ଜ୍ୟୋତିଷ

ଏହି କାରଣରୁ ଘରେ ଦେଖାଦେଇଥାଏ ସମସ୍ଯା, ଜାଣନ୍ତୁ ବାସ୍ତୁ ଠିକ୍ କରିବାର ସଠିକ ଉପାୟ

ଆପଣ ଘରେ ଅନେକ ସମସ୍ଯା ଦେଖାଯାଉଛି କି ? ଏହି ସବୁ ସମସ୍ଯା ପାଇଁ ଆପଣ ଠକ୍ ଭାବେ କିଛି କାମ କରିପାରୁନାହାନ୍ତି କି ? ଯଦି ଏପରି ଅସୁବିଧା ଦେଖାଯାଉଥାଏ, ତେବେ ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି। ତେଣୁ କୌଣସି ସ୍ଥାନର ଉର୍ଜାକୁ ବଢାଇବା ଏବଂ କମାଇବା ପାଇଁ ଏମିତି କିଛି ବାସ୍ତୁ ଟିପ୍ସ ରହିଛି, ଯାହାକୁ ପାଳନ କରିବା ଦ୍ବାରା ଏହିସବୁ ସମସ୍ଯାରୁ ମୁକ୍ତି ପାଇପାରିବେ। ତେବେ ଜାଣନ୍ତୁ କ’ଣ ସବୁ ଏହି ଦିଗ ଏବଂ ନିର୍ଦ୍ଦେଶ

– ଘରର ମୁଖ ଦ୍ବାର ଉର୍ଜା ପ୍ରବାହର ଏଣ୍ଟ୍ରି ପଏଣ୍ଟ ହୋଇଥାଏ। ଯେଉଁ ଗେଟଘର ବାହାରକୁ ଖୋଲିଥାଏ, ତାହା ଘରର ଉର୍ଜାକୁ ବାହାରକୁ ଠେଲିଥାଏ। ତେଣୁ ଘରର ମୁଖ୍ଯ ଦ୍ବାର କ୍ଲକୱାଇଜ ଭାବେ ଖୋଲିବା ଦରକାର।

clock

– ଯଦି ଘରର କବାଟ ସଂପୂର୍ଣ୍ଣ ଭାବେ ଖୋଲିନଥାଏ, ତେବେ ପ୍ରତିଟି କାର୍ଯ୍ଯ ମଧ୍ୟ ସୀମିତ ହୋଇଯିବ। ତେଣୁ ଧ୍ୟାନରେ ରଖନ୍ତୁ ଘରର ମୁଖ୍ଯ ଦ୍ବାର ପାଖରେ ଲବିରେ ଅନ୍ଧକାର ନ ରୁହେ। ଆଲୋକ ରହିଲେ ଘରେ ସନ୍ତୁଳନ ଏବଂ ଶାନ୍ତି ବଢିଥାଏ।

– ଘରେ କେବେ ବି ଭଙ୍ଗା କିମ୍ବା ଚଡକି ଯାଇଥିବା ଜିନିଷ ରଖନ୍ତୁ ନାହିଁ। ଏହିସବୁ ଜିନିଷ ରଖିଲେ ଘରେ କଳହ ବଢିଥାଏ।

– ଘରର ଆଲମାରୀ ଏବଂ ଥାକରୁ ଯାହା ଅଦରକାରୀ ଜିନିଷ ବାହାର କରିଦିଅନ୍ତୁ। ଘରକୁ ଭଲଭାବେ ସଫା ଏବଂ କୌଣସି ବୁଢିଆଣି ଜାଲ ରଖନ୍ତୁ ନାହିଁ।

– ଘରେ ତୁଳସୀ ଗଛ ଲଗାନ୍ତୁ, ଏହା ନକାରାତ୍ମକ ଉର୍ଜାକୁ ଶେଷ କରିବ।

– ଘରୁ ନକାରାତ୍ମକ ଉର୍ଜା ଦୂର କରିବା ପାଇଁ ଲୁଣ ପାଣିରେ ପୋଛା ଲଗାନ୍ତୁ।

– କେବେ ବି ରୋଷେଇ ଘରେ ଔଷଧ ରଖନ୍ତୁ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button