ଦେଶ- ବିଦେଶ

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଘୂର୍ଣ୍ଣି ଝଡ, ଭୟଙ୍କର ବାତ୍ୟା ର ରୂପ ନେଇପାରେ “ଗାଜା”, ଜାଣନ୍ତୁ ଓଡିଶା ଉପରେ କଣ ରହିଛି ପ୍ରଭାବ, ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଇଣ୍ଡିଆ ମେଟେରୋଲଜିକାଲ୍ ଡିପାର୍ଡମେଣ୍ଟ୍ (ଆଇଏମ୍‌ଡି) ଦେଲା ସୂଚନା, ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ତୀବ୍ରତର ହୋଇ ‘ଭୀଷଣ ସାମୁଦ୍ରିକ ବାତ୍ୟା’ ପାଲଟି ପାରେ ବୋଲି । ଉତ୍ତର ତାମିଲନାଡୁ, ପଣ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପଦେଶ ଉପକୂଳରେ ବାତ୍ୟା ସତର୍କତା ଜାରି କରାଯାଇଛି ।

ନଭେମ୍ବର ୧୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ମଧ୍ୟସ୍ଥ କୁଡ୍ଡାଲୋର୍ (ତାମିଲନାଡୁ) ଏବଂ ଶ୍ରୀହରିକୋଟା ଅତିକ୍ରମ କରିବ । ଆଗାମୀ ୩୬ ଘଣ୍ଟା ମଧ୍ୟରେ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ ଏହା ଏକ ପ୍ରେସ୍ ବିବୃତିରେ ଆଇଏମଡି ସତର୍କ କରାଇ ଦେଇଛି.

ଏହା ପରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼ର ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ଅଗ୍ରସର ହେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ, ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼କୁ ଗତି କରିବା ବେଳେ ଏହା ଦୁର୍ବଳ ହେବାର ସମ୍ଭାବନା ରହିଛି ।

ଶନିବାର ସନ୍ଧ୍ୟାରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଦକ୍ଷିଣପୂର୍ବ ଏବଂ ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ତୀବ୍ରତର ହୋଇ ଅବପାତ ପାଲଟିଥିଲା । ଏହା ଆହୁରି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଯାଇ ତୀବ୍ର ହେବା ପରେ ଆଜି ପ୍ରତ୍ୟୁଷରେ ସାମୁଦ୍ରିକ ବାତ୍ୟା ‘ଗାଜା’ରେ ପରିଣତ ହୋଇଥିଲା । ପାଣିପାଗ ବିଭାଗ ସୂଚନା ଅନୁଯାଇ ବାତ୍ୟାର ବିଶେଷ ପ୍ରଭାବ ଓଡିଶା ଉପରେ ରହିବ ନାହିଁ , ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button