ସ୍ୱାସ୍ଥ୍ୟ

-ଶରୀରରେ ହେଉଥିବା କ୍ୟାଲସିୟମର ଅଭାବକୁ କେମିତି ଦୂର କରିବେ ?

ବନ୍ଧୁଗଣ ଶରୀରରେ କ୍ୟାଲସିୟମର ବହୁତ ଭୂମିକା ରହିଥାଏ । କାରଣ ଆମ ଶରୀରର ଦାନ୍ତ, ହାଡ ଗଠନ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କ୍ୟାଲସିୟମର ଦରକାର ପଡିଥାଏ । ତେବେ ଯଦି କୌଣସି କାରଣରୁ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଇଥାଏ । ତେବେ କ୍ୟାଲସିୟମର ଅଭାବରେ ଅନେକ କିଛି ସମସ୍ଯା ଶରୀରରେ ଦେଖିବାକୁ ମିଳିଥାଏ । ଯାହାକି ଶରୀରକୁ ହାନୀ ପହଞ୍ଚାଇଥାଏ । ତେବେ ଶରୀରରେ କ୍ୟାଲସିୟମର ମାତ୍ରା ଠିକ ରଖିବାକୁ ହେଲେ । କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଉଚିତ ।

 

ଏଥିସହ ଶରୀରରେ ଭିଟାମିନ-ଡି ରହିବା ମଧ୍ୟ ନିହାତି ଭାବେ ଆବଶ୍ୟକ । କାରଣ ଶରୀରରେ ଯଦି ଭିଟାମିନ-ଡି ର ଅଭାବ ରହିଥାଏ। ତେବେ ଆମେ କ୍ୟାଲସିୟମଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ତାହା ଶରୀରରେ ଠିକ ଭାବେ ଲାଗି ପାରିନଥାଏ । ତାପରେ ହାଡରୁ କ୍ୟାଲସିୟମ ଆସି ରକ୍ତରେ ମିଶି ତାହା ଶରୀରର କାର୍ଯ୍ୟ କରିଥାଏ । ଯାହାଫଳରେ ଧୀରେ ଧୀରେ ହାଡ ସବୁ ଦୁର୍ବଳ ହେବାକୁ ଲାଗିଥାଏ । ଏହି କ୍ଷେତ୍ରରେ ରିକେଟ୍ସ, ଅଷ୍ଟିଓପେନିଆ ଭଳି ପ୍ରୋବ୍ଲେମ ଦେଖାଯାଇଥାଏ।

ତେଣୁ କ୍ୟାଲସିୟମର ମାତ୍ରା ଠିକ ଭାବେ ରଖିବା ପାଇଁ ଭିଟାମିନ-ଡି ମଧ୍ୟ ଶରୀରକୁ ମିଳିବା ଦରକାର । ସକାଳର କଅଁଳ ସୂର୍ଯ୍ୟକିରଣରେ କିଛି ସମୟ ରହିବା ଦ୍ଵାରା ଓ ଅନ୍ୟାନ୍ୟ କିଛି ଭିଟାମିନ-ଡି ଥିବା ଖାଦ୍ୟ ଖାଇବା ଦ୍ଵାରା ଶରୀରକୁ ଭିଟାମିନ-ଡି ମିଳିପାରିଥାଏ । ପିଜୁଳୀ, ଆତ, ସେଓ, କଦଳୀରୁ ଶରୀରକୁ କ୍ୟାଲସିୟମ ମିଳିପାରିଥାଏ। କ୍ଷୀରର ସେବନ ମଧ୍ୟ ଶରୀରକୁ କ୍ୟାଲସିୟମ ଯୋଗାଇଥାଏ ।

 

ଶରୀରକୁ ସକାଳର କିଛି ସମୟ ପାଇଁ ସୂର୍ଯ୍ୟକିରଣରେ ରଖିବା ଉଚିତ । ସକାଳେ କିଛି ସମୟ କଅଁଳ ସୂର୍ଯ୍ୟକିରଣରେ ରନିଙ୍ଗ, ଜନିଙ୍ଗ ବା କିଛି ଶାରୀରିକ କାର୍ଯ୍ୟ କରିବା ଉଚିତ । ଯାହା ଆପଣଙ୍କ ଶରୀରକୁ ଫିଟ ରଖିବା ସହ ଶରୀରରେ ଭିଟାମିନ- ଡି ବଢିଥାଏ । ଯାହାଦ୍ୱାରା ଭିଟାମିନ-ଡି ଶରୀରକୁ ମିଳିଥାଏ । ଖାଦ୍ୟରେ ସେପରି ବିଶେଷ ଭାବେ ଶରୀରକୁ କ୍ୟାଲସିୟମ ମିଳିପାରିନଥାଏ । କାରଣ ଭିଟାମିନ-ଡି ଠିକ ଭାବେ ରହିଥିଲେ ।

ବଡିରେ କ୍ୟାଲସିୟମ ଠିକ ଭାବେ ଲାଗିପାରିଥାଏ । ଭିଟାମିନ-ଡି ଅଭାବରେ ଶରୀରରେ କୌଣସି କ୍ୟାଲସିୟମ ଔଷଧ କାମ କରିବ ନାହିଁ । ଆଶା କରୁଛୁ । ତେଣୁ ବଡିରେ କ୍ୟାଲସିୟମର ମାତ୍ରା ବଜାୟ ରଖିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏଥିସହ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି । ବଡିରେ କ୍ୟାଲସିୟମକୁ ଠିକ ଭାବେ ଲଗାଇବା ପାଇଁ ଭିଟାମିନ-ଡି ଯେପରି ଶରୀରରେ ଠିକ ଭାବେରହିଥିବ ତାହା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button