ମନୋରଞ୍ଜନ

ଯେମିତି ପୂରଣ ହେଲାନି ମନସ୍କାମନା ଦେଖନ୍ତୁ ବ୍ୟକ୍ତି ଜଣଙ୍କ ଶିବଲିଙ୍ଗ ସହ ହଠାତ୍ କରିଦେଲେ ଏମିତି କାମ

ନମସ୍କାର ପାଠକ ବନ୍ଧୁ। ବାହାଘରର ଆଶା ହେଲାନି ପୂରଣ। ମନ୍ଦିରରୁ ଶିବ ଲିଙ୍ଗ ଚୋରି କଲା ଯୁବକ। ରାଗରେ ଘଟାଇଲା ଏଭଳି ଅଘଟଣ। ବନ୍ଧୁଗଣ ଉତ୍ତର ପ୍ରଦେଶର କୌଶାମ୍ବି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।
Special report
ଏଠାରେ ଜଣେ ଯୁବକ ମନସ୍କାମନା ପୂରଣ ନ ହେବାରୁ ମନ୍ଦିରରୁ ଶିବଲିଙ୍ଗ ଚୋରାଇ ନେଇଥିଲେ। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ଶିବଲିଙ୍ଗକୁ ଜବତ କରିଛି। ପଚରାଉଚରା ବେଳେ ଯୁବକ ଚୋରି ପଛର କାହାଣୀ ବର୍ଣ୍ଣନା କରିଛନ୍ତି।
ସୂଚନା ଅନୁଯାୟୀ, ଯୁବକ ଜଣକ ନିଜର ବାହାଘର ପାଇଁ ଏଥର ଶ୍ରାବଣ ସୋମବାର ଭଗବାନ ଶିବଙ୍କ ପୂଜା କରୁଥିଲେ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ସେ ପୂରା ରୀତିନୀତି ସହିତ ଶିବଲିଙ୍ଗଙ୍କୁ ପୂଜା ଜାରି ରଖିଥିଲା। ହେଲେ ତାଙ୍କୁ କେହି କନ୍ୟା ମିଳି ନ ଥିଲେ।
Special report
ଫଳରେ ଏଥିରେ କ୍ରୋଧାନ୍ଵିତ ହୋଇ ଯୁବକ ଏଭଳି କାମ କରିଥିଲେ। ଯୁବକ ଜଣକ ନିଜ ଅପରାଧକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଶ୍ରାବଣ ମାସ ସାରା ସେ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜିଥିଲେ। ସେ ବିବାହ କରିବାକୁ ଚାହୁଁଥିଲେ।
ଏଥିପାଇଁ ଆଠଟି ସୋମବାର ସେ ଉପବାସ ବ୍ରତ ପାଳନ କରିଥିଲେ। ଦିନକୁ ଦୁଇଥର ମନ୍ଦିର ଯାଇ ପୂଜା କରୁଥିଲେ। ଏହାସତ୍ତ୍ୱେ ଭଗବାନ ତାଙ୍କ ଇଚ୍ଛା ପୂରଣ କଲେ ନାହିଁ, ଯେଉଁ କାରଣରୁ ସେ ଶିବଲିଙ୍ଗ ଚୋରି କରି ନେଇଥିଲେ।
Special report
ପ୍ରୟାଗରାଜରୁ ୭୫ କିମି ଦୂର କୌଶାମ୍ବି ଜିଲ୍ଲାର କୁହ୍ମିୟାନ୍‌ଓ୍ଵା ଅଞ୍ଚଳରେ ରହିଛି ପ୍ରସିଦ୍ଧ ଭୈରୋ ବାବାଙ୍କ ମନ୍ଦିର। ଗତ ଶୁକ୍ରବାର ସକାଳେ କିଛି ଲୋକ ଯେତେବେଳେ ପୂଜାର୍ଚ୍ଚନା ପାଇଁ ମନ୍ଦିର ଯାଇଥିଲେ, ସେଠାରେ ଶିବଲିଙ୍ଗ ନ ଥିବା ଦେଖି ରାଗି ଯାଇଥିଲେ।
ବହୁ ଖୋଜା ଖୋଜି ପରେ ଯେତେବେଳେ ଶିବଲିଙ୍ଗ ମିଳି ନ ଥିଲା, ସେତେବେଳେ ସେମାନେ ପୋଲିସକୁ ଖବର ଦେଇଥିଲେ। ଏନେଇ କୁହ୍ମିୟାନ୍‌ଓ୍ଵା ଥାନାରେ ଆଇପିସି ଧାରା ୩୭୯ ଅନୁଯାୟୀ ଚୋରି ମାମଲା ରୁଜୁ କରାଯାଇଥିଲା।
ଏହି ମାମଲାରେ ରବିବାର ପୋଲିସ ଛୋଟୁ ନାମକ ଯୁବକଙ୍କୁ ଗିରଫ କରିଥିଲା। ପରେ ତାଙ୍କ କହିବା ଅନୁସାରେ, ନିକଟସ୍ଥ ଏକ କ୍ଷେତରୁ ଶିବଲିଙ୍ଗକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଛୋଟୁଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ତେବେ ବନ୍ଧୁଗଣ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button