ମନୋରଞ୍ଜନ

ଭାରତର ଏହି ବାହାଦୁର ଝିଅ ଉପରେ ପାକିସ୍ତାନ ହିଁ ନୁହେଁ US କୁ ବି ହୁଏ ଗର୍ବ, ଜାଣନ୍ତୁ ତାଙ୍କର ରିଅଲ ଲାଇଫ ଷ୍ଟୋରି

ନୀରଜା ଭନୋଟ ୨୨ ବର୍ଷର ଏହି ଝିଅ ଯିଏ କି ପୁରା ଦୁନିଆରେ ମଣିଷତ୍ଵର ଏକ ମିଶାଲ କାୟମ କରିଛନ୍ତି । ଏହି ଛୋଟ ଝିଅଟି ଅଳ୍ପ ବୟସରେ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜର ଜୀବନ ଦେଇ ଦେଇଥିଲେ । ନୀରଜା ଯେତେବେଳେ ନିଜର ଜୀବନ ଦେଲେ ସେ ସେତେବେଳେ ପିଲାବେଳ ଏବଂ ଯୁବତୀ ସମୟର ମଝିରେ ଥିଲେ । ଏହି ସମୟରେ ଅନ୍ୟଲୋକମାନଙ୍କ ପାଇଁ ଜୀବନ ଦେଇଦେବା ନୀରଜା ପରି କୌଣସି ସାହାସୀ ଏବଂ ବାହାଦୁର ହିଁ କରି ପାରିବେ ।

ନୀରଜା ଭନୋଟଙ୍କର ଆରମ୍ଭ ଜୀବନ –

ହରିଶ ଭନୋଟଙ୍କ ଘରେ ୭ ଡିସେମ୍ବର ୧୯୬୩ ରେ ଚଣ୍ଡିଗଢରେ ଜନ୍ମ ଗ୍ରହଣ କରିଥିଲେ ନୀରଜା ଭନୋଟ । ମାତ୍ର ୨୧ ବର୍ଷ ବୟସରେ ତାଙ୍କର ବାହାଘର ହୋଇଯାଇଥିଲା । ବୈବାହିକ ଜୀବନରେ ସମସ୍ୟା ଉପୁଜିବାରୁ ନୀରଜା ମାତ୍ର ଦୁଇ ମାସ ପରେ ନିଜର ବାପା ମାଙ୍କ ପାଖକୁ ଚାଲି ଆସିଥିଲେ । ଏହା ପରେ ସେ ପୈନ ଏମ ଏୟରଲାଇଂସ ମେଂ ଫ୍ଲାଇଟ ଅଟେଂଡେଂଟ ପାଇଁ ଆବେଦନ କରିଥିଲେ ଏବଂ ସେଥିରେ ତାଙ୍କର ସିଲେକ୍ଶନ ମଧ୍ୟ ହୋଇ ଯାଇଥିଲା ।

ଫ୍ଲାଇଟ ଅଟେଂଡେଂଟ ହେବା ପରେ ସେ ମାୟାମୀ ଚାଲି ଯାଇଥିଲେ । ସେ ସେଠି ପ୍ରଶିକ୍ଷଣ କରୁଥିଲେ ଏବଂ ସେହି ସମୟରେ ନୀରଜା ପ୍ଲେନ ଭିତରେ ଏଂଟୀ ହାଇଜୈକିଂଗ ନାମକ କୋର୍ସ ରେ ଦାଖିଲ ନେଇଥିଲେ । ଘରଲୋକମାନେ ଏହାର ବିରୋଧ କଲେ । କିନ୍ତୁ ନୀରଜା ନିଜ କାମକୁ ଛାଡିଲେ ନାହିଁ । ସେ ବିକୋ ଏବଂ ଗୋଦରେଜ ଡିଟର୍ଜେଂଟ ପାଉଡର ଭଳି ଜିନିଷ ପାଇଁ ମଧ୍ୟ ବିଜ୍ଞାପନ କରିଛନ୍ତି ।

