ଦେଶ- ବିଦେଶ

ଅମୃତସର ରେଳ ଦୁର୍ଘଟଣା – ହ୍ଵାଟସଆପ ରେ ଦେଖିଲେ ପୁଅର କଟା ମୁଣ୍ଡର ଫୋଟୋ, କିନ୍ତୁ ମିଳିଲାନି ଲାଶ୍ – ଦେଖନ୍ତୁ କଣ ହେଇଥିଲା ପୁରା ଘଟଣା

ହ୍ଵାଟସଆପ ରେ ଦେଖିଲେ ପୁଅର କଟା ମୁଣ୍ଡର ଫୋଟୋ, କିନ୍ତୁ ମିଳିଲାନି ଲାଶ୍

ପଞ୍ଜାବର ଅମୃତସର ଟ୍ରେନ ଦୁର୍ଘଟଣାର ପ୍ରାଣ ହରେଈଥିବା ଲୋକମାନଙ୍କର ପରିଜନମାନଙ୍କୁ ଏବେବି ବିଶ୍ବାସ ହେଉନି କି ତାଙ୍କ ନିଜର ଲୋକ ଆଉ ଏଇ ଦୁନିଆରେ ନାହାନ୍ତି । ସେଠାର ନିବାସୀ ବିଜୟ କୁମାର ଏବେବି ଥଋ ଉଠୁଛନ୍ତି ଯେତେବେଳେ ତାଙ୍କର 18 ବର୍ଷ ପୁଅର କଟା ମୁଣ୍ଡ ସେ ଭୋର 3ଟାରେ ନିଜ ହ୍ଵାଟସଆପରେ ଦେଖିଲେ । ବିଜୟଙ୍କ ଦୁଇ ପୁଅ ଭିତରୁ ଆଶିଷ ବି ଘଟଣା ସ୍ଥଳରେ ଥିଲେ । ତାଙ୍କ ଜୀବନ ବଞ୍ଚିଗଲା କିନ୍ତୁ ଦ୍ଵିତୀୟ ପୁଅ ମନୀଷ ସେତେ ଭାଗ୍ୟଶାଳୀ ନଥିଲା ।

ଯେତେବେଳେ ବିଜୟଙ୍କୁ ଦୁର୍ଘଟଣା ବିଷୟରେ ସୂଚନା ମିଳିଲା ସେ ସେ ନିଜ ପୁଅ କୁ ଗୋଟେ ହସ୍ପିଟଲ ରୁ ଆଉ ଗୋଟେ ହସ୍ପିଟଲ ଖୋଜିବାକୁ ଲାଗିଲେ କିନ୍ତୁ କିଛି ଖବର ମିଳି ନଥିଲା । କିଛି ସମୟ ପରେ ତାଙ୍କ ଫୋନ ହ୍ଵାଟସଆପକୁ ଗୋଟେ ମେସେଜ ଆସିଥିଲା, ଯେଉଁଥିରେ କି ତାଙ୍କ ପୁଅର କଟା ମୁଣ୍ଡର ଫୋଟୋ ଥିଲା ।

ଖୋଜିବା ସମୟରେ ତାଙ୍କୁ କଟା ଗୋଡ ଓ ହାତ ମିଳିଥିଲା । ରୁଦ୍ଧ ଗଳାରେ ବିଜୟ କାନ୍ଦି କାନ୍ଦି କହୁଥିଲେ “ ମନୀଷ ନୀଳ ଜୀନ୍ସ ପିନ୍ଧିଥିଲା, ଏ ଗୋଦା ତାର ହେଇପାରିବନି, ମୋର ତ ପୁରା ଦୁନିଆ ଉଜୁଡି ଗଲା । ”

କଣ ହେଇଥିଲା ପୁରା ଘଟଣା

 

ଏହି ହୃଦୟ ବିଦାରକ ଘଟଣା ସମୟରେ ସେଠି ଉପସ୍ଥିତ ଥିବା ସପନାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେ କହିଥିଲେ କି ସେ ରବଣପୋଡିର ଦୃଶ୍ୟ ନିଜ ସ୍ବାମୀଙ୍କୁ ଭିଡିଓ କଲ ମାଧ୍ୟମରେ ଦେଖାଉଥିଲେ । ଯେତେ ବେଳେ ନିଆଁ ଲାଗିଲା ଲୋକମାନେ ପଛକୁ ଦୌଡିବାକୁ ଲାଗି ଥିଲେ । ଓ ଟ୍ରେନ ଲାଇନ ପାଖକୁ ଆସି ଯାଇଥିଲେ । ଯେତେବେଳେ ଟ୍ରେନ ପାଖକୁ ଆସିଥିଲା ଲୋକ ମାନେ ଗୋଟେ ଲାଇନ ରୁ ଆଉ ଗୋଟେ ଲାଇନ କୁ ଯାଇ ଥିଲେ, ହେଲେ ଏହି ସମୟରେ ଆଉ ଗୋଟେ ଟ୍ରେନ ଦ୍ରୁତ ଗତିରେ ଆସି ଥିଲା ।

 

ଯାହାକୁ ଦେଖି ଲୋକମାନେ ଏପଟେ ସେପଟେ ଦୌଡିବାକୁ ଲାଗି ଥିଲେ ।

କିଛି ଲୋକ ଯଉମାନେ ଅଳ୍ପକେ ବର୍ତ୍ତୀ ଯାଇ ଛନ୍ତି ସେ ସମୟକୁ ମନେ ପକେଇ କହିଲେ କି ସେମାନଙ୍କୁ ଟ୍ରେନର ହର୍ନ ଶୁଭି ନଥିଲା । ଆଉ ଗୋଟେ ଟ୍ରେନ କିଛି ସମୟ ପୂର୍ବରୁ ଯାଇ ସାରି ଥିଲା । ବାଣ ଶବ୍ଦରେ ଟ୍ରେନର ଆବାଜ ଶୁଭି ନଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button