ସ୍ୱାସ୍ଥ୍ୟ

ଶୀତ ଦିନରେ ସୁସ୍ଥ ଶରୀର ପାଇଁ ଆହାରରେ ସାମିଲ କରନ୍ତୁ ଏହିସବୁ ଫଳ, ଜାଣନ୍ତୁ କ’ଣ

ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥିାଏ ସୁସ୍ଥ ଏବଂ ସନ୍ତୁଳିତ ଆହାର। ଶରୀରରେ ପୋଷକ ତତ୍ତ୍ବକୁ ପୂରଣ କରିବା ପାଇଁ ଫଳର ବେଶ ମହତ୍ତ୍ବ ରହିଥାଏ। ଗରମ ଦିନରେ ଫଳ ସେବନ ସହ ଜୁସକୁ ମଧ୍ୟ ସାମିଲ କରାଯାଇପାରେ। କିନ୍ତୁ ଶୀତ ଦିନରେ ଫଳ ଚୟନ କରିବାରେ ବେଶ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ। କେଉଁ ଫଳ ଆପଣଙ୍କ ପାଇଁ ଲାଭଦାୟୀ, ତାହା ମଧ୍ୟ ଜାଣିବା ଦରକାର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଶୀତ ଦିନରେ କେଉଁ ଫଳ ଖାଇବା ଉଚିତ…

ସେଓ : ସେଓ ଏପରି ଏକ ଫଳ ଯାହା ଆପଣ କୌଣସି ବି ଋତୁରେ ଖାଇପାରିବେ। ଏଥିରେ ହିମୋଗ୍ଲୋବିନ, ଆଇରନ ଏବଂ ଶରୀରରେ ରକ୍ତ ଅଭାବ ହେବାକୁ ଦିଏନାହିଁ। ଏଥିରେ ଥିବା ପ୍ରାକ୍ଟିନ ଫାଇବର, ଭିଟାମିନ, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଶରୀରକୁ ସଂକ୍ରମଣ ବ୍ଯାପିବାରୁ ରୋକିଥାଏ। ତେଣୁ ପ୍ରତିଦିନ ଗୋଟେ ସେଓ ଖାଇବା ଉଚିତ।

ଡାଳିମ୍ବ: ଏଥିରେ ଥିବା ଫାଇଟୋକେମିକାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ, ଫାଇବର, ଆଇରନ, ଭିଟାମିନ ରହିଥାଏ। ଯାହା ହାଇ କୋଲେଷ୍ଟ୍ରୋଲ, ବ୍ଲଡପ୍ରେସର, ହାର୍ଟ ଆଟାକ ଏବଂ ଫ୍ରି ରେଡିକଲ୍ସ ଭଳି ରୋଗରୁ ରକ୍ଷା କରିଥାଏ। ତେଣୁ ଡାଳିମ୍ବ ପ୍ରତିଦିନ ଖାଇବା ଉଚିତ।

dalimba

ସପୁରୀ: ସପୁରୀ କେବଳ ଶରୀର ପାଇଁ ବରଂ ଚେହେରା ପାଇଁ ବି ବହୁତ ଫାଇଦାଯୁକ୍ତ। ଯାହାକୁ ଖାଇବା ଦ୍ବାରା ଚେହେରାରୁ ଦାଗ, ବ୍ଲାକହେଡସ ଏବଂ ଭାଙ୍ଗ ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଲୋମ ଛିଦ୍ରକୁ ସଫା କରି ରଙ୍ଗ ସଫା କରିଥାଏ।

କଦଳୀ: ଶୀତ ଦିନରେ କଦଳୀ ଖାଇବା ଦ୍ବାରା ଶରୀର ଫିଟ ରହିଥାଏ। ଆପଣ କଦଳୀ ସେକ୍ ମଧ୍ୟ କରି ପିଇପାରିବେ। ଏଥିରେ ଥିବା ଭିଟାମିନ ବି ୬ ଯୋଗୁଁ ଶରୀରକୁ ବେଶୀ ଥଣ୍ଡା ଲାଗିନଥାଏ।

କମଳା: ଏଥିରେ ପ୍ରଚୁର ଭିଟାମିନ ଭରି ରହିଥାଏ। ଯାହାକୁ ଖାଇବା ଦ୍ବାରା ବେଶ୍ ଫାଇଦା ମିଳିଥାଏ। ଏହାକୁ ଖାଇବା ଦ୍ବାରା ଥଣ୍ଡା, ଜ୍ବର ଭଳି ସବୁ ରୋଗ ଦୂର ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button