ଦେଶ- ବିଦେଶ

ବାଥରୁମରେ ଜମା ହୋଇଥିବା ପାଣି କବାଟକୁ ଖରାପ କରୁଛି କି? ତେବେ ଆପଣାନ୍ତୁ ଏହି ଟ୍ରିକ୍ସ

ବାଥରୁମ୍ ଘରର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଯେଉଁଠାରେ ସବୁଠାରୁ ଅଧିକ ପାଣି ରହିଥାଏ ଏବଂ ଅଧିକ କ୍ଷତି ଏହାର କବାଟ ହୋଇଥାଏ । ଯଦି କବାଟଟି କାଠ କିମ୍ବା ପ୍ଲାଏଉଡରେ ତିଆରି ହୋଇଥାଏ ତେବେ ବୁଝିଯାଆନ୍ତୁ ଏହା ବେଶୀ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିବ ନାହିଁ । ସମୟ ସହିତ କବାଟର ତଳ ପଟୁ ଟୋଲକେଇଥାଏ ଅର୍ଥାତ୍ ଫୁଲିଯାଇଥାଏ । ଏବେ ଏହି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ୩ଟି ଉପାୟ ସମ୍ପର୍କରେ କହିବାକୁ ଯାଉଛୁ ଯାହା ଏହି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିବ ।

ପାଣିକୁ ତୁରନ୍ତ ସଫା କରନ୍ତୁ : ଗାଧୋଇବା ପରେ ଆମେ ବାଥରୁମକୁ ସଫା କରି ନଥାଉ । କିନ୍ତୁ ଆପଣ କଣ ଜାଣନ୍ତି କି ପାଣି ଧୀରେ ଧୀରେ କବାଟକୁ ଯାଇ ଏହାକୁ ଦୁର୍ବଳ କରି ଦେଇଥାଏ । ତେଣୁ ଗାଧୋଇବା ପରେ ସବୁବେଳେ ଜମା ହୋଇଥିବା ପାଣିକୁ ସଫା କରନ୍ତୁ । ଏହା କରିବା ଦ୍ବାରା କବାଟ ଖରାପ ହୋଇନଥାଏ ଏବଂ ବହୁତ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ ।

ୱାଟରପ୍ରୁଫ୍ ପେଣ୍ଟ କରନ୍ତୁ : ଆପଣଙ୍କ ବାଥରୁମର କବାଟ କଣ କାଠରେ ତିଆରି କି? ଯଦି ହଁ ତେବେ ବେଳେବେଳେ ବାଥରୁମ ପେଣ୍ଟ, ବାର୍ନିଶ କିମ୍ବା ସ୍ଲେଟିଂ କରାନ୍ତୁ । ଏହି ଉପାୟ କରିବା ଦ୍ବାରା କେବଳ କବାଟକୁ ଠିକ୍ କରି ରଖିବନାହିଁ ବରଂ କାଠକୁ ପାଣି ଶୋଷିବାରୁ ରକ୍ଷା କରିବ । ପ୍ରତି ବର୍ଷ ଏହାକୁ ନୂଆ କୋଟିଂ କରିବା ଲାଭଦାୟକ ବୋଲି ପ୍ରମାଣିତ ହେବ ।

ରବର ସିଲ୍ ଲଗାନ୍ତୁ : ଆପଣଙ୍କୁ ସହଜରେ ମାର୍କେଟରେ ରବର ସିଲ୍ ମିଳିଯିବ । ସେଗୁଡିକୁ କିଣି ଆଣି କବାଟର ତଳ ଭାଗରେ ଲଗାଇନିଅନ୍ତୁ । ଯାହା ଦ୍ବାରା କବାଟ ଖରାପ ହେବାର ସମ୍ଭାବନା କମ୍ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button