ମନୋରଞ୍ଜନ

କୋଟିପତି ହୋଇ ମଧ୍ୟ ସାଧାରଣ ଲୋକଭଳି ରହିବାକୁ ପସନ୍ଦ କରନ୍ତି ଏହି ୫ଟି ତାରକା ମାନେ, ନମ୍ବର ୩ ଥିଲେ ବହୁତ ଗରିବ

ଦୁନିଆରେ ଲକ୍ଷ ଲକ୍ଷ ଲୋକ ବଲିଉଡରେ ନିଜର କ୍ୟାରିୟର ଗଢିବାକୁ ଚାହାଁନ୍ତି । ପ୍ରତିଦିନ ହଜାର ହଜାର ଲୋକ ନିଜ କ୍ୟାରିୟର ଗଢିବା ପାଇଁ ମୟାନଗରୀ ମୁମ୍ବାଇକୁ ଆସିଥାନ୍ତି । କିନ୍ତୁ ବଲିଉଡରେ ଏହି ଚକଚକିଆ ଦୁନିଆ ବାହାରରୁ ଦେଖିବା ପାଇଁ ଯେତେ ସୁନ୍ଦର ଲାଗିଥାଏ ପ୍ରକୃତରେ ସେମିତି ହୋଇନଥାଏ । ଅଧିକାଂଶ ଲୋକ ଏହା ଭାବିଥାନ୍ତି କି ଏହି ଇଣ୍ଡଷ୍ଟ୍ରିରେ ସେହି ଲୋକଙ୍କୁ ଶୀଘ୍ର କାମ ମିଳିଯାଇଥାଏ ଯେଉଁମାନେ ଏହି ଇଣ୍ଡଷ୍ଟ୍ରିର ତାରକା ମାନଙ୍କର ପିଲା ହୋଇଥାନ୍ତି । କିନ୍ତୁ ଏହା ପୂରା ସତ୍ୟ ନୁହେଁ ।

ଏହି କଥା ସତ ଯେ ଷ୍ଟାର କିଡ୍ସ ଙ୍କୁ ଅନ୍ୟ ଲୋକଙ୍କ ତୁଳନାରେ କାମ ପାଇବାରେ ସହଜ ହୋଇଥାଏ କିନ୍ତୁ ସେମାଙ୍କର ଏହି ଇଣ୍ଡଷ୍ଟ୍ରିରେ ରହିବା ନ ରହିବା ପୂରା ସେମାଙ୍କ କାମ ଓ ଭାଗ୍ୟ ଉପରେ ନିର୍ଭର କରିଥାଏ । ବଲିଉଡରେ କାମ କରୁଥିବା ସବୁ ଲୋକ ଷ୍ଟାର କିଡ ନୁହଁନ୍ତି ଓ ଏଠାରେ କାମ କରୁଥିବା ସବୁ ତାରକା ମାନଙ୍କର କେହି ଗଡଫାଦର ନାହାଁନ୍ତି ।

ଏଠାରେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ ସଫଳ ହୋଇଛନ୍ତି । ଏଠାରେ କିଛି ଲୋକ ଏମିତି ଅଛନ୍ତି ଯିଏ ଗରିବ ପରିବାରରୁ ଆସିବା ପରେ ମଧ୍ୟ ନିଜର ଭାଗ୍ୟ ଖୋଲିଛନ୍ତି ଓ ଆଜି ଷ୍ଟାର ହୋଇଯିବା ପରେ ମଧ୍ୟ ଏମାନଙ୍କ ଭିତରେ କୌଣସି ପ୍ରକାରର ଅହଂଭାବ ନାହିଁ ।

ମିଥୁନ ଚକ୍ରବର୍ତ୍ତୀ

 

ମିଥୁନ ଚକ୍ରବର୍ତ୍ତୀ ନିଜ ସମୟରେ ଲୋକପ୍ରିୟ ଅଭନେତା ଥିଲେ । ମିଥୁନ ନିଜ ଫିଲ୍ମୀ କ୍ୟାରିୟରରେ ବହୁତ ସୁପର ହିଟ ଫିଲ୍ମୀ ଦେଇଛନ୍ତି । ମିଥୁନ ଗୋଟିଏ ଭଲ କଳାକାର ହେବା ସହିତ ଜଣେ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ଆଜି ତାଙ୍କ ପାଖରେ ନାମ ଓ ସମ୍ପତ୍ତି ସବୁକିଛି ଥିବା ପରେ ମଧ୍ୟ ସେ ସାଧାରଣ ଲୋକର ଜୀବନ କାଟିବାକୁ ପସନ୍ଦ କରନ୍ତି ।

