ମୁଁ ଭାବୁଛି ରାଖି ଆତ୍ମସମର୍ପଣ କରିଦେବା ଉଚିତ୍: ଆଦିଲ ଦୁରାନୀ – Kalinga News
[ad_1]
ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ରାଖି ସାୱନ୍ତଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟ ରାଖିଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ସହ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ରାଖି କେଉଁ ପଦକ୍ଷେପ ନେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏମଧ୍ୟରେ ରାଖିଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ୍ ଦୁରାନୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮ ଅନୁଯାୟୀ, ଆଦିଲ କହିଛନ୍ତି ଯେ, ମୁଁ ଦୋଷୀ ନୁହେଁ ବୋଲି କୋର୍ଟ କହିନାହାନ୍ତି। କିନ୍ତୁ ମୋ ସହ ରାଖି ମଧ୍ୟ ସମାନ ଭାବେ ଦୋଷୀ। ତେଣୁ ମୁଁ ଭାବୁଛି ସେ ଆତ୍ମସମର୍ପଣ କରିବା ଉଚିତ୍। ଗିରଫ ହେବା ଆଶଙ୍କା କରି ରାଖି ଦୁବାଇ ପଳାଇଛନ୍ତି । ତାଙ୍କ ବିରୋଧରେ ଅନେକ ମାମଲା ରହିଛି ଏବଂ ୱାରେଣ୍ଟ ମଧ୍ୟ ଅଛି। ସେ ଭାରତରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରାଯିବ।
ଉଲ୍ଲେଖଯୋଗ୍ୟ, ରାଖିଙ୍କ ଉପରେ ଆଦିଲଙ୍କ ଅଶ୍ଳୀଳ ଭିଡିଓ ଲିକ୍ କରିଥିବାର ଅଭିଯୋଗ ଲାଗିଛି। ବର୍ତ୍ତମାନ ରାଖି ଦୁବାଇରେ ଲୁଚି ବସିଛନ୍ତି। ଗିରଫ ହେବା ଡର ଥିବାରୁ ସେ ବିଦେଶରେ ଥିବା ଆଦିଲ ଦାବି କରିଛନ୍ତି।
[ad_2]