ପୈନ ଏମ ପ୍ଲେନ ହାଇଜୈକ-

ପାକିସ୍ତାନ ର କରାଚିର ଏୟାରପୋଟେର ଅବୁ ନିଦାଲ ଗ୍ରୁପ ର ଚାରି ଜଣ ଆତଙ୍କବାଦିମାନେ ୫ ସେପ୍ଟେମବର ୧୯୮୬ ମସିହାରେ ପୈନ ଏମ ଫ୍ଲାଇଟ ୭୩ ମୁମ୍ବାଇ ରେ ନିଉୟୋର୍କ ଯାଉ ଥିଲା, ଯେଉଁ ଫ୍ଲାଇଟରେ ୩୬୧ ଜଣ ଯାତ୍ରୀ ଏବଂ ୧୯ ଫ୍ଲାଇଟ କ୍ରୁ ମେମ୍ବର ଫ୍ଲାଇଟରେ ଥିଲେ, ଏହାକୁ ଆତଙ୍କବାଦିମାନେ ହାଇଜୈକ କରିନେଲ ।

ନୀରଜା ଯେତେବେଲେ ଏହି କଥାକୁ ଫ୍ଲାଇଟର ପାଇଲଟଙ୍କୁ କହିଲେ ତେବେ ଫ୍ଲାଇଟରେ ଥିବା ତିନି ଜଣ ପାଇଲଟ ସୁରକ୍ଷିତ ପଲୟାନ କଲେ । ବର୍ତ୍ତମାନ ଫ୍ଲାଇଟରେ ଥିବା ସବୁ ଯାତ୍ରୀମାନଙ୍କର ଦାୟିତ୍ଵ ନୀରଜାଙ୍କ ଉପରେ ଆସିଗଲା । କାରଣ ନୀରଜା ଫ୍ଲାଇଟର ସୀନିୟର ଅଟେଂଡେଂଟ ଥିଲେ ।

ଆତଙ୍କବାଦିମାନେ ନିରଜାଙ୍କୁ ସମସ୍ତଙ୍କର ପାସପୋର୍ଟକୁ ଏକାଠି କରିବା ପାଇଁ କହିଲେ, ଯାହା ଦ୍ଵାରା ସେମାନେ ଜାଣିପାରିବେ କି କେଉଁ ମାନେ ଆମେରିକାର ଲୋକ ଅଟନ୍ତି । ୧୫- ୧୭ ଘଣ୍ଟା ପରେ ଆତଙ୍କବାଦୀମାନେ ପ୍ଲେନରେ ବମ ଫିଟ କରିଦେଲେ । ନୀରଜା ନିଜର ବୁଦ୍ଧି ଦ୍ଵାରା ପ୍ଲେନ ର ଆପାତକାଲୀନ ଦ୍ଵାରକୁ ଖୋଲି ଦେଲେ । ଯାହାଦ୍ୱାରା ଯାତ୍ରୀମାନେ ସୁରକ୍ଷିତ ବାହାରି ଗଲେ । ଠିକ ସେହି ସମୟରେ ସମସ୍ତଙ୍କୁ ବାହାର କରିବା ସମୟରେ ଆତଙ୍କବାଦୀମାନେ ନିରଜାଙ୍କୁ ଗୁଳି କରି ମାରିଦେଲ ।

ନିରଜାଙ୍କୁ ମିଳିଲା କେତେକ ଦେଶରୁ ପ୍ରାଇଜ –

ଭାରତ ସରକାର ଏହି ବାହାଦୁରି ପାଇଁ ନିରଜାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରିଥିଲେ । ସେଠି ପାକିସ୍ତାନ ସରକାର ‘ତମଗା ଏ ଇଂସାନିୟତର’ ଉପାଧି ଦେଲେ । ୨୦୦୫ ରେ ଆମେରିକା ନିରଜାଙ୍କୁ ଜସ୍ଟିସ ଫର କ୍ରାଇମ ଅୱାର୍ଡ ସେ ସମ୍ମାନିତ କରିଲେ । ଭାରତ ସରକାର ନିରଜାଙ୍କୁ ସମ୍ମାନ କରି ୨୦୦୪ରେ ଡାକ ଟିକେଟ ବି ଜାରି କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button