ମନୋରଞ୍ଜନ

ଜାକର୍ତ୍ତାରେ କୁଛ କୁଛ ହୋତା ହୈକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଖୁସିରେ ପୋଷ୍ଟ ସେୟାର କଲେ କରଣ ଜୋହର

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ କାର୍ଯ୍ୟକ୍ରମ ସମୟରେ ବଲିଉଡର ସୁପରହିଟ୍ ଫିଲ୍ମ ‘କୁଛ କୁଛ ହୋତା ହୈ’ର ପ୍ରଶଂସା କରିଥିଲେ । ଯାହା ପରେ କରଣ ଜୋହର ଖୁସି ପ୍ରକାଶ କରିଥିଲେ ଏବଂ ଏକ ପୋଷ୍ଟ ସେୟାର କରିଥିଲେ ।

ଜାକର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ସମୟରେ ଭାରତୀୟ ସିନେମାର ପପୁଲାରିଟି ବିଷୟରେ ମଧ୍ୟ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହି ଖାସ୍ ସମୟରେ ‘କୁଛ କୁଛ ହୋତା ହୈ’କୁ ବିଶେଷ ଭାବେ ଉଲ୍ଲେଖ କରିଥିଲେ । ଯାହାକୁ ଭାରତର ଗୀତ ବୋଲି କହିଥିଲେ ଏବଂ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟ ସମୟରେ କହିଥିଲେ ଯେ, ଭାରତୀୟ ଗୀତ କୁଛ କୁଛ ହୋତା ହୈ ଇଣ୍ଡୋନେସିଆରେ ଖୁବ୍ ଲୋକପ୍ରିୟ । ଯେତେବେଳେ ଭାରତ ଓ ଇଣ୍ଡୋନେସିଆ ଏକାଠି ହୋଇଯାଆନ୍ତି ସେତେବେଳେ ଅଳ୍ପ କିଛି ଘଟି ନଥାଏ ବରଂ ଅନେକ କିଛି ଘଟିଥାଏ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବକ୍ତବ୍ୟରେ ସେଠାରେ ଉପସ୍ଥିତ ଥିବା ଲୋକ କରତାଳି ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ “କୁଛ କୁଛ ହୋତା ହୈ” ବୋଲି କହିବା ପରେ କରଣ ଜୋହର ନିଜର ଖୁସି ପ୍ରକାଶ କରିଛନ୍ତି । ଏହି ଖୁସିରେ ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ଜାକାର୍ତ୍ତାରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଛ କୁଛ ହୋତେ ହୈ କହିବାର ଦେଖି ମୁଁ ଖୁସି ଏବଂ ସମ୍ମାନିତ ଅନୁଭବ କରୁଛୁ । ପ୍ରେମ ଏପରି ଏକ ଭାଷା ଯାହା ସମସ୍ତ ସୀମା ଅତିକ୍ରମ କରେ । ଏହି ଗୀତକୁ ଗ୍ରହଣ କରିବା ଏବଂ ମନେପକାଇବା ପାଇଁ ଆପଣଙ୍କୁ ଧନ୍ୟବାଦ ।

ଏହା ବ୍ୟତୀତ, କରଣ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଫିଲ୍ମର ଗୀତ ବିଷୟରେ କହିଛନ୍ତି  । ଯେଉଁ କ୍ୟାପସନରେ ଲେଖାଯାଇଛି ଯେ, ସିନେମା ଏବଂ ସଙ୍ଗୀତ ସୀମା ଅତିକ୍ରମ କରି ଲୋକଙ୍କୁ ଏକାଠି କରିବାର ଏକ ଭିନ୍ନ ଉପାୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକାର୍ତ୍ତାରେ କୁଛ କୁଛ ହୋତା ହୈ ପାଇଁ ବିଶ୍ବବ୍ୟାପୀ ପ୍ରଶଂସାର ଉଲ୍ଲେଖ କରିଥିଲେ ।

ଫିଲ୍ମ ମଧ୍ୟରୁ କୁଛ କୁଛ ହୋତା ହୈ ଖୁବ୍ ଲୋକପ୍ରିୟ । ଏହି ଫିଲ୍ମରୁ କରଣ ଜୋହର ତାଙ୍କର ନିର୍ଦ୍ଦେଶକ କ୍ୟାରିଅର ଆରମ୍ଭ କରିଥିଲେ । ଶାହରୁଖ ଖାନ୍, କାଜୋଲ, ରାନୀ ମୁଖାର୍ଜୀ, ସଲମାନ ଖାନ୍, ସନା ସଇଦ, ଫରିଦା ଜଲାଲ, ଅନୁପମ ଖେର, ଜାନି ଲିୱର ଏବଂ ରୀମା ଲାଗୁ ପ୍ରମୁଖ ଏହି ଫିଲ୍ମରେ ନଜର ଆସିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button