ରଜନୀକାନ୍ତ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆର ସବୁଠୁ ବଡ ଷ୍ଟାର ରଜନୀକାନ୍ତ ଫିଲ୍ମ ରେ ଆସିବା ଆଗରୁ ବସ୍ ରେ କଣ୍ଡକ୍ଟର ଥିଲେ, କିନ୍ତୁ ଆଜି ସେ ଭାରତର ସବୁଠୁ ବଡ ଷ୍ଟାର କିନ୍ତୁ ତଥାପି ତାଙ୍କ ମନରେ ଗର୍ବ କି ଅହଂକାର ନାହିଁ। ସେ ସାଧାରଣ ଲୋକଙ୍କ ଭଳି ବଞ୍ଚିବାକୁ ପସନ୍ଦ କରନ୍ତି।

ନବାଜୁଦ୍ଦୀନ ସିଦ୍ଦୀକୀ

ନବାଜୁଦ୍ଦୀନ ଫିଲ୍ମ ରେ ଆସିବା ଆଗରୁ ବହୁତ ଗରିବ ଥିଲେ, ସେ ନିଜର ପେଟ ପୋଷିବା ପାଇଁ ଚୌକିଦାର ର ଚାକିରି କରିଥିଲେ, କିନ୍ତୁ ଫିଲ୍ମ କୁ ଆସିବା ପରେ ସେ ବହୁତ ହିଟ ଫିଲ୍ମ ଦେଇ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। କିନ୍ତୁ ଏବେବି ସେ ନିଜ ଗାଁ କୁ ଯାଇ ଏକ ସାଧା ସିଧା ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି, ତାଙ୍କ ମନରେ କୌଣସି କଥାକୁ ନେଇ କିଛି ଗର୍ବ କି ଅହଂକାର ନାହିଁ ।

ନାନା ପାଟେକର

 

ନାନା ପାଟେକରଙ୍କର ନାମ ମଧ୍ୟ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ସାମିଲ ଅଛି । ସେ ତାଙ୍କ ମାଙ୍କୁ ବହୁତ ସମ୍ମାନ ଦିଅନ୍ତି ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ପରେ ମଧ୍ୟ ସେ ତାଙ୍କ ସହିତ ଗୋଟିଏ ଛୋଟ ଘରେ ରୁହନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ତାଙ୍କର ସବୁ ସମ୍ପତ୍ତି ମହାରାଷ୍ଟ୍ରର କୃଷକମାନଙ୍କୁ ଦାନରେ ଦେଇ ଦେଇଛନ୍ତି ଯାହା ପରେ ସେ ନିଜ ମା ସହିତ ଗୋଟିଏ ଛୋଟ ଘରେ ରୁହନ୍ତି ଓ ଅନ୍ୟକୁ ସାହାର୍ଯ୍ୟ ମଧ୍ୟ କରନ୍ତି ।

ସନ୍ନି ଦେଓଲ

 

ସନ୍ନି ଦେଓଲ ତାଙ୍କ ସମୟରେ ଫିଲ୍ମୀ ଇଣ୍ଡଷ୍ଟ୍ରିରେ ସୁପର ଷ୍ଟାର ଥିଲେ । ସେ ତାଙ୍କ ସମୟରେ ଜିଦ୍ଦି, ଘାତକ, ବର୍ଡର ଓ ଗଦର ଭଳି ବହୁତ ହିଟ ଫିଲ୍ମୀ ଦେଇଛନ୍ତି । ସନ୍ନି ଦେଓଲ ବି ୨୦୧୧ ରେ ନିଜର ଶେଷ ହିଟ ଫିଲ୍ମୀ ‘ୟମଲା ପଗଲା ଦିବାନା’ ଦେଇଥିଲେ । ଏହା ପରେ ମଧ୍ୟ ସେ ବହୁତ ଆକ୍ସନ ଫିଲ୍ମୀ କରିଛନ୍ତି ଯେଉଁଥିରେ ତାଙ୍କୁ ସଫଳତା ମିଳି ନାହିଁ । ମାନୁଛୁ କି ସନ୍ନିଙ୍କ ପାଖରେ ଆଜି ବି ପଇସାର ଅଭାବ ନାହିଁ କିନ୍ତୁ ସେ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button