ଦେଶ- ବିଦେଶ

ଦେଖନ୍ତୁ – ଏବେ ଯାଇ ମିଳିଲା ସମୁଦ୍ରରେ ବୁଡିଯାଇଥିବା ଶ୍ରୀକୃଷ୍ଣଙ୍କର “ଦ୍ଵାରିକା” ନଗରୀ (ଭିଡିଓ)

ସମୁଦ୍ର ମଧ୍ୟରେ ଲୁପ୍ତ ହୋଇଯାଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରିକା ନଗରୀ, ଏବେ ତାହାର ତଥ୍ୟ ଦେଖିବାକୁ ମିଳିଛି।

ଦ୍ଵାପର ଯୁଗରେ ମହାଭାରତ ଯୁଦ୍ଧର ୩୬ ବର୍ଷ ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରିକା ନଗରୀ ସମୁଦ୍ର ମଧ୍ୟରେ ଲୁପ୍ତ ହୋଇଯାଇଥିଲା। କିନ୍ତୁ ଦ୍ଵାରିକା ନଗରୀ ସମୁଦ୍ର ମଧ୍ୟରେ ଲୁପ୍ତ ହେବା ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଦେହ ତ୍ୟାଗ କରି ଥିଲେ। ଦ୍ଵାରିକା ନଗରୀ ସମୁଦ୍ର ମଧ୍ୟରେ ଲୁପ୍ତ ହେବାର ୨ ଟି ପ୍ରମୁଖ କାରଣ ଅଛି ବୋଲି ଜଣାଯାଏ। ପ୍ରଥମ କାରଣ- ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଗାନ୍ଧାରୀ ଅଭିଶାପ ଦେଇଥିଲେ। ଦ୍ଵିତୀୟ କାରଣ- ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବକୁ ମୁନିଋଷୀ ମାନେ ଅଭିଶାପ ଦେଇଥିଲେ। ଭଗବାନ ଶ୍ରୀକୃଷ୍ଣ ଦେହତ୍ୟାଗ ପରେ ଅର୍ଜୁନ ଦ୍ଵାରିକା ଆସି ଯଦୁବଂଶର ସମସ୍ତ ସ୍ତ୍ରୀ ଓ ଦ୍ଵାରିକାବାସୀଙ୍କୁ ହସ୍ତିନାପୁରକୁ ନେବା ସମୟରେ ହିଁ  ଦ୍ଵାରିକା ନଗରୀ ସମୁଦ୍ର ମଧ୍ୟରେ ଲୁପ୍ତ ହୋଇଯାଇଥିଲା।

ଦ୍ଵାରିକା ନଗରୀ

 

ଦ୍ଵାରିକା ନଗରୀ ସମୁଦ୍ର ମଧ୍ୟରେ ବିଲୀନ ହେବା ଓ ଭଗବାନ ଶ୍ରୀକୃଷ୍ଣଙ୍କ କାର୍ଯ୍ୟଳାପର ତଥ୍ୟ ଖୋଜି ବାହାର କରିବା ପାଇଁ ବୈଜ୍ଞାନିକମାନେ ଯେଉଁ ଚେଷ୍ଟା ଚଳାଇଥିଲେ ଓ ତାହାର ତଥ୍ୟ ମଧ୍ୟ ବୈଜ୍ଞାନିକ ଗଣଙ୍କୁ ମିଳିଯାଇଥିଲା। ବୈଜ୍ଞାନିକ ଗଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ଅବଶେଷ ମିଳିଥିଲା ଯାହା ଦ୍ଵାରିକାର ଅସ୍ତିତ୍ଵ ଓ କାହିଁକି ସମୁଦ୍ର ମଧ୍ୟରେ ବିଲୀନ ହୋଇଥିଲା ତାହାର କାରଣ ମଧ୍ୟ ଜାଣିପାରିଥିଲେ।

 

ଭିଡିଓ ରେକଡିଂ ଦ୍ଵାରା ଦ୍ଵାରିକାର ପ୍ରାଚୀନ ପୃଷ୍ଠଭୂମୀର ଅସ୍ତିତ୍ଵ ଏବଂ ଏକ ଅବଶେଷର ଫଟୋ ଦେଖାଇଥିଲେ। ବୈଜ୍ଞାନିକମାନଙ୍କୁ ଗଭୀର ସମୁଦ୍ରର ଏକଶହ ଫୁଟ୍ ତଳେ ଏହି ତଥ୍ୟ ମିଳିଥିଲା। ଦ୍ଵାରିକା ନଗରୀର ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନେ ଏବେ ମଧ୍ୟ ଚେଷ୍ଟା ଚଳାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button