କେଉଁ କର୍ମ କରିଲେ କେଉଁ ଜନ୍ମ ପାଇବେ ? ମାତ୍ର ଥରେ ଜାଣି ନିଅନ୍ତୁ- Garuda Purana

ବନ୍ଧୁଗଣ ଆଜିର ସମୟରେ ମଣିଷ ନିଜର କର୍ମ ଠିକ ରଖିବା ଉଚିତ । କାରଣ କର୍ମ ଠିକ ରହିଲେ ଫଳ ମଧ୍ୟ ଉଚିତ ମିଳିଥାଏ । ଯଦି ଆପଣ ଭାବୁଛନ୍ତି କି ଏହି ଜନ୍ମର କର୍ମର ଫଳ ଆର ଜନ୍ମରେ ଭୋଗ କରିବେ ତେବେ ଏହା ସଂପୂର୍ଣ୍ଣ ଭୁଲ । ଏଇ ଜନ୍ମର କର୍ମର ଫଳ ଏହି ଜନ୍ମରେ ହିଁ ଭୋଗିବାକୁ ପଡି । ତେଣୁ ସବୁବେଳେ ନିଜର କର୍ମ ଠିକ କରିବା ଉଚିତ । ଆଜି ଆମେ ଜାଣିବା ମଣିଷ କେଉଁ କର୍ମ କରିଲେ କେଉଁ ଜନ୍ମ ପାଇବେ ।
୧- ଗରୁଡ ପୁରାଣ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ସନ୍ୟାସୀ ହେଉଛନ୍ତି । କିନ୍ତୁ ସନ୍ୟାସୀ ହେବା ପରେ ପୂର୍ଣ୍ଣବାର ଭୋଗ ବିଳାସରେ ଲିପ୍ତ ରୁହନ୍ତି ବା ସ୍ତ୍ରୀ ସହ ସଂଭୋଗ ବା ଅନ୍ୟ କାହା ସହ ସମ୍ପର୍କ ରଖନ୍ତି ତେବେ ସେହି ପୁରୁଷ ବିଷ୍ଠା ରେ କୃମି ଜନ୍ମ ହୋଇଥାଏ । ତେଣୁ ଯଦି କୌଣସି ଜାତକ ସନ୍ୟାସୀ ଭାର ନେଇଛନ୍ତି ତେବେ ଭୁଲରେ ବି ସ୍ତ୍ରୀ ସହ ସଂଭୋଗ ରଖନ୍ତୁ ନାହିଁ । ଯାହା ଦ୍ଵାରା ପର ଜନ୍ମରେ କୃମି ଜନ୍ମ ନେବେ ।
୨- ଯିଏ ସର୍ବଦା କଳି କରିବାକୁ ଭଲ ପାଏ ବା କାହା ସହ ଝଗଡା କରିଲେ ତାର ଜମା ଛାଡେ ନାହିଁ ସେଇ ଜାତକ ଆର ଜନ୍ମରେ ବିଲେଇ ଜନ୍ମ ନେଇଥାଏ । ସେଥିପାଇଁ ସବୁବେଳେ ସମସ୍ତଙ୍କ ସହ ଭଲରେ ବ୍ୟବହାର କରିବା ଉଚିତ ।
୩- ଯିଏ ବିନା କାରଣରେ ସବୁବେଳେ ଆଡ ବାୟା ବା ରାଉ ରାଉ ହୁଏ ତେବେ ସେ ପର ଜନ୍ମରେ କାଉ ଜନ୍ମ ଲାଭ କରିଥାଏ ।
୪- ଯେଉଁ ଲୋକ ମାନେ ଅତ୍ୟନ୍ତ ଲୋଭୀ ପ୍ରକୃତିର ହୋଇଥାନ୍ତି ସେମାନେ ପର ଜନ୍ମରେ ଛେଳି ରୂପେ ଜନ୍ମ ନେଇଥାନ୍ତି ।
୫- ଯେଉଁ ମାନେ ପର ନାରୀ ବା ପର ଧନ ହରଣ କରିଥାନ୍ତି ସେମାନେ ଆର ଜନ୍ମରେ କଙ୍କଡା ହୋଇ ଜନ୍ମ ନେଇଥାନ୍ତି ।
୬- ଯେଉଁ ବ୍ୟକ୍ତି ଅଖାଦ୍ଯ କୁ ଭୋଜନ ରୂପେ ଗ୍ରହଣ କରନ୍ତି ସେମାନେ ଘୁଷୁରି ଭାବେ ଆର ଜନ୍ମରେ ଜନ୍ମ ନେଇଥାନ୍ତି ।
୭- ଯେଉଁ ମାନେ ପାକ ଯୁଦ୍ଧରେ ପ୍ରବୀଣ, ସର୍ବଦା ଝଗଡା କରିବାକୁ ଭଲ ପାଆନ୍ତି, ହିଁସ ଆଚରଣ କରନ୍ତି ସେମାନେ ଆର ଜନ୍ମରେ କୁକୁର ଜନ୍ମ ପାଇଥାନ୍ତି ।
୮- ଯେଉଁ ମାନେ ଅତି ଜିଦଖୋର ସବୁବେଳେ ମାଲିମୋକଦ୍ଦମା କରିବାକୁ ଭଲ ପାଆନ୍ତି ସେମାନେ ମୃତ୍ୟୁ ପରେ ଆର ଜନ୍ମରେ ମେଣ୍ଢା ହୋଇ ଜନ୍ମ ଲାଭ କରିଥାନ୍ତି ।
୯- ଯିଏ ବିନା ଦୋଷରେ ଅନ୍ୟ କୁ ଦଣ୍ଡ ଦିଏ ବା ସର୍ବଦା ଫଁ ଫଁ ହୁଏ ସେ ମୃତ୍ୟୁ ପରେ ପର ଜନ୍ମରେ ସାପ ରୂପରେ ଜନ୍ମ ନେଇଥାଏ ।
୧୦- ଯିଏ ପିତା ମାତା ଙ୍କୁ ଖରାପ ବ୍ୟବହାରେ କରେ, ସମ୍ମାନ ଦିଏ ନାହିଁ ସେ ଆର ଜନ୍ମରେ ମୁକ ହୋଇ ଜନ୍ମ ଲାଭ କରିଥାଏ ।
୧୧- ଯିଏ ପର ନାରୀ ବା ପର ସ୍ତ୍ରୀ, ପର ଝିଅ, ବୋହୂ ସହ ସଙ୍ଗମ କରେ ସେ ସାତ ଜନ୍ମ ଯାଏଁ ନର୍କ ଭୋଗ କରିଥାଏ ।