ସ୍ୱାସ୍ଥ୍ୟ

ମାଇଗ୍ରେନ ର ସମସ୍ୟା ରୁ ପାଆନ୍ତୁ ମୁକ୍ତି, ଅପଣାନ୍ତୁ ଏହି ଘରୋଇ ଉପାୟ – ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଆଜିକାଲିର ବ୍ୟସ୍ତ ବିବ୍ରତ ଜୀବନ ଓ ଚିନ୍ତା ପାଇଁ ଲୋକଙ୍କୁ ଶାରୀରିକ ବିମାରୀ ସହ ମାନସିକ ବିମାରୀର ସମ୍ମୁଖୀନ ହେବାକୁ ପଡୁଛି । ପ୍ରାୟତଃ ଲୋକଙ୍କୁ ମୁଣ୍ଡ ବ୍ୟଥା ହୋଇଥାଏ । ଏହି ସମସ୍ଯା ବାରମ୍ବାର ହେବା ଦ୍ଵାରା ମାଇଗ୍ରେନ ର ରୂପ ନେଇ ନିଏ । ମାଇଗ୍ରେନ ପାଇଁ ମୁଣ୍ଡର ଗୋଟେ ଫାଳରେ ଅସହନୀୟ ଯନ୍ତ୍ରଣା ହୋଇଥାଏ । ବେଳେ ବେଳେ ଏହି ଯନ୍ତ୍ରଣା ସଙ୍ଗେ ସଙ୍ଗେ ସରିଯାଏ ତ ବେଳେ ବେଳେ ସାରା ଦିନ ସେମିତି ବିନ୍ଧୁ ଥାଏ । ଯେବେ ଆପଣ କୌଣସି ସମୟ ପରିସ୍ଥିତି ରୁ ଏକଦମ ସମସ୍ଯା ର ସମ୍ମୁଖୀନ ହୁଅନ୍ତି ତେବେ ଆପଣଙ୍କର ମୁଣ୍ଡ ବିନ୍ଧା ଓ ରକ୍ତ ଚାପ ବଢିଯାଏ । ଏହି ସ୍ଥିତିରେ ଆପଣ ଜାଣିବା ଦରକାର ଯେ ଆପଣ ମାଇଗ୍ରେନ ର ଶିକାର ହୋଇ ସାରିଲେଣି ।

ଏହି ପରିସ୍ଥିତି ରେ ଆପଣ ନିଜ ମନକୁ କୌଣସି ଔଷଧ ନ ଖାଇ ଡକ୍ଟର ର ପରାମର୍ଶ ନିଅନ୍ତୁ । ମାଇଗ୍ରେନ ର ସମସ୍ଯା ଉଚ୍ଚ ରକ୍ତ ଚାପ, ଅଧିକ ଚିନ୍ତା କରିବା ଦ୍ଵାରା, ଠିକ ଭାବେ ନ ଶୋଇଲେ, ମୌସମ ରେ ପରିବର୍ତ୍ତନ, ଅତ୍ୟଧିକ ଔଷଧ ର ସେବନ ଆଦି ଏହାର ମୁଖ୍ୟ କାରଣ ଅଟେ । ମାଇଗ୍ରେନ ର ସମସ୍ଯା ଆରମ୍ଭ ହେଲେ ଭୋକ ଲାଗିବା କମିଯାଏ, ଅଧିକ ଝାଳ ବାହାରେ, ଆଖି ରେ ଯନ୍ତ୍ରଣା ଅନୁଭବ କରିବା, ଝାପସା ଦେଖା ଯିବା, ପୁରା ବା ଅଧ ମୁଣ୍ଡ ବିନ୍ଧା, ଗହଳି ବା ଆଲୁଅ ରେ ବିରକ୍ତି ଲାଗିବା, ବାନ୍ତି ଆସିବା ଆଦି ଏହାର ମୁଖ୍ୟ ଲକ୍ଷଣ ।

ଆସନ୍ତୁ ଜାଣିବା ଏହି ରୋଗରୁ ମୁକ୍ତି ପାଇଁ କିଛି ଘରୋଇ ଉପଚାର ।

ଦେଶୀ ଘିଅ-

ମାଇଗ୍ରେନ ର ଯନ୍ତ୍ରଣାରୁ ମୁକ୍ତି ଚାହୁଁଥିଲେ ସବୁଦିନ ଗଇର ଦେଶୀ ଘିଅ କିଛି ବୁନ୍ଦା ନାକରେ ପକାଇ ଶୋଇପଡନ୍ତୁ । ଏହା ଦ୍ଵାରା ମୁଣ୍ଡା ବ୍ୟଥା କମି ଥାଏ ।

ସେଓ ଖାଇବା-

ପ୍ରତ୍ୟକ ଦିନ ସକାଳେ ଖାଲି ପେଟରେ ନିୟମିତ ଗୋଟେ ସେଓ ଖାଇଲେ ଏହି ସମସ୍ଯା ରୁ ମୁକ୍ତି ମିଳିବ୍ବ ।

ଲବଙ୍ଗ ଗୁଣ୍ଡା-

ଯଦି ଆପଣଙ୍କୁ ମାଇଗ୍ରେନ ସମସ୍ଯା ଅଛି ତେବେ କ୍ଷୀରରେ ଲବଙ୍ଗ ଗୁଣ୍ଡା ଓ ଲୁଣ ମିଶାଇ ଏହାର ସେବନ କରନ୍ତୁ । ଏହା କରିଲେ ମୁଣ୍ଡ ବିନ୍ଧା ସଙ୍ଗେ ସଙ୍ଗେ ଦୂର ହେବ ।

ଲେମ୍ବୁ ଚୋପା-

ଲେମ୍ବୁ ଚୋପକୁ ଖରରେ ଶୁଖାଇ ଏହାର ପେଷ୍ଟ କରି ନିଅନ୍ତୁ, ଏବଂ ସେହି ପେଷ୍ଟ କୁ ମିଜା ମଠାରେ ଲଗାନ୍ତୁ, ଏହା ଦ୍ଵାରା ମାଇଗ୍ରେନ ରୁ ତୁରନ୍ତ ଆରମ ମିଳିବ ।

ଅଦା-

ଏହି ସମସ୍ଯା ଦେଖା ଦେଉଥିଲେ ଆପଣ ଗୋଟେ ଚାମଚ ଅଦା ରସକୁ ମହୁ ସହ ମିଶାଇ ସେବନ କରନ୍ତୁ । ଏହା ଦ୍ଵାରା ସେହି ସମସ୍ଯା ଦୂର ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button