ସ୍ୱାସ୍ଥ୍ୟ

ପାଟିରୁ ଚୋପା ଛାଡ଼ି ପୋଡ଼ୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ

ପାଟିରୁ ଚୋପା ଛାଡ଼ିବା ଏକ ସାଂଘାତିକ ରୋଗ। ଏହାକୁ ପାଟିର ଅଲସର ମଧ୍ୟ କୁହାଯାଏ। ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡ଼ୁନଥିବାରୁ ଲୋକମାନେ ଠିକ୍‌ ଭାବେ ରୋଗ ଚିହ୍ନଟ କରିପାରନ୍ତି ନାହିଁ। ମାତ୍ର ପରେ ଏହା ବହୁତ କଷ୍ଟ ଦେଇଥାଏ। ପାଟିରୁ ଛାଲି ଛାଡ଼ିଲେ ପ୍ରବଳ ପୋଡ଼ା ହୁଏ ଓ ଖାଇବା ତଥା ପାଣି ପିଇବା ବେଳେ ସମସ୍ୟା ସୃଷ୍ଟି ହୁଏ। ପ୍ରାୟତଃ ପାଟିରୁ ଚୋପା ଛାଡ଼ିବା ସମସ୍ୟା ଆପେ ଆପେ ଭଲ ହୋଇଯାଇଥାଏ। କିନ୍ତୁ ସେହି କିଛି ଦିନ ପ୍ରବଳ ଯନ୍ତ୍ରଣା ହୁଏ। ଯଦି ଆପଣ ବି ଏହି ସସମ୍ୟା ଭୋଗୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଘରୋଇ ଉପଚାର କହିବୁ ଯାହା ସାହାଯ୍ୟରେ ମାତ୍ର କିଛି ଦିନ ଭିତରେ ଆପଣ ସୁସ୍ଥ ହୋଇଯିବେ।

ମହୁ:

ପାଟିରୁ ଚୋପା ଛାଡ଼ୁଥିଲେ ସେହି ସ୍ଥାନରେ ମହୁ ଲଗାନ୍ତୁ। ମହୁରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଥାଏ, ଯାହା ଅଲସରକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ମହୁରେ ଅଳ୍ପ ହଳଦୀ ମିଶାଇ ମଧ୍ୟ ଲଗାଇପାରିବେ। କିଛି ଘଣ୍ଟା ମଧ୍ୟରେ ଆରାମ ଲାଗିବ।

ନଡ଼ିଆ ତେଲ:

ପାଟି ଅଲସରରୁ ମୁକ୍ତି ପାଇଁ ଆପଣ ନଡ଼ିଆ ତେଲ ମଧ୍ୟ ବ୍ୟବହାର କରିପାରିବେ। ନଡ଼ିଆ ତେଲରେ ଆଣ୍ଟି ଇନ୍‌ଫ୍ଲେମେଟୋରୀ ଗୁଣ ରହିଛି। ଏହା ପାଟିର ସମସ୍ତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ।

ଲୁଣ ପାଣି:

ପାଟିର ସମସ୍ତ ରୋଗ ଦୂର କରିବାକୁ ଆପଣ ଲୁଣ ପାଣି ବ୍ୟବହାର କରିପାରିବେ। ଲୁଣରେ ଥିବା ପୋଷକ ତତ୍ତ୍ୱ ସମସ୍ତ ସଂକ୍ରମଣ ଦୂର କରିଥାଏ। ପାଟିରେ ଅଲସର ହୋଇଥିଲେ ଏକ ଗ୍ଲାସ ଉଷୁମ ପାଣିରେ ଲୁଣ ପକାଇ ଗଳଗଳ କରନ୍ତୁ। କିଛି ଘଣ୍ଟା ପରେ ଆରାମ ଲାଗିବ।

gargling

ଆପଲ ସାଇଡର ଭିନେଗାର:

ପାଟିରୁ ଚୋପା ଛାଡ଼ୁଥିଲେ ଉପଶମ ପାଇଁ ଆପଲ ସାଇଡର ଭିନେଗାର ମଧ୍ୟ ବ୍ୟବହାର କରିପାରିବେ। ସେଓର ସିରକାରେ ଅମ୍ଳୀୟ ଯୌଗିକ ଥିବାରୁ ଏହା ଆପଣଙ୍କ ପାଟିର ସମସ୍ତ ସମସ୍ୟାକୁ ଦୂର କରିବ। ଏଥିପାଇଁ କପେ ଆପଲ ସାଇଡର ଭିନେଗାରରେ କପେ ପାଣି ମିଶାଇ ଏହାକୁ ପାଟିରେ କିଛି ସମୟ ରଖନ୍ତୁ ଓ କୁଳୁକୁଚା କରନ୍ତୁ। ପ୍ରତିଦିନ ସକାଳେ ଓ ରାତିରେ ଏହି ଉପାୟ ଆପଣାଇ କଷ୍ଟରୁ ମୁକ୍ତି ପାଇପାରିବେ।

ରସୁଣ:

ରସୁଣ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ପାଟି ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏହା ପାଟିର ଚୋପା ଛାଡ଼ିବା ସମସ୍ୟା ବା ଅଲସରକୁ ଦୂର କରିଥାଏ। ଏଥିପାଇଁ ଆପଣ ରସୁଣର ଏକ କୋଲାକୁ ଚେପା ଛାଡ଼ୁଥିବା ସ୍ଥାନରେ ୧-୨ ମିନିଟ୍‌ ପାଇଁ ଘଷନ୍ତୁ। ୩୦ ମିନିଟ୍‌ ପରେ ପାଟି ଧୋଇ ଦିଅନ୍ତୁ। ତୁରନ୍ତୁ ଆରାମ ଲାଗିବ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button