାଇଛି ଏବଂ ଏପିସୋଡଟି ଏହି ମାସର ଶେଷ ଆଡକୁ ଆସିବ ।

ବାହୁବଳୀ ପ୍ରଭାଷଙ୍କୁ ପଚାରିଲେ ପ୍ରଶ୍ନ

କରଣ ଜୋହାରଙ୍କୁ ସବୁବେଳ ବଲୀଉଡର ଗସିପର କୁହା ଯାଇଥାଏ । ତାଙ୍କର କାମ ଅଟେ, ସମସ୍ତଙ୍କୁ ସେ ଏମିତି ପ୍ରଶ୍ନ ପଚାରନ୍ତି ଯାହାଦ୍ଵାରା ସେଥିରୁ କିଛି ରାଜ ବାହାରକୁ ଆସିଥାଏ । କରଣ ଜୋହର ଏହିଭଳି ପ୍ରଭାଷଙ୍କୁ ପଚାରିଲେ କି ସେ କାହାକୁ ଡେଟ କରୁଛନ୍ତି ?

ପ୍ରଭାଷ ସାଙ୍ଗେ ସାଙ୍ଗେ ଏହାର ଉତ୍ତର ଦେଇ ଦେଲେ ନା, ଏହା ପରେ କରଣ ପଚାରିଲେ କି ଆପଣ କେବେ ପବ୍ଲିକ ପ୍ଲେସ ଉପରେ ନିଜର ମେକ ଆଉଟ କରିଛନ୍ତି ? ଏହାର ଉତ୍ତର ପ୍ରଭାଷ ନା ରେ ଉତ୍ତର ଦେଲେ । ପୁଣି କରଣ ପଚାରିଲେ କି ଆପଣ କଣ କଫି କାଉଚରେ ମିଛ କହିଛନ୍ତି ଏବଂ ପ୍ରଭାଷ ସାଙ୍ଗେ ସାଙ୍ଗେ କହିଲେ ହଁ ।

ପ୍ରଭାଷ ସବୁବେଳ ଲଜ୍ୟା କରନ୍ତି କିନ୍ତୁ ସେ କଫି ବିଦ କରଣରେ ସେ ବହୁତ ମସ୍ତି କରୁଥିବାର ନଜର ଆସିଥିଲେ । କହିଦେଉଛୁ ଯେ ଅନୁଷ୍କା ସେଟ୍ଟୀ ଏବଂ ପ୍ରଭାଷଙ୍କ ଲଭ ଚକ୍କର ଶୁଟିଙ୍ଗ ସମୟରୁ ହିଁ ଶୁଣିବାକୁ ମିଳୁଥିଲା ।

ଅନୁଷ୍କା ଏବଂ ପ୍ରଭାଷଙ୍କ ନାମ ସବୁବେଳେ ଚର୍ଚ୍ଚାରେ ଥାଏ

ସେହି ସମୟରେ କୁହାଯାଏ କି ପ୍ରଭାଷ ଏବଂ ଅନୁଷ୍କା ଭଲ ସାଙ୍ଗ ଥିଲେ । ଏହି ଫିଲ୍ମ ସମୟରେ ଅନୁଷ୍କା ଅନ୍ୟ କାହା ସହିତ ବାହା ହେବା ପାଇଁ ମଧ୍ୟ ଇଛା କରିଥିଲେ କିନ୍ତୁ ପ୍ରଭାଷ ତାଙ୍କର ବାହାଘର ହେବାକୁ ଦେଲେ ନାହିଁ । ସେ ଚାହୁଁଥିଲେ କି ଶୁଟିଙ୍ଗ ସମୟରେ କୌଣସି ପ୍ରକାରର ଅସୁବିଧା ନ ହେଉ । ସେହି ସମୟରେ କୁହାଯାଉଥିଲା କି ପ୍ରଭାଷ ନିଜେ ଅନୁଷ୍କା ସହିତ ବାହା ହେବା ପାଇଁ ଚାହୁଁଥିଲେ ।

ବର୍ତ୍ତମାନ କହିଦେଉଛୁ ଯେ ପ୍ରଭାଷଙ୍କ ତରଫରୁ ତ ନା କୁହା ଯାଇଛି, କିନ୍ତୁ ତାଙ୍କ ହସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସେପଟେ ଅନୁଷ୍କା ତରଫରୁ କୌଣସି ପ୍ରକାରର କିଛି କଥା ସାମନାକୁ ଆସିନାହିଁ । ଏବଂ ଅନୁଷ୍କା ଏବଂ ପ୍ରଭାଷ କିଛି ଖୋଲି ପ୍ରକାଶ କରୁ ନାହାନ୍ତି । ଆପଣଙ୍କୁ କଣ ଲାଗୁଛି ଏହି ବାହୁବଳି ଯୋଡି ସତରେ ପ୍ରେମରେ ଅଛନ୍ତି ନା ନାହିଁ ??

